ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ଯାଉଥିବା ବେଳେ ଟଳି ପଡିଲେ ଚାଷୀ । ମୃତ ଚାଷୀ ହେଲେ ଉଦୟ ଗୌଡ଼ ।
ସୂଚନା ଅନୁସାରେ, ଉଦୟ ଗୌଡ଼(୬୦) ରବିବାର ସକାଳ ପ୍ରାୟ ୬ ଟାରେ ହଳ ନେଇ ଚାଷ ଜମିକୁ ଯାଉଥିବା ବେଳେ ଗ୍ରାମର ମାଟିଆଝୋଳା ନାଳ ନିକଟରେ ଟଳି ପଡ଼ିଥିଲେ। ଆଖପାଖରେ ଥିବା କିଛି ଚାଷୀ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇଯାଇଥିଲେ। ଉଦୟଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବାରୁ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି ।