ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…

ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ ’ଦି ଭ୍ୟୁ’ ନିର୍ମାଣ କରିଥିଲେ। ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବାରବରା ପାଞ୍ଚ ଦଶନ୍ଧି ଧରି ଏକ ଟେଲିଭିଜନ କ୍ୟାରିୟରରେ ସକ୍ରିୟ ରହିଲେ। ଏହି ସମୟ ମଧ୍ୟରେ ସେ କ୍ୟୁବାର ଫିଡେଲ କାଷ୍ଟ୍ରୋ, ବ୍ରିଟେନର ମାର୍ଗେଟ ଥାଚର, ଲିବିଆର ଶାସକ ମୁଆମାର ଗଦାଫି, ଇରାକର ଶାସକ ସଦ୍ଦାମ ହୁସେନ, ରୁଷିଆର ରାଷ୍ଟ୍ରପତି ବୋରିସ ୟେଲସ୍ତିନ ଏବଂ ଭ୍ଲାଡିମିର ପୁଟିନ ଏବଂ ପ୍ରାୟ ପ୍ରତ୍ୟେକ ଆମେରିକୀୟ ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେଇଥିଲେ। ୨୦୦୪ରେ ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ କେବେ ଭାବି ନଥିଲି ଯେ ମୋର ଏହି ପ୍ରକାର ଜୀବନ ହେବ। ମୁଁ ଦୁନିଆର ସମସ୍ତଙ୍କୁ ଭେଟିଛି। ମୁଁ ଅନେକ ରାଜ୍ୟ ମୁଖ୍ୟ, ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଏପରିକି ପ୍ରାୟ ସମସ୍ତ ରାଷ୍ଟ୍ରପତିଙ୍କୁ ଭେଟିଛି ।

ଏକ ସମୟରେ ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଟେଲିଭିଜନ ଉପସ୍ଥାପିକା ଥିଲେ। ସେ ଏକ ନ୍ୟୁଜ ଚ୍ୟାନେଲରେ ବାର୍ଷିକ ୧୨ ମିଲିୟନ ଡଲାରର ଦରମା ପାଉଥିଲେ। ୨୫ ସେପ୍ଟେମ୍ବର ୧୯୨୯ ରେ ବୋଷ୍ଟନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଲୁ ୱାଲଟରର୍ସ ଏକ ନାଇଟ କ୍ଲବର ମାଲିକ ଥିଲେ। ସେ ମିଆମି ବିଚ ହାଇସ୍କୁଲ ଏବଂ ଫିଲ୍ଡଷ୍ଟନ ସ୍କୁଲ ତଥା ନ୍ୟୁୟର୍କର ବିରଞ୍ଚ ୱାଟେନ ସ୍କୁଲରେ ପାଠ ପଢ଼ିଥିଲେ। ସେ ସାରା ଲରେନ୍ସ କଲେଜରୁ ତାଙ୍କର ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

Share