ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ଟୋକନ୍ ପାଇଁ ବରଗଡ଼ ଜିଲାପାଳଙ୍କ ଅଫିସ୍ ଘରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍ ହୋଇଛନ୍ତି । ବରଗଡ଼ ଜିଲାରେ ଗତ ୧୧ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଦେଖା ଯାଇଥିବା ସମସ୍ୟା ଅସମାହିତ ରହିଛି । ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳି ନାହିଁ । ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍ ରହିଛି।
ଏହାର ପ୍ରତିବାଦରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଜିଲାର ଅନେକ ଚାଷୀ ସଂଗଠନ ଏବଂ ଚାଷୀମାନେ ସାମିଲ ହୋଇଛନ୍ତି । ଅନ୍ୟପଟେ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ପୋଲିସ୍ ଛାଉଣୀରେ ପରିଣତ ହୋଇଛି । ଏପଟେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଷୀମାନେ ରୋଷେଇ କରୁଥିବା ମଧ୍ୟ ଦେଖାଦେଇଛି ।