Categories: ଗଞ୍ଜାମ

ନଦୀପାର ବେଳେ ଭାସିଗଲେ ପରିବା ବ୍ୟବସାୟୀ

ଆସିକା,୨୩ା୭(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ବଡନଦୀ ପାରି ହେଉଥିବାବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜଣେ ପରିବା ବ୍ୟବସାୟୀ ନଦୀ ସୁଅରେ ଭାସି ଯାଇଛନ୍ତି। ସେ ହେଲେ ଆଲିପୁର ପଞ୍ଚାୟତ କରାତଳି ଗ୍ରାମର ସନ୍ନ୍ୟାସି ଜେନା (୪୫)। ସନ୍ନ୍ୟାସୀ ଆସିକାରୁ ପରିବା ବ୍ୟବସାୟ ସାରି ଚାଲିଚାଲି ନଦୀ ପାରି ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଗ୍ରାମବାସୀ ଏନେଇ ଆସିକା ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଖୋଜାଖୋଜି କରିଥିଲେ ମଧ୍ୟ ଖବର ଲେଖାହେବା ଯାଏ ନିଖୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ରାଉଳ ସୂଚନା କରିଛନ୍ତି।