ଗଞ୍ଜାମ,୨/୧୧ (ବିଦ୍ୟାଧର ସାହୁ): ବିଦାୟ ନେଇଛନ୍ତି ମା’ ଗଜଲକ୍ଷ୍ମୀ। ଏକ ବିରାଟ ପଟୁଆରରେ ମା’ଙ୍କୁ ବଜାର ପରିକ୍ରମା କରାଯିବା ପରେ ଦାମୋଦରପୁରସ୍ଥିତ ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା କରାଯାଇ ବିସର୍ଜନ ଦିଆଯାଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ବଜାର ବଣିକ ସଂଘ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଥିଲା। ବଡ଼ବଜାରଠାରେ ଆୟୋଜିତ ଏହି ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିରର ପୂଜକ ରିଣ୍ଟୁ ଶତପଥୀଙ୍କ ଦ୍ୱାରା ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।
୧୯୯୫ ମସିହାର ବାତ୍ୟା ପରଠାରୁ ଆରମ୍ଭ ହୋଇଥିବା ମା’ ଗଜଲକ୍ଷ୍ମୀଙ୍କ ଏହି ପୂଜା ଚଳିତ ବର୍ଷ ୩୧ ବର୍ଷରେ ପଦାର୍ପଣ କରିଛି। ଏହି ପୂଜାର ଆୟୋଜନ ଓ ପରିଚାଳନାରେ ବଣିକ ସଂଘର ସଭାପତି ଗୌରୀ ଶଙ୍କର ବାରିକି , କୋଷାଧ୍ୟକ୍ଷ ଜି. ରାମଦାସ ରେଡ୍ଡୀ, ସମ୍ପାଦକ କାହ୍ନୁଚରଣ ପଣ୍ଡା, ରମେଶ ମହାପାତ୍ର, ଦେବଦାସ, ଲୋକନାଥ ପଣ୍ଡା, ଜଗୁ ରେଡ୍ଡୀ, ଭେଙ୍କଟେଶ୍ୱର ବୈଠାରୁ ଓ ଉପସଭାପତି ଗଣେଶ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।