ହାତୀ ଆକ୍ରମଣରେ ଚାଷୀ ମୃତ

ନୟାଗଡ଼ ଅଫିସ/ରଣପୁର,୨୭।୪: ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ବନ୍ଧପଲ୍ଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଗବନ୍ଧୁ ଜେନା (୪୨)। ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ଜଗବନ୍ଧୁ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ହାତୀ ଧାନ ଖାଉଥିବା ଦେଖି
ଜଗବନ୍ଧୁ ବାଡି ଧରି ଘଉଡାଇ ଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ଜଗବନ୍ଧୁ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଜଗବନ୍ଧୁଙ୍କୁ ରଣପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।