Posted inଖେଳ

ବାବର ଆଜମ ଆଉଟ୍‌ ହେବାପରେ ଟିଭି ଭାଙ୍ଗିଦେଲେ କୁନି ପ୍ରଶଂସକ: ଦେଖନ୍ତୁ ଭିଡ଼ିଓ

ଇସଲମାବାଦ୍‌,୧୬।୧୦(୦୭):ଭାରତ-ପାକିସ୍ତାନ ମ୍ୟାଚ ପାଇଁ କ୍ରେଜ ଅଧିକ ରହିଛି। କ୍ରିକେଟ ଦୁନିଆରେ ପ୍ରଶଂସକମାନେ ଏହି ଦୁଇ ଦଳ ମଧ୍ୟରେ ମୁକାବିଲାକୁ ସବୁବେଳେ ଅପେକ୍ଷା କରନ୍ତି। ଯେଉଁ ଦଳ ମ୍ୟାଚ ଜିତେ, ସେହି ଦଳର ପ୍ରଶଂସକମାନେ ଜୋରଦାର ସେଲିବ୍ରେଶନ କରନ୍ତି, ହାରିଯାଇଥିବା ଦଳର ପ୍ରଶଂସକଙ୍କ ମଧ୍ୟରେ ରାଗ ସୀମା ଟପେ। ପ୍ରାୟତଃ ଭାରତ-ପାକ ମ୍ୟାଚରେ ହାରିଥିବା ଦଳର ପ୍ରଶଂସକଙ୍କ ଅସନ୍ତୋଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥର ବିଶ୍ୱକପ ମ୍ୟାଚ ପରେ ମଧ୍ୟ ସମାନ ଭିଡିଓ ସାମ୍ନାକୁ ଆସିଛି।
ବିଶ୍ୱକପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏକ ସମୟରେ ପାକିସ୍ତାନ ଏହି ମ୍ୟାଚରେ ବହୁତ ଭଲ ସ୍ଥିତିରେ ଥିଲା। ପାକିସ୍ତାନ ଦଳ ୧୫୦ ରନରେ ମାତ୍ର ଦୁଇଟି ଉଇକେଟ ହରାଇଥିଲା। କିନ୍ତୁ ଏଠାରେ ଅଧିନାୟକ ବାବର ଆଜମ ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଉଇକେଟ୍‌ ପଡ଼ିଚାଲିଥିଲା। ବାବର ଆଜମ ହେଉଛି ପାକିସ୍ତାନ ଦଳର ମେରୁଦଣ୍ଡ। ତାଙ୍କ ଆଉଟ୍‌ ହେବା ପରେ ପାକିସ୍ତାନର ଜଣେ ଛୋଟ ପ୍ରଶଂସକ ରାଗିଯାଇ ଟିଭି ଭାଙ୍ଗିଥିଲେ। ଏହାର ଭିଡିଓ ମ୍ୟାଚର ପରଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ପାକିସ୍ତାନୀ ପରିବାର ଭାରତ-ପାକିସ୍ତାନ ମ୍ୟାଚ ଦେଖୁଛନ୍ତି। ଏଠାରେ ବାବର ଆଉଟ୍‌ ହେବା ମାତ୍ରେ ଜଣେ ପିଲା ରାଗରେ ତାଙ୍କ ସାମ୍ନାରେ ରଖାଯାଇଥିବା ଜିନିଷକୁ ଟିଭି ଉପରକୁ ଫୋପାଡି ଦେଇଥିଲେ। ଫଳରେ ଟିଭି ତଳେ ପଡ଼ି ଯାଇଥିଲା।
ସୂଚନାଯୋଗ୍ୟ ଯେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଦଳ ମାତ୍ର ୧୯୧ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ୧୧୭ ବଲ ବାକି ରହି ୭ ଉଇକେଟ ନେଇ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri