Posted inଜାତୀୟ

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଜିଦ୍‌ରେ ଚାଷୀ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ରବିବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଚାଷୀମାନେ ନିଜ ଦାବିରେ ଅଡ଼ିବସିଥିବାବେଳେ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇପାରେ। କ୍ୟାବିନେଟ ଅନୁମୋଦନ ପରେ ୨୯ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ଭୋଟ ହେବ। ନିର୍ବାଚନରେ ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଦୋଳନରତ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଶୁକ୍ରବାର ଟିଭିରେ ଘୋଷଣା କରିଥିଲେ। ହେଲେ ମୋଦିଙ୍କ ଘୋଷଣାକୁ ଆନ୍ଦୋଳନରତ କୃଷକମାନେ ବିଶ୍ୱାସକୁ ନେଇପାରୁନାହାନ୍ତି। ପାର୍ଲାମେଣ୍ଟରେ ୩ କୃଷି ଆଇନ ଆନୁଷ୍ଠାନିକ ଭାବେ ରଦ୍ଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ଅଡ଼ିବସିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ପାର୍ଲାମେଣ୍ଟରେ ନୂଆ ଆଇନ ଆଣିବାକୁ କୃଷକ ନେତାମାନେ ଦାବି କରିଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଘୋଷିତ କୃଷି ଆଇନ ଉଚ୍ଛେଦ ପ୍ରସ୍ତାବକୁ କେବଳ କଥାରେ ନୁହେଁ, ବରଂ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ସରକାର ଜାଣିଗଲେଣି। ତେଣୁ ଆସନ୍ତା ୨୯ରେ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ ଏହା ଉପରେ ବିଧେୟକ ଆଣିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପୂର୍ବରୁ ୨୪ ତାରିଖରେ କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରେ ବୋଲି ଜଣାପଡ଼ିଛି।
ସିଂଘୁ ସୀମାରେ ଆନ୍ଦୋଳନରତ କୃଷକମାନେ ରବିବାର ଏକ ବୈଠକ କରିଥିଲେ। ଏନେଇ ଏସ୍‌କେଏମ୍‌ ନେତା ବଲବୀର ସିଂ ରାଜଓ୍ବୋଲ କହିଛନ୍ତି, କୃଷି ଆଇନ ଉଚ୍ଛେଦ ଉପରେ ଆମେ ଆଲୋଚନା କରିଛୁ। ଏନେଇ କେତେକ ନିଷ୍ପତ୍ତି ନିଆଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆମେ ଆନ୍ଦୋଳନ ଜାରି ରଖିବୁ। ଏହାକୁ ଉଚ୍ଛେଦ କରାଯିବା ପରେ ହିଁ ଓହରିବୁ। ସୋମବାର ଲକ୍ଷ୍ନୌର ଇକୋ ଗାର୍ଡେନରେ କୃଷକମାନଙ୍କ ମହାପଞ୍ଚାୟତ ହେବ। ୨୬ ତାରିଖରେ ଦିଲ୍ଲୀର ୩ ସୀମାରେ ସମାବେଶ ହେବ। ୨୯ରେ ପାର୍ଲାମେଣ୍ଟକୁ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ରାଜଓ୍ବୋଲ ସ୍ପଷ୍ଟ କରିଛନ୍ତି। ସେହିପରି କୃଷକଙ୍କ ଦାବିଗୁଡ଼ିକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯିବ। ସେଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଖୋଲାଚିଠି ପଠାଯିବ ବୋଲି ସିଂଘୁ ସୀମାରେ ଅନୁଷ୍ଠିତ ବୈଠକ ପରେ କେତେଜଣ ଚାଷୀ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ୨୦୨୦ ଜୁନ୍‌ ୫ରେ କେନ୍ଦ୍ର ସରକାର ୩ କୃଷି ଅଧ୍ୟାଦେଶ ଆଣିଥିଲେ। ସେପ୍ଟେମ୍ବର ୧୪ରେ ଉକ୍ତ ବିଲ୍‌ଗୁଡ଼ିକୁ ପାର୍ଲାମେଣ୍ଟରେ ଆଗତ କରାଯାଇଥିଲା। ଏହା ୧୭ ତାରିଖରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ୨୦ରେ ରାଜ୍ୟ ସଭାରେ ପାରିତ ହୋଇଥିଲା। ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସଙ୍ଗଠନ ଏହାକୁ ବିରୋଧ କରି ପ୍ରତ୍ୟାହାର ଦାବି କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୨୭ରେ ୩ କୃଷି ଆଇନ ଉପରେ ମୋହର ଦେଇଥିଲେ। ଗତବର୍ଷ ନଭେମ୍ବରରୁ ପଞ୍ଜାବ, ହରିୟାଣା, ୟୁପି, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର କୃଷକମାନେ ଦିଲ୍ଲୀ ସୀମାରେ ଏହାର ପ୍ରତ୍ୟାହାର ଦାବିରେ ଅଡ଼ିବସିଥିବାବେଳେ ୨୦୨୧ ଜାନୁୟାରୀରେ ସୁପ୍ରିମକୋର୍ଟ ଉକ୍ତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

 

ମୋଦିଙ୍କ ଆଗରେ ୬ ଦାବି

୧. ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଏମ୍‌ଏସ୍‌ପି ସୁନିଶ୍ଚିତ କରିବା ପାଇଁ ପାର୍ଲାମେଣ୍ଟରେ ଆଇନ ଆଣନ୍ତୁ।
୨. କୃଷକମାନଙ୍କ ବିରୋଧରେ ଦାଏର କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ। ଏନ୍‌ସିଆର୍‌ ଏବଂ ସଂଲଗ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ ଆଇନ, ୨୦୨୧ରେ କୃଷକଙ୍କ ବିରୋଧରେ ଥିବା ଦଣ୍ଡବିଧାନକୁ ହଟାଯାଉ।
୩. ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ସିଂଘୁ ସୀମାରେ ଏକ ସ୍ମାରକ ନିର୍ମାଣ କରାଯାଉ।
୪. ପ୍ରାୟ ୭୦୦ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସହ ଅନ୍ୟ ସୁବିଧା ପ୍ରଦାନ କରାଯାଉ।
୫. ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୦-୨୧ର ଚିଠା ପ୍ରତ୍ୟାହାର କରାଯାଉ।
୬. ଲଖିମପୁର ଖେରି ହିଂସାରେ ସମ୍ପୃକ୍ତ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିଷ୍କାର ସହ ଗିରଫ କରାଯାଉ। ଏଥିସହ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ କୃଷକଙ୍କ ସମସ୍ୟା ନେଇ କେନ୍ଦ୍ର ସରକାର ତୁରନ୍ତ ଆଲୋଚନା କରନ୍ତୁ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ କୃଷକ ସଙ୍ଗଠନ ପକ୍ଷରୁ ପଠାଯାଇଥିବା ଖୋଲାଚିଠିରେ ଦାବି କରାଯାଇଛି।

କୃଷି ଆଇନ ପ୍ରତ୍ୟାହାର

୨୪ରେ ମିଳିପାରେ କ୍ୟାବିନେଟ ମଞ୍ଜୁରୀ
ଆଜି ଲକ୍ଷ୍ନୌରେ ମହାପଞ୍ଚାୟତ
୨୭ରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବ ଏସ୍‌କେଏମ୍‌


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri