କ୍ଷତିପୂରଣ ଦାବିରେ ୮ ଘଣ୍ଟା ଧରି ରାସ୍ତାରେ ବସିଛନ୍ତି ପରିବାର, ଥାନା ଘେରାଉ ପରେ ପୋଲିସକୁ ପଥର ମାଡ଼

ଥୁଆମୁଳ ରାମପୁର,୪।୪(ଦୁର୍ଗା କୀର୍ତ୍ତି): ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ କ୍ଷତିପୂରଣ ଦାବିରେ ଥୁଆମୂଳ ରାମପୁର ଥାନା ଘେରିବା ସହ ରାସ୍ତା ଅବରୋଧ କରିଛନ୍ତି ପରିବାରଲୋକେ। ଶୁକ୍ରବାର ଅପରାହ୍ନ ୧ଟାରୁ ସା ୮ଟା ଯାଏ ଦୀର୍ଘ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଥାନା ଘେରାଉ କରାଯାଇଛି । ଫଳରେ ଥୁଆ ମୂଳ ରାମପୁର – ଭବାନିପାଟଣା – କଲମପୁର – କାଶିପୁରକୁ ଗାଡିମୋଟର ଯାତାୟାତ ଠପ୍‌ ସହ ଅନେକ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି ।

ସୂଚନାନୁଯାୟୀ, କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଦାବିରିଗୁଡା ଗ୍ରାମର ମଣ୍ଟୁ ନାଏକ (୨୩) ଏବଂ ଉମାଶଙ୍କର ନାଏକ (୨୫) ଦୁହେଁ ହିରୋ ଏଚ୍‌ଏଫ୍‌ ଡିଲକ୍ସ ଓଡି୦୮କେ ୬୧୮୦ ଓ ଡୁମେରପଦର ଗ୍ରାମର ଫିରୋଜ ନାଏକ ଏବଂ ଦୀପେନ୍ଦ୍ର ନାଏକ ଦୁହେଁ କେଟିଏମ ଗାଡି ନମ୍ବର ଓଡି୦୮ଏମ୧୩୯୭ ବିଶିଷ୍ଟ ବାଇକ ଚାଳକ ନିଜ ନିଜ ଘରକୁ ଯାଉଥିବା ବେଳେ ଗତ ରବିବାର ଦିନ ଲାଠିଆଗୁଡ଼ା ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ଏଥିରେ ଡୁମେରପଦର ଗ୍ରାମ ଫିରୋଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ କ୍ଷତିପୂରଣ ଦାବିନେଇ ପରିବାର ଲୋକେ ଏବଂ ଡୁମେର ପଦର ଗ୍ରାମର ଶହ ଶହ ଲୋକ ଥୁଆମୁଳ ରାମପୁର ଥାନା ଘେରାଓକରି ରାସ୍ତା ଅବରୋଧ କରିଥିଲେ।ଘଟଣାର କୌଣସି ସମାଧାନ ନ ହେବାରୁ ଧାରଣା ଉଗ୍ରରୂପ ଧାରଣ କରିଥିଲା । ଏହାକୁ ନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅତିରିକ୍ତ ମଜିଷ୍ଟେଟ (ତହସିଲଦାର) ନିଜୋର୍‌ କୁମାର ଭତ୍ରା ଏବଂ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଥାନାରେ ପହଞ୍ଚି ପରିବାରଲୋକଙ୍କୁ ବୁଝାସୁଝା କରୁଥିଲେ। ଠିକ ସେତିକି ସମୟରେ କୌଣସି ସମାଧାନ ନ ହୋଇ ଘଟଣାଟି ଉଗ୍ରରୂପ ନେଇଥିଲା ଏବଂ ପ୍ରତିବାଦକାରୀମାନେ ଥାନା ଉପରକୁ ପଥର ମାଡ଼ କରିଥିଲେ। ଫଳରେ ଜଣେ ଏସ୍‌ଆଇ ଏବଂ ଜଣେ କନେଷ୍ଟବଳଙ୍କ ଦେହରେ ପଥର ବାଜିଥିବାବେଳେ ଥାନା ମୁଖ୍ୟ ଫାଟକ ଏବଂ ଥାନାର ଝରକାରେ ପଥର ବାଜିଥିବା ଦେଖାଯାଇଛି। ଏଥିରୁ ଅନ୍ୟାନ୍ୟ ପୋଲିସ ଅଧିକାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅନ୍ୟପଟେ ପଥର ମାଡ଼କାରୀମାନଙ୍କୁ ପୋଲିସ ଘଉଡ଼ାଇ ଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri