ଏକଜୁଟ ହେଲେ ସୁଶାନ୍ତଙ୍କ ପ୍ରଶଂସକ: ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି

ବମ୍ବେ: ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ବିତିଲାଣି ପନ୍ଦର ଦିନରୁ ଅଧିକ ସମୟ। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ କରୁଛି ଯାଞ୍ଚ। ହେଲେ ସୁଶାନ୍ତଙ୍କ ପ୍ରଶଂସକ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଏପରିକି ସେମାନେ ପୋଲିସ ଦ୍ୱାରା ଯାଞ୍ଚ କରାଇବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ‘ସିବିଆଇ ମଷ୍ଟ ଫର୍‌ ସୁଶାନ୍ତ’ ଟ୍ରେଣ୍ଡ କରୁଥିବା ଦେଖାଯାଉଛି। ଅଭିନେତା ଶେଖର ସୁମନ ମଧ୍ୟ ନିକଟରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି କରି ଆସୁଛନ୍ତି।

ସୁଶାନ୍ତ ଜଣେ ଲଢ଼ୁଆ ବ୍ୟକ୍ତିତ୍ୱ ଥିଲେ। ସଂଘର୍ଷକୁ ସାମ୍ନା କରିବାକୁ ପସନ୍ଦ କରୁଥିଲେ। ଜଣେ ସକରାତ୍ମକ ଚିନ୍ତାଧାରାର ବ୍ୟକ୍ତି ନିଜ ଜୀବନ ନେଇପାରିବ ନାହିଁ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ସେ ଏବେ ଯେଉଁଠି ଥିବେ ଖୁସିରେ ଥିବେ। ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିବୁ ନାହିଁ ବୋଲି ସେ କହିଛନ୍ତି।

ଏଭଳି ଭାବେ କେହି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାମ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ସିବିଆଇ ଯାଞ୍ଚ ଆଦେଶ ଦିଆଯାଉ ବୋଲି ଦାବି କରୁଥିବା ଦେଖାଯାଉଛି।

ଏସବୁ ମଧ୍ୟରେ ପୋଲିସର ଯାଞ୍ଚକୁ ଯଦି ଦେଖାଯାଏ ତେବେ ସୁଶାନ୍ତଙ୍କ ବନ୍ଧୁ ଏବଂ କ୍ରିଏଟିଭ୍‌ କଣ୍ଟେଣ୍ଟ ମ୍ୟାନେଜର ସିଦ୍ଧାର୍ଥ ପିଥାନୀଙ୍କୁ ପଚରାଉଚରା କରାଯାଉଛି। ସୁଶାନ୍ତ ଆତ୍ମହତ୍ୟା କରିବା ସମୟରେ ସିଦ୍ଧାର୍ଥ ସେଠାରେ ଥିବା ଜଣାପଡ଼ିଛି। ଏହାଛଡ଼ା ପ୍ରେମିକା ରିୟାଙ୍କୁ ମଧ୍ୟ ପୋଲିସ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri