Categories: ରାୟଗଡା

ସିଡିପିଓ ମମତାରାଣୀ ଦାସଙ୍କ ଗୁଣୁପୁର ବଦଳି, କଲ୍ୟାଣସିଂହପୁରରେ ସମ୍ବର୍ଦ୍ଧନା….

କଲ୍ୟାଣସିଂହପୁର,୨।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କାର୍ଯ୍ୟାଳୟ ପରିସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମମତାରାଣୀ ଦାସଙ୍କ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟର କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ଆଇସିଡିଏସ୍ ଅଧୀନସ୍ଥ ଚାରୋଟି ସେକ୍ଟର ଜଗନ୍ନାଥପୁର, କଲ୍ୟାଣସିଂହପୁର, ମାଝୀଗୁଡ଼ା ଓ ଶିକରପାଇର ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇଥିଲେ।
​

କାର୍ଯ୍ୟକ୍ରମରେ କରପା ସେକ୍ଟର ସୁପରଭାଇଜର ରେଣୁକୁମାରୀ ପରିଡ଼ା, ମାଝୀଗୁଡ଼ାର ସୁପରଭାଇଜର ରୀନା ରାଉତ, କଲ୍ୟାଣସିଂହପୁରର ସୁପରଭାଇଜର ଉମା ପାର୍ବତୀ ରୁଦ୍ରବନ୍ଧୁ , ଗୁଡ୍‌ଲା ରାଜେଶ, ବିଶ୍ୱନାଥ ଗମାଙ୍ଗ, ସିପୁନି ପାଣିଗ୍ରାହୀ, ସଂଗ୍ରାମ ସିଂହ, ରାଜୀବ କୁମାର ପାଢ଼ୀ, ପ୍ରକାଶ ବିଡ଼ିକା, ଭାରତୀ ରାଉତ, ସରିତା ଦାସ ଓ ହର ଶ୍ରାଣିକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଉପସ୍ଥିତ ସମସ୍ତେ ମମତାରାଣୀ ଦାସଙ୍କ କାର୍ଯ୍ୟଦକ୍ଷତା ଓ ସହଯୋଗୀ ମନୋଭାବର ପ୍ରଶଂସା କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସୂଚନାଯୋଗ୍ୟ ଯେ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମମତାରାଣୀ ଦାସଙ୍କର ନିକଟରେ ଗୁଣୁପୁରକୁ ବଦଳି ହୋଇଛି ।

 

Dharitri – Odisha’s No.1 Odia Daily