ଏକଜୁଟ ହେଲେ ସୁଶାନ୍ତଙ୍କ ପ୍ରଶଂସକ: ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ବିତିଲାଣି ପନ୍ଦର ଦିନରୁ ଅଧିକ ସମୟ। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ କରୁଛି ଯାଞ୍ଚ। ହେଲେ ସୁଶାନ୍ତଙ୍କ ପ୍ରଶଂସକ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଏପରିକି ସେମାନେ ପୋଲିସ ଦ୍ୱାରା ଯାଞ୍ଚ କରାଇବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ‘ସିବିଆଇ ମଷ୍ଟ ଫର୍‌ ସୁଶାନ୍ତ’ ଟ୍ରେଣ୍ଡ କରୁଥିବା ଦେଖାଯାଉଛି। ଅଭିନେତା ଶେଖର ସୁମନ ମଧ୍ୟ ନିକଟରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି କରି ଆସୁଛନ୍ତି।

ସୁଶାନ୍ତ ଜଣେ ଲଢ଼ୁଆ ବ୍ୟକ୍ତିତ୍ୱ ଥିଲେ। ସଂଘର୍ଷକୁ ସାମ୍ନା କରିବାକୁ ପସନ୍ଦ କରୁଥିଲେ। ଜଣେ ସକରାତ୍ମକ ଚିନ୍ତାଧାରାର ବ୍ୟକ୍ତି ନିଜ ଜୀବନ ନେଇପାରିବ ନାହିଁ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ସେ ଏବେ ଯେଉଁଠି ଥିବେ ଖୁସିରେ ଥିବେ। ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିବୁ ନାହିଁ ବୋଲି ସେ କହିଛନ୍ତି।

ଏଭଳି ଭାବେ କେହି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାମ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ସିବିଆଇ ଯାଞ୍ଚ ଆଦେଶ ଦିଆଯାଉ ବୋଲି ଦାବି କରୁଥିବା ଦେଖାଯାଉଛି।

ଏସବୁ ମଧ୍ୟରେ ପୋଲିସର ଯାଞ୍ଚକୁ ଯଦି ଦେଖାଯାଏ ତେବେ ସୁଶାନ୍ତଙ୍କ ବନ୍ଧୁ ଏବଂ କ୍ରିଏଟିଭ୍‌ କଣ୍ଟେଣ୍ଟ ମ୍ୟାନେଜର ସିଦ୍ଧାର୍ଥ ପିଥାନୀଙ୍କୁ ପଚରାଉଚରା କରାଯାଉଛି। ସୁଶାନ୍ତ ଆତ୍ମହତ୍ୟା କରିବା ସମୟରେ ସିଦ୍ଧାର୍ଥ ସେଠାରେ ଥିବା ଜଣାପଡ଼ିଛି। ଏହାଛଡ଼ା ପ୍ରେମିକା ରିୟାଙ୍କୁ ମଧ୍ୟ ପୋଲିସ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ଗିରିଜାଶଙ୍କରଙ୍କ ବିବାହ ସମ୍ପନ୍ନ

ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ଅଗଷ୍ଟ ୧୯ରୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବାକୁ ନିଷ୍ପତ୍ତି…

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ…

ଜମି ବିବାଦରୁ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୁରୁବାର ରାତିରେ ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଉପରେ ମରଣାନ୍ତକ…

ଜଗନ୍ନାଥପୁର ପଞ୍ଚାୟତକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା

ଲାଞ୍ଜିଗଡ଼,୧୯ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏସ୍‌ଓ ୯୦୦୧ : ୨୦୧୫ ମାନ୍ୟତା ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। ଏହି…

ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର…

ଯନ୍ତ୍ରୀଙ୍କ ବଦଳି ପରେ ୬ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଠପ୍ : ବଢୁଛି ଜନଅସନ୍ତୋଷ 

ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ଚୌଧୁରୀ ଙ୍କ ପ୍ରାୟ ୭ ମାସ ହେଲା ଜଗନ୍ନାଥ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri