ପରିବାରର ଭୂମିକା

ଶ୍ରୁତକୀର୍ତ୍ତି ତ୍ରିପାଠୀ

ପରିବାର ବା କୁଟୁମ୍ବର ସହଯୋଗ ଥିଲେ ବ୍ୟକ୍ତି ସବୁ ପ୍ରକାର ବାଧାବିଘ୍ନକୁ ହସିହସି ସହିଯାଏ। ଏହା ସମାଜର ଏକ ମୌଳିକ ଅଙ୍ଗ। କୋଭିଡ୍‌ ମହାମାରୀ କାଳରେ ପରିବାରର ଆବଶ୍ୟକତାକୁ ସର୍ବସାଧାରଣ ଅମାନ୍ୟ କରିପାରିବେ ନାହିଁ। ଏଭଳି ଏକ ବିପତ୍ତି କାଳରେ ପରିବାର ନିଜ ସଦସ୍ୟମାନଙ୍କୁ ଦେଇଛି ମାନସିକ, ସାମାଜିକ ଓ ଅର୍ଥନୈତିକ ନିରାପତ୍ତା। ପରିବାର ମଧ୍ୟରେ ରହିଲେ ପ୍ରେମ, ଆନନ୍ଦ, ଶାନ୍ତି ଓ ନିରାପତ୍ତା ଅନୁଭବ ହୁଏ। ତେଣୁ କୁହାଯାଏ, ଯେଉଁ ଦେଶରେ ସମ୍ପୂର୍ଣ୍ଣ ପରିବାର ସଂଖ୍ୟା ଯେତେ ବେଶି, ସେ ଦେଶ ସେତେ ସମୃଦ୍ଧ ଓ ସଶକ୍ତ। ଇଂଲିଶ୍‌ରେ କଥାଟିଏ ଅଛି- “A family is not only an important thing, it is everything.” ଏହାର ବାସ୍ତବିକ ଅର୍ଥ କେତେ ଗହନ।
ଭାରତରେ ପରିବାରର ଅର୍ଥ ବ୍ୟାପକ। ପ୍ରତିଟି ସମ୍ପର୍କ ଏହାର ଜଣେ ଜଣେ ସଭ୍ୟ। ଧାର୍ମିକ ଅନୁଷ୍ଠାନ, ସାମାଜିକ କର୍ମ, ବିପଦ-ଆପଦ, ଦୁଃଖ-ସୁଖ, ଉତ୍ସବ, ପୂଜା-ପାର୍ବଣ ଆଦିରେ ସମଗ୍ର ପରିବାର ଏକାଠି ହେବା ଦ୍ୱାରା ସମ୍ପର୍କ ଦୃଢ଼ ଓ ଅତୁଟ ହୁଏ। ଗୋଟିଏ ପରିବାରରେ ଛୋଟ ବଡ଼ ସମସ୍ତେ ପାରିବାରିକ ନିଷ୍ପତ୍ତିରେ ଭାଗ ନିଅନ୍ତି। ସମସ୍ତଙ୍କ ସମ୍ମତି ନେଇ ଯେକୌଣସି କାର୍ଯ୍ୟ କରାଯାଏ l ଉଭୟ ବରିଷ୍ଠ ଏବଂ କନିଷ୍ଠମାନଙ୍କ ମତକୁ ସମ୍ମାନ ଦେଇ ବିଚାର କରାଯାଏ l ଯୁକ୍ତିତର୍କ, ମତାନ୍ତର, ମନାନ୍ତର ସତ୍ତ୍ୱେ ଆଲୋଚନା ଓ ବୁଝାମଣା କରାଯାଇ ସମସ୍ୟା ସମାଧାନର ବାଟ ଖୋଜାଯାଏ। ପରିବାର ସହ ଏକତ୍ର ବାସ କଲେ ବ୍ୟକ୍ତିକୁ ଅର୍ଥନୈତିକ, ସାମାଜିକ, ମାନସିକ ନିରାପତ୍ତା ଲାଭ ହୁଏ l ଆହୁରି ପରିବାରରେ ଦୃଢ଼ ହୁଏ ମାତୃଭାଷା ସହିତ ବନ୍ଧନ। ଦମ୍ଭ ଓ ଆପଣାପଣର ଛାୟା କରି ସବୁ ଝଡ଼ଝଞ୍ଜାରୁ ମୁକୁଳାଇ ଆଣିବାର ସାମର୍ଥ୍ୟ ମାନବ ମଧ୍ୟରେ ଆତ୍ମବିଶ୍ୱାସ ଭରିଦିଏ, ଯାହା ପରିବାର ଭିତରେ ହିଁ ସମ୍ଭବପର। ପିଲାଙ୍କ ଭବିଷ୍ୟତ ପାଇଁ ମାତାପିତା ଆଜୀବନ ତ୍ୟାଗ ଏବଂ ପ୍ରାର୍ଥନାରେ ରତ ଥାଆନ୍ତି। ନିଜଠାରୁ ଅଧିକ ଅନ୍ୟ ପାଇଁ ଭାବିବା, ପରିପ୍ରକାଶ କରିବା ପୂର୍ବରୁ ମନକଥା ବୁଝି ତାକୁ ପୂରଣ କରିବା ପରିବାର ବ୍ୟତୀତ ଆଉ କେଉଁଠି ସମ୍ଭବ? ସେଥିପାଇଁ ତ ଆମେ ଭାରତୀୟମାନେ ଶିକ୍ଷାନୁଷ୍ଠାନରେ, କାର୍ଯ୍ୟାଳୟରେ, ପଡ଼ୋଶୀଙ୍କ ମେଳରେ ସବୁଠି ପରିବାରଟିଏ ସୃଷ୍ଟି କରିବାର କ୍ଷମତା ରଖୁ l ଗବେଷକମାନେ ମଧ୍ୟ ମତ ରଖନ୍ତି ଯେ, ପରିବାର ମଧ୍ୟରେ ବାସ କରୁଥିବା ବ୍ୟକ୍ତି ଅପେକ୍ଷାକୃତ ଭାବରେ ଅଧିକ ଶାନ୍ତିରେ ବଞ୍ଚେ ଏବଂ ଦୀର୍ଘାୟୁ ହୁଏ। ଏମାନଙ୍କର ମାନସିକ ଅବସାଦ କମ୍‌ l ବରିଷ୍ଠମାନଙ୍କର ଅଭିଜ୍ଞତା, ମାତାପିତାଙ୍କର ସଂସ୍କାର, ପରିବାରର ପରମ୍ପରା, ଚଳଣି ଏସବୁର ମିଳିତ ସହାବସ୍ଥାନରେ ପରିବାର ରୁଦ୍ଧିମନ୍ତ।
ମାତ୍ର ଆଧୁନିକୀକରଣ, ସହରୀକରଣ, ବଜାରୀକରଣ ଯୋଗୁ ପରିବାରଗୁଡ଼ିକ ଏବେ ଦୁର୍ବଳ ଏବଂ ବିଭକ୍ତ l ଏହାଦ୍ୱାରା ଯଦିଓ ପରିବାରର ଆୟ ଏବଂ ରୋଜଗାର ବଢ଼ିଛି, ମହିଳାଙ୍କ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିଛି, ଶିକ୍ଷାରେ ଉନ୍ନତି ଘଟିଛି, ମାତ୍ର ପରିବାର ତା’ର ପରମ୍ପରା ଭୁଲିବାରେ ଲାଗିଛି l ବିବାଦ, କଳହ, ବିଚ୍ଛେଦ ପରିବାରଗୁଡ଼ିକୁ ଭାଙ୍ଗିଦେଉଛି। ଲୋକେ ଆଉ ପରିବାର ବନ୍ଧନରେ ବାନ୍ଧି ହେବାକୁ ଚାହୁଁନାହାନ୍ତି। ସମ୍ପର୍କକୁ ବୋଝ ମନେ କରି ଦୂରେଇ ଦେବାରେ ସେମାନଙ୍କର ତିଳେ ହେଲେ ଦ୍ୱିଧା ରହୁନାହିଁ। ଆମେରିକା, ଜାପାନ, ସିଙ୍ଗାପୁର ଭଳି ଉନ୍ନତ ଦେଶଗୁଡ଼ିକଠାରୁ ଅନୁକରଣ କରି ଆମ ଯୁବବର୍ଗ ମଧ୍ୟ ବିବାହ ନ କରି ଏକାଠି (ଲିଭ ଇନ୍‌) ରହିବା ସପକ୍ଷରେ ଅଛନ୍ତି। ପରିଣାମ ପରିବାର ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିବ।
ଆଧୁନିକତାର ବଶବର୍ତ୍ତୀ ହୋଇ ପରିବାରଠାରୁ ଦୂରେଇ ଯିବା ସାମାଜିକ ଅଧୋଗତିକୁ ନିମନ୍ତ୍ରଣ କରିବ, ଯାହାର ଅଳ୍ପେ ବହୁତେ ପରିଣାମ ଆମେ ଭୋଗିବା ଆରମ୍ଭ କଲେଣି l ମାତ୍ର ତଥାପି ଆଶାଟିଏ ରହିଛି ଯେ ଆମେ ସୁଧୁରିଯିବା। ଆମ ଆଗାମୀ ପିଢ଼ି ପୁଣିଥରେ ପରିବାରର ମହତ୍ତ୍ୱ ବୁଝିବେ, ପରିବାରକୁ ନିଜର ଶକ୍ତି ମନେକରି ଆଗେଇ ଚାଲିବେ। ସ୍ବାର୍ଥହୀନ ସେବା, ସର୍ତ୍ତହୀନ ପ୍ରେମ ଏବଂ ସ୍ନେହଭରା ନିରାପତ୍ତା ପରିବାର ଭିତରେ ହିଁ ମିଳେ l ଦୁର୍ବଳ ସମ୍ପର୍କକୁ ଯୋଡ଼ି, ମରାମତି କରି ପୁଣିଥରେ ନୂଆ କରି ଗଢ଼ିବାର ବେଳ ଇୟେ l ତେଣୁ ଆସନ୍ତୁ ନିଜ ନିଜ ପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ ସମସ୍ତେ ଏକାଠି ହେବା।
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri