ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ବେଗୁନିଆ,୨।୭(ଡି.ଏନ୍‌.ଏ.): ବିଭିନ୍ନ କାରଣରୁ ଏବେ ଚାଷରୁ ଚାଷୀ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡୁଛି। ମାତ୍ର ଏଥିପ୍ରତି କୃଷି ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ ଉଜୁଡି ଯାଉଥିବାବେଳେ ରୋଗପୋକ ଦାଉ ସାଧୁଛି। ସେହିପରି ଜଳସେଚନ ଓ ସାର ସମସ୍ୟା, ବର୍ଷା ଓ ଶ୍ରମିକ ଅଭାବ ସାଙ୍ଗକୁ ବିଭାଗୀୟ ଅବହେଳା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ କୃଷି ଉତ୍ପାଦନ ହ୍ରାସ ପାଉଛି। ଏଭଳି ନାନା ସମସ୍ୟା କାରଣରୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକର ଅନେକ ଚାଷୀ ଏବେ ଚାଷରୁ ମୁହଁ ଫେରାଇ ନେଲେଣି।
ଏହି ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବ୍ଲକରେ ମୋଟ ୧୬ ହଜାର ୫୬୦ ହେକ୍ଟର ଚାଷଜମି ରହିଛି। ଏଥିରେ ଧାନ, ପନିପରିବା ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଅମଳ କରି ଲୋକେ ପରିବାର ପ୍ରତିପୋଷଣ କରନ୍ତି। ସର୍ବାଧିକ ଚାଷୀ ଧାନ ଚାଷ କରିଥାନ୍ତି। ପୂର୍ବରୁ ୧୩ ହଜାର ୯୮୦ ହେକ୍ଟର ଜମିରେ ଧାନ ଚାଷ ହେଉଥିଲା। ଗତ ୫ବର୍ଷ ହେଲା ଏହି ସଂଖ୍ୟା ହ୍ରାସ ପାଇଚାଲିଛି। ଫଳରେ ଅଧିକାଂଶ ଜମି ପଡ଼ିଆ ପଡୁଛି। ଖରିଫ ଋତୁରେ ପାଣି ସମସ୍ୟା ବା ଜଳାଭାବ ଯୋଗୁ ଫସଲ କ୍ଷତିଗ୍ରସ୍ତ ହେଉଛି। ସବୁଠି ଜଳସେଚନ ସୁବିଧା ନାହିଁ। ୮୦ ଆଡ଼ିବନ୍ଧ, ୧୧୦ଟି ଗଭୀର କୂପ, ୬୦ଟି ବୋରିଂ ପଏଣ୍ଟ, ସିକୋ ଓ ହଜ୍‌ ପଞ୍ଚାୟତ ପାଇଁ ୧୦୦ ଏକର ଜମିକୁ ମଲାଗୁଣୀ ନଦୀରୁ ଉଠାଜଳସେଚନ ମାଧ୍ୟମରେ ଜଳ ଯୋଗାଇ ଦିଆଯାଉଛି। ଏହା ସମୁଦ୍ରକୁ ଶଙ୍ଖେ ଭଳି। ଏହି ବ୍ଳକରେ ୩୩% ବଦଳରେ ୧୨% ଜଳସେଚନ ସୁବିଧା ରହିଛି। ସବୁ ଚାଷଜମିକୁ ପାଣି ପହଞ୍ଚି ପାରୁନାହିଁ। ଆବଶ୍ୟକ ସମୟରେ ବର୍ଷା ନ ହେଲେ ପାଣି ବିନା ଫସଲ ନଷ୍ଟ ହୋଇଯାଉଛି।
ଚଳିତବର୍ଷ ଅକ୍ଷୟତୃତୀୟାଠାରୁ ଜମିରେ ମୁଠି ଅନୁକୂଳ କରିବ ବୋଲି ଚାଷୀ ଆଶା ବାନ୍ଧି ବସିଥିଲା। ହେଲେ ପ୍ରକୃତି ଦାଉ ସାଧିଛି। ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଯାଇଛି। ମାଟି ଓଦାଳିଆ ହୋଇଯିବାରୁ ଚାଷର ଜମିକୁ ହଳ ଲଙ୍ଗଳ ନେଇପାରିଲା ନାହିଁ କି ବିହନ ମୁଠିଏ ବୁଣିପାରିଲା ନାହିଁ। ଚଳିତ ଖରିଫ ଋତୁରେ ଠିକ୍‌ ପାଗ ହେଲାନାହିଁ। ଫଳରେ କୃଷି କାର୍ଯ୍ୟ ଆରମ୍ଭରୁ ଚିନ୍ତା ଦେଖାଦେଇଛି। ତଥାପି ଜମିରେ ଧାନ ତଳି ରୁଆପୋତା କରି ଫସଲ ଅମଳ ପାଇଁ ଚାଷୀ ଅଣ୍ଟା ଭିଡ଼ିଛି। ତେବେ କରୋନା ଭଳି ଦୁର୍ଦ୍ଦିନ ସମୟରେ ଅଧିକ ଖର୍ଚ୍ଚାନ୍ତ ଆଶଙ୍କା ହିଁ ବିବ୍ରତ କରୁଛି। ୨୦୧୨ରୁ କ୍ରମାଗତ ଭାବେ ଏହି ବ୍ଳକର ଚାଷୀଙ୍କୁ ପ୍ରାକୃତିିକ ବିପର୍ଯ୍ୟୟ ପ୍ରଭାବିତ କରୁଛି। ବିଭାଗୀୟ ଅବହେଳାରୁ ଚାଷୀଙ୍କ ମନୋବଳ ଭାଙ୍ଗିଯାଉଛି। ଠିକ୍‌ ସମୟରେ ସାର, କୀଟନାଶକ ଅଭାବ ସହ ସବ୍‌ସିଡିରେ କୃଷି ଯନ୍ତ୍ରପାତି ନ ମିଳିବା, ମଣ୍ଡିରେ ବିକ୍ରି ଚିନ୍ତା, ଫସଲ ହାନି ଯୋଗୁ ସହାୟତା ପ୍ରଦାନରେ ବିଳମ୍ବ, କାଳିଆ ଏବଂ ପିଏମ୍‌ କିଷାନ ଯୋଜନାରୁ ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିବା ଯୋଗୁ ଚାଷ ପ୍ରତି ଚାଷୀ ବିମୁଖ ହେବାରେ ଲାଗିଛି ବୋଲି ମାୟାଧର ବେହେରା, ରବି ନାରାୟଣ ମହାପାତ୍ରଙ୍କ ସମେତ ଅନେକ ଚାଷୀ କହିଛନ୍ତି। ଏ ନେଇ ବିଡିଓ ରଶ୍ମିରେଖା ଦାସ କହିଛନ୍ତି, ଚାଷୀଙ୍କ ସମସ୍ୟା ଉପରେ ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। ସରକାରଙ୍କ ବିଭିନ୍ନ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ବ୍ଲକରେ ଜଳସେଚନ ସୁବିଧା ନିମନ୍ତେ ସରକାରଙ୍କୁ ଅବଗତ କରାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri