ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୦ା୧ (ଡି.ଏନ୍‌.ଏ.): ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜୀକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ। ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ତହସିଲଦାରଙ୍କୁ ଅନୁମତି ମାଗିଛନ୍ତି। ଜାନୁୟାରୀ ୨୦ତାରିଖ ଭିତରେ ତାଙ୍କ ଅମଳ ହୋଇଥିବା ସମସ୍ତ ଧାନ ବିକ୍ରୟ ହୋଇ ନ ପାରିଲେ ଏବଂ ଗଞ୍ଜେଇ ଚାଷ ପାଇଁ ତାଙ୍କୁ ବିଧିବଦ୍ଧ ଅନୁମତି ନ ଦେଲେ ଜିଲାପାଳ ଅଫିସ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ବଲାଙ୍ଗୀର ଜିଲା ଖପ୍ରାଖୋଲ ତହସିଲ ଭାଲୁଡୁଙ୍ଗୁରି ମୌଜାର ଚାଷୀ ନୀଳାମ୍ବର ବିଶ୍ୱାଳ ଗୁରୁବାର ଦରଖାସ୍ତ ଦେବା ଘଟଣା ଆଲୋଡନ ଖେଳାଇ ଦେଇଛି।
ମିଳିଥିବା ସୂଚନା ମୁତାବକ ନୀଳାମ୍ବର ତାଙ୍କ ଭାଲୁଡୁଙ୍ଗୁରି ମୌଜାରେ ଥିବା ୧୫ ଏକର ପୈତୃକ ଜମିରେ ୨୦୨୨-୨୩ ଖରିଫ ଋତୁରେ ଧାନଚାଷ କରିଥିଲେ। ପଞ୍ଜୀକୃତ ହେବା ପରେ ତାଙ୍କ ନଁାରେ ୭୮କୁଇଣ୍ଟାଲ ଏବଂ ତାଙ୍କ ପୁତୁରା ଅବିନାଶ ବିଶ୍ୱାଳଙ୍କ ନଁାରେ ୫୪ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଅନୁମତି ମିଳିଥିଲା। ତେବେ ତାଙ୍କ ଅଧାଜମିକୁ ଜାଣିଶୁଣି ପଞ୍ଜୀକୃତ କରାଯାଇ ନ ଥିବା ଖପ୍ରାଖୋଲ ତହସିଲଦାରଙ୍କୁ ଜଣାଇବା ପରେ ଧଣ୍ଡାମୁଣ୍ଡା ରାଜସ୍ବ ଅଧିକାରୀ ତାଙ୍କ ଜମିକୁ ଯାଇ ଯାଞ୍ଚ କରିଥିଲେ। ରାଜସ୍ବ ଅଧିକାରୀ ଯାଞ୍ଚ କରି ଫେରିଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ରିପୋର୍ଟ ଦେଇ ନ ଥିଲେ। ରାଜସ୍ବ ଅଧିକାରୀଙ୍କ ସର୍ଭେ ରିପୋର୍ଟ ଏବଂ ତାଙ୍କ ଧାନବିକ୍ରୟ ସମସ୍ୟାକୁ ନେଇ ଚାଷୀ ନୀଳାମ୍ବର ଖପ୍ରାଖୋଲଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ସେତେବେଳେ ତହସିଲଦାର ତାଙ୍କୁ ଧାନ ବିକ୍ରି ନେଇ କୌଣସି ସମସ୍ୟା ହେବନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ତହସିଲଦାରଙ୍କ ଏଭଳି ଆଶ୍ୱାସନାରେ ଗତ ୨ ତାରିଖରୁ ଧାନକୁ ନେଇ ମଣ୍ଡିରେ ପକାଇ ରଖିଥିଲେ ମଧ୍ୟ ନୀଳାମ୍ବରଙ୍କ ଧାନ ଏଯାବତ୍‌ ବିକ୍ରି ହୋଇନାହିଁ। ନୀଳାମ୍ବର ତହସିଲଦାରଙ୍କୁ ଦେଇଥିବା ଦରଖାସ୍ତରେ ଲେଖିଛନ୍ତି ଯେ, ଠିକଣା ସମୟରେ ଧାନ ବିକ୍ରୟ ହୋଇ ନ ଥିବାରୁ ଅର୍ଥାଭାବ ଯୋଗୁ ସେ ତାଙ୍କ ୧୫ ଏକର ଜମିରେ ଡାଳୁଅ ଧାନ ପାଇଁ ତଳି ପକାଇ ପାରିଲେ ନାହିଁ। ୨୦ ତାରିଖ ପର୍ଯ୍ୟନ୍ତ ତାଙ୍କର ଧାନ ବିକ୍ରୟ ନ ହେଲେ ସବୁ ଧାନକୁ ତହସିଲ ଅଫିସରେ ପକାଇ ଦେବେ ଏବଂ ଭବିଷ୍ୟତରେ କେବେ ଧାନଚାଷ କରିବେ ନାହିଁ ବୋଲି ସେ ଲେଖିଛନ୍ତି। ଏଭଳି କି ଆଉ ଆଗକୁ ଜମି ଖଜଣା ମଧ୍ୟ ଦେବେନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଧାନଚାଷ କରି ସେ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି। ଏଣୁ ତାଙ୍କୁ ତାଙ୍କ ପୈତୃକ ଜମିରେ ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଅନ୍ତୁ ବୋଲି ଗଭୀର ହତାଶରେ ନୀଳାମ୍ବର ଜଣାଇଛନ୍ତି। ତାଙ୍କର ସବୁ ଧାନ ବିକ୍ରୟ ନ ହେଲେ ଏବଂ ଗଞ୍ଜେଇ ଚାଷ ପାଇଁ ତାଙ୍କୁ ଅନୁମତି ନଦେଲେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ଏବଂ ଏଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ନୀଳାମ୍ବର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri