Posted inଭଦ୍ରକ

ଧାନ ବିକ୍ରି ନେଇ ଦ୍ୱନ୍ଦ୍ୱରେ ଚାଷୀ

ଆରଡ଼ି, ୬।୧(ଡି.ଏନ.ଏ.)  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ବୁଧବାର ଧାନ ମଣ୍ଡି ଖୋଲିଛି। ଚାଷୀମାନଙ୍କ ଧାନ ବିକ୍ରୟ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ଧାନ ବିକ୍ରି ପାଇଁ ୩ ମାସ ପୂର୍ବରୁ ଉଭୟ ପଞ୍ଚାୟତରୁ ପ୍ରାୟ ୭୦୦ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦୦ ଜଣଙ୍କୁ ବିକ୍ରୟ ପାଇଁ ଅନୁମତି ପୂର୍ବକ ଟୋକନ ନମ୍ବର ମୋବାଇଲ ମେସେଜ ଜରିଆରେ ସୂଚନା ଦିଆଯାଇଛି। ହେଲେ ଅବଶିଷ୍ଟ ୩୦୦ ଚାଷୀଙ୍କୁ ଟୋକନ ମିଳି ନ ଥିବାରୁ ସେମାନେ ଧାନ ବିକ୍ରି ନେଇ ଦ୍ବନ୍ଦ୍ୱରେ ରହିବା ସହ ହତୋତ୍ସାହ ହୋଇପଡ଼ିଛନ୍ତି। ପୂର୍ବରୁ ଧାନମଣ୍ଡି କର୍ତ୍ତୃପକ୍ଷଙ୍କୁ ଟୋକନ ନମ୍ବର ପାଇଥିବା ଚାଷୀଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିଲା। ହେଲେ ଚଳିତବର୍ଷ ସେହି ବ୍ୟବସ୍ଥାକୁ ବାତିଲ କରାଯାଇଛି। ଫଳରେ ସମସ୍ୟା ଉପୁଜିବା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀମାନେ କହିଛନ୍ତି। ଏହାକୁ ସରଳୀକରଣ କରିବାକୁ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୂଜାର୍ଚ୍ଚନା କରାଯାଇ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତ ମହିଳା ମହାସଂଘର କର୍ମକର୍ତ୍ତା ଏହାର ଶୁଭାରମ୍ଭ କରିଥିଲେ। ଚାନ୍ଦବାଲି ୧ ବ୍ଲକ କୋଅର୍ଡିନେଟର ରୀତାରାଣୀ ସାହୁ, ଚାନ୍ଦବାଲି ୨ ବ୍ଲକ କୋଅର୍ଡିନେଟର ବନଜ ବାରିକ, ଗ୍ରାମ କୃଷି କର୍ମୀ ନିହାର କୁମାର ସାହୁଙ୍କ ସହ ଚାନ୍ଦବାଲି ଆର୍‌ଏମ୍‌ସିର ଦୁଇଜଣ କର୍ମଚାରୀ ମଣ୍ଡି ପରିଚାଳନାର ସମସ୍ତ ସରକାରୀ ନିୟମ ବିଷୟରେ ସୂଚନା ଦେଇଥିଲେ। ସରପଞ୍ଚ ଶ୍ରୀକାନ୍ତ ନାୟକ, ସୁନ୍ଦରପୁର ପଞ୍ଚାୟତ ମହିଳା ମହାସଂଘ ସମ୍ପାଦିକା ଶାନ୍ତିଲତା ଖଟୁଆ, ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଶୁଭଲକ୍ଷ୍ମୀ ନାୟକ, ଓଳଗ ପଞ୍ଚାୟତ ମହାସଂଘ ସମ୍ପାଦିକା ପ୍ରଭାତି ନାୟକ, ସଭାନେତ୍ରୀ ଶଙ୍କୁନ୍ତଳା ନାୟକ ଓ ମଣ୍ଡି ପରିଚାଳନା କମିଟି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri