ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବଳରାମ ଦଣ୍ଡିଆ(୫୨)। ବଳରାମ ଗୁରୁବାର ସକାଳେ ଗାଁ ନିକଟ ଚାଷଜମି କୁ କାମ ପାଇଁ ଯାଇଥିଲେ। କାମସାରି ଫେରିବା ରାସ୍ତାରେ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ। ବଳରାମ ଘରକୁ ମଧ୍ୟାହ୍ନରେ ଖାଇବାକୁ ନ ଆସିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ସାରେ ଚାଷଜମିକୁ ଯାଇଥିଲେ। ସେଠାରେ ତାଙ୍କୁ ନପାଇ ଖୋଜାଖୋଜି କରିବା ବେଳେ ସେ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ଜଗନ୍ନାଥ ଦାଣ୍ଡିଆ ଏନେଇ ପାଟପୁର ଥାନାରେ ରିପୋର୍ଟ କରିବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ଅପମୃତ୍ୟୁ ମାମଲା ନଂ.୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପୋଲିସ ଟିମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋ ମାଂସ ନେଇ ଯାଉଥିବାବେଳେ ବ୍ୟବସାୟୀଙ୍କୁ କାବୁ କଲେ ଗ୍ରାମବାସୀ, ଅଟକ ରଖି ଦେଲେ ପୋଲିସ ଜିମା

ଧର୍ମଶାଳା,୨୬।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତର ଏକ ପୋଖରୀ ନିକଟରୁ ବେଆଇନ ଗୋ ମାଂସ ନେଇ ଯାଉଥିବା ବ୍ୟବସାୟୀଙ୍କୁ ସ୍ଥାନୀୟ…

ନନ୍ଦପୁରରେ ଚଢ଼ାଉ: ୧୧୪୩ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଏତେ କୋଟି

କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ…

କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୦୦ କୋଟିର ହାଶିଶ ତେଲ ଜବତ

କୋରାପୁଟ/ନନ୍ଦପୁର/ପାଡୁଆ,୨୬।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ…

ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ…

ପୋଲରେ ଝୁଲିପଡ଼ିଲା ବସ୍‌: ପ୍ରାଣ ବିକଳରେ ଯାତ୍ରୀ…

ଅତାବିରା, ୨୬।୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ନଂ ଜାତୀୟ ରାଜପଥର ଅତାବିରାରେ ଏକ ବସ ଦୁର୍ଘଟଣା l ଆଜି ସକାଳ ୮ଟା ସମୟରେ ବଣ୍ଟି ନାମକ ଏକ ଘରୋଇ…

ପନିପରିବା ପାଇଁ ଗଞ୍ଜାମ ଭରସା: କଲରା ୧୦୦, କଞ୍ଚାଲଙ୍କା ୧୧୦

ଦାରିଙ୍ଗବାଡି,୨୬।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ପନିପରିବା ସଙ୍କଟ ବଢିବାରେ ଲାଗିଛି। ପୁର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରୁ ପନିପରିବା ଆସୁଥିବା ବେଳେ ଏବେ ଗଞ୍ଜାମ ଭରସା।…

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ: ଘୋଡ଼ାନାଚ ପାଇଁ ଥିଲେ ପରିଚିତ

ଚୌଦ୍ବାର,୨୬।୨: ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri