କ୍ଷତିପୂରଣ ଦାବିରେ ୮ ଘଣ୍ଟା ଧରି ରାସ୍ତାରେ ବସିଛନ୍ତି ପରିବାର, ଥାନା ଘେରାଉ ପରେ ପୋଲିସକୁ ପଥର ମାଡ଼

ଥୁଆମୁଳ ରାମପୁର,୪।୪(ଦୁର୍ଗା କୀର୍ତ୍ତି): ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ କ୍ଷତିପୂରଣ ଦାବିରେ ଥୁଆମୂଳ ରାମପୁର ଥାନା ଘେରିବା ସହ ରାସ୍ତା ଅବରୋଧ କରିଛନ୍ତି ପରିବାରଲୋକେ। ଶୁକ୍ରବାର ଅପରାହ୍ନ ୧ଟାରୁ ସା ୮ଟା ଯାଏ ଦୀର୍ଘ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଥାନା ଘେରାଉ କରାଯାଇଛି । ଫଳରେ ଥୁଆ ମୂଳ ରାମପୁର – ଭବାନିପାଟଣା – କଲମପୁର – କାଶିପୁରକୁ ଗାଡିମୋଟର ଯାତାୟାତ ଠପ୍‌ ସହ ଅନେକ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି ।

ସୂଚନାନୁଯାୟୀ, କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଦାବିରିଗୁଡା ଗ୍ରାମର ମଣ୍ଟୁ ନାଏକ (୨୩) ଏବଂ ଉମାଶଙ୍କର ନାଏକ (୨୫) ଦୁହେଁ ହିରୋ ଏଚ୍‌ଏଫ୍‌ ଡିଲକ୍ସ ଓଡି୦୮କେ ୬୧୮୦ ଓ ଡୁମେରପଦର ଗ୍ରାମର ଫିରୋଜ ନାଏକ ଏବଂ ଦୀପେନ୍ଦ୍ର ନାଏକ ଦୁହେଁ କେଟିଏମ ଗାଡି ନମ୍ବର ଓଡି୦୮ଏମ୧୩୯୭ ବିଶିଷ୍ଟ ବାଇକ ଚାଳକ ନିଜ ନିଜ ଘରକୁ ଯାଉଥିବା ବେଳେ ଗତ ରବିବାର ଦିନ ଲାଠିଆଗୁଡ଼ା ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ଏଥିରେ ଡୁମେରପଦର ଗ୍ରାମ ଫିରୋଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ କ୍ଷତିପୂରଣ ଦାବିନେଇ ପରିବାର ଲୋକେ ଏବଂ ଡୁମେର ପଦର ଗ୍ରାମର ଶହ ଶହ ଲୋକ ଥୁଆମୁଳ ରାମପୁର ଥାନା ଘେରାଓକରି ରାସ୍ତା ଅବରୋଧ କରିଥିଲେ।ଘଟଣାର କୌଣସି ସମାଧାନ ନ ହେବାରୁ ଧାରଣା ଉଗ୍ରରୂପ ଧାରଣ କରିଥିଲା । ଏହାକୁ ନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅତିରିକ୍ତ ମଜିଷ୍ଟେଟ (ତହସିଲଦାର) ନିଜୋର୍‌ କୁମାର ଭତ୍ରା ଏବଂ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଥାନାରେ ପହଞ୍ଚି ପରିବାରଲୋକଙ୍କୁ ବୁଝାସୁଝା କରୁଥିଲେ। ଠିକ ସେତିକି ସମୟରେ କୌଣସି ସମାଧାନ ନ ହୋଇ ଘଟଣାଟି ଉଗ୍ରରୂପ ନେଇଥିଲା ଏବଂ ପ୍ରତିବାଦକାରୀମାନେ ଥାନା ଉପରକୁ ପଥର ମାଡ଼ କରିଥିଲେ। ଫଳରେ ଜଣେ ଏସ୍‌ଆଇ ଏବଂ ଜଣେ କନେଷ୍ଟବଳଙ୍କ ଦେହରେ ପଥର ବାଜିଥିବାବେଳେ ଥାନା ମୁଖ୍ୟ ଫାଟକ ଏବଂ ଥାନାର ଝରକାରେ ପଥର ବାଜିଥିବା ଦେଖାଯାଇଛି। ଏଥିରୁ ଅନ୍ୟାନ୍ୟ ପୋଲିସ ଅଧିକାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅନ୍ୟପଟେ ପଥର ମାଡ଼କାରୀମାନଙ୍କୁ ପୋଲିସ ଘଉଡ଼ାଇ ଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri