ରାସ୍ତାରେ ଧାନ ଗଦା କରି ଚାଷୀଙ୍କ ଆନ୍ଦୋଳନ

ପଦ୍ମପୁର,୧୩।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯାଇଛି । ତେବେ ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି । ମଣ୍ଡିକୁ ଧାନ ଆସୁଥିବା ବେଳେ ଉଠାଣ କାର୍ଯ୍ୟ ବିଳମ୍ବିତ ହେଉଛି । ଧାନବିକ୍ରି ପାଇଁ ଚାଷୀଙ୍କୁ ମିଳିଥିବା ଟୋକନର ସମୟସୀମା ସରି ଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜିଲାର ଚାଷୀମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି କ୍ରମରେ ବୁଧବାର ପଦ୍ମପୁର ଉପଖଣ୍ଡ ବରିକେଲରେ ଚାଷୀମାନେ ରାସ୍ତାରେ ଧାନ ଗଦା କରି ଅବରୋଧ କରିଥିଲେ । ଫଳରେ ପଦ୍ମପୁର-ପାଇକମାଲ ବିଜୁ ଏକ୍ସପ୍ରେସ ୱେରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନ, ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ) ଶମ୍ଭୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଆନ୍ଦୋଳନସ୍ଥଳକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ୫ଦିନ ମଧ୍ୟରେ ମଣ୍ଡିରେ ପଡ଼ିଥିବା ଧାନ ଉଠାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପରେ ରାସ୍ତାରୋକୋ ହଟିଥିଲ। ଆନ୍ଦୋଳନରେ ବରିକେଲ ଅଞ୍ଚଳର ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri