ଭାରତ ଠାରୁ ଦୂରେଇ ପାକିସ୍ତାନର ନିକଟତର ହେଉଛି ରୁଷିଆ…

ମସ୍କୋ, ୧୯।୯ : ରୁଷିଆ ସର୍ବଦା ଭାରତର ଏକ ପୁରୁଣା ଏବଂ ବିଶ୍ୱସ୍ତ ବନ୍ଧୁ ହୋଇ ରହି ଆସିଛି । କିନ୍ତୁ ସମ୍ପ୍ରତି ରୁଷିଆର ମନୋଭାବରେ କିଛିଟା ବଦଳିଥିବା ଜଣାପଡିଛି। ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ଏହା ଦେଖିବାକୁ ମିଳିଛି। ବାସ୍ତବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ସମୟରେ ପୁଟିନ କହିଛନ୍ତି ଯେ ରୁଷିଆ ପାକିସ୍ତାନକୁ ଗହମ ଏବଂ ଗ୍ୟାସ ଯୋଗାଇ ପାରିବ। କାରଣ ପାକିସ୍ତାନର ଅବସ୍ଥା ପୂର୍ବରୁ ଖରାପ ଏବଂ ବର୍ତ୍ତମାନ ବନ୍ୟା ପରିସ୍ଥିତି ସେଠାରେ ଅବସ୍ଥାକୁ ଆହୁରି ଖରାପ କରିଦେଇଛି।

ଏଭଳି ପରିସ୍ଥିତିରେ ପାକିସ୍ତାନର ମାନବିକତା ଆଧାରରେ ଗହମ ଯୋଗାଇବାରେ କୌଣସି କ୍ଷତି ନାହିଁ, କିନ୍ତୁ ଗ୍ୟାସ ଯୋଗାଣ ପ୍ରସଙ୍ଗ ନିଶ୍ଚିତ ଭାବରେ ଭାରତର ଚିନ୍ତାକୁ ବଢ଼ାଇ ଦେଇଛି। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ପୁଟିନ ପାକିସ୍ତାନକୁ ଗ୍ୟାସ ଯୋଗାଣ ପାଇଁ ଏକ ନୂତନ ଭିତ୍ତିଭୂମି ବିକାଶ ବିଷୟରେ କହିଛନ୍ତି ତେଣୁ ଭାରତ ଲାଗି ଏହା ଚିନ୍ତା ଜନକ ହୋଇଛି।

ରୁଷିଆ ବୈଠକରେ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ-ଭାରତ (ଟିଏପିଆଇ) ପାଇପଲାଇନ ବିଷୟରେ ଉଲ୍ଲେଖ କରିନାହିଁ, କିନ୍ତୁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ଦେଇ ପାକିସ୍ତାନ ପାଇଁ ଏକ ପୃଥକ ପାଇପଲାଇନ ହେବ ବୋଲି କହିଛି। ପୁଟିନ କହିଛନ୍ତି ଯେ ପୂର୍ବରୁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ପାଇଁ ଏକ ଗ୍ୟାସ ଲାଇନ ଅଛି। ବହିର୍ବ୍ୟାପାର ଅନୁଯାୟୀ ରୁଷିଆ ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଏସସିଓ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କୁ ୟୁକ୍ରେନ ଯୁଦ୍ଧରୁ ବାହାରକୁ ଆସିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି ଯୁଗ ଯୁଦ୍ଧର ନୁହେଁ। ଏହାପରେ ପୁଟିନ ଏଭଳି କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri