ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି। ଆଉ କିଛି ପରିବାରରେ ଜ୍ୟେଷ୍ଠମାନଙ୍କର କନିଷ୍ଠଙ୍କୁ ଆକଟ କରିବାରେ ସାମର୍ଥ୍ୟ ନାହିଁ। ଏହାକୁ ରୋକିବ କିଏ? ଯଦି ରୋକା ନ ଯାଏ ତେବେ ଏ ଦେଶର କ’ଣ ଅବସ୍ଥା ହେବ?
ଭାରତୀୟମାନେ ମୋଗଲ, ଇଂରେଜ ତଥା ବିଭିନ୍ନ ଏକଚ୍ଛତ୍ରବାଦୀ ଶାସକଙ୍କ ଦ୍ୱାରା ଶାସିତ ହୋଇଛନ୍ତି। ସମୟ କ୍ରମେ ସେହି ଶାସକମାନଙ୍କର କୁସଂସ୍କାର ପ୍ରଭାବରେ ଭାରତୀୟ ପ୍ରଭାବିତ ହୋଇଛନ୍ତି। ଏହି କୁସଂସ୍କାର ସାମାଜିକ ବ୍ୟାଧିର ରୂପ ନେଇସାରିଛି। ଭାରତୀୟମାନେ ବିଶୃଙ୍ଖଳିତ ପରମ୍ପରାରେ ପରିଚାଳିତ ହେବା ଦ୍ୱାରା ପାରିବାରିକ ଅଶାନ୍ତି, ଅସମୟରେ ମୃତ୍ୟୁ ଏବଂ ମାନବ ଭିତରେ ଭେଦଭାବ ସୃଷ୍ଟି ହୋଇଛି। କିଏ ରୋକିବ ଏ ସବୁ ବିଶୃଙ୍ଖଳାକୁ। କାରଣ ସମାଜର ଶୃଙ୍ଖଳା ସେତେବେଳେ ରକ୍ଷା ହୁଏ ଯେତେବେଳେ ମାନବର ନୈତିକ ଜ୍ଞାନ ରୁହେ। ନୈତିକ ଜ୍ଞାନ ଆହରଣ ପାଇଁ ତିନୋଟି ପ୍ରମୁଖ ମାର୍ଗ ଅଛି। ପ୍ରଥମତଃ ନିଜ ଘରେ ଜ୍ୟେଷ୍ଠମାନଙ୍କଠାରୁ କନିଷ୍ଠମାନେ ନୈତିକ ମୂଲ୍ୟବୋଧ ଶିକ୍ଷା କରନ୍ତି। କିନ୍ତୁ ବର୍ତ୍ତମାନ ଅନେକ ଘରେ ମୁରବିଙ୍କୁ କନିଷ୍ଠମାନେ ସମ୍ମାନ ଦେଉନାହାନ୍ତି। ଅନେକ କ୍ଷେତ୍ରରେ ମୁରବିମାନଙ୍କର ନୈତିକତା ହ୍ରାସ ହୋଇଛି। ବିଭାଜନକାରୀ ରାଜନୀତି, ଅନ୍ୟାୟ ମାର୍ଗରେ ଧନ ଅର୍ଜନ, ନିଶାଦ୍ରବ୍ୟ ସେବନ ଏବଂ ଚାରିତ୍ରିକ ସ୍ଖଳନରେ ଯଦି ଘରର ମୁରବିମାନେ ପୌରୋହିତ୍ୟ କରିବେ ତେବେ ଶିଶୁ କ’ଣ ବା ଶିକ୍ଷା କରିବେ। ନୈତିକତାଶିକ୍ଷାର ଦ୍ୱିତୀୟ ମାର୍ଗ ହେଉଛି ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଶିକ୍ଷା ଗ୍ରହଣ। କିନ୍ତୁ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଯଦ୍ୟପି ନିଜନିଜ କର୍ମ କ୍ଷେତ୍ରରେ ବିଶିଷ୍ଟ କିନ୍ତୁ ନୈତିକତା ହ୍ରାସ ତାଙ୍କର ବ୍ୟକ୍ତିଗତ ଜୀବନର କାଳିମା ହୋଇଛି। ବିଶେଷତଃ ଯୁବସମାଜ ସଂଗୀତ, ନୃତ୍ୟ ଏବଂ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାରମାନଙ୍କର ଅନୁଗାମୀ ହେଉଛନ୍ତି। ସେହି ବିଶିଷ୍ଟ କଳାକାରମାନେ ଯଦି ଶୃଙ୍ଖଳିତ ଜୀବନ ଅତିବାହିତ କରନ୍ତେ ତେବେ ଦେଶର ଯୁବସମାଜ ଖୁବ୍‌ ସଂଯତ ହୋଇପାରନ୍ତେ। ଏଇ କିଛି ବର୍ଷର ବ୍ୟବଧାନରେ ଓଡ଼ିଶାରେ ଅନେକ ବିଶିଷ୍ଟ କଳାକାରଙ୍କର ନିଶାସେବନଜନିତ ଅକାଳ ମୃତ୍ୟୁ, ବମ୍ବେର ଫିଲ୍ମ ଜଗତରେ ନାଁ କମେଇଥିବା ବରିଷ୍ଠ କଳାକାରମାନଙ୍କର ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତି ତଥା ଚାରିତ୍ରିକ ସ୍ଖଳନ ସୂଚେଇଦେଉଛି ସମାଜ ଉପରେ ଏହା କେତେ କୁପ୍ରଭାବ ପକାଇଛି। ଯେଉଁ କିଛି ଉତ୍ତମ କଳାକାର ନିଜ କଳା ସହିତ ସମାଜ ମଙ୍ଗଳ ପାଇଁ ପ୍ରୟାସ କରନ୍ତି ସେମାନେ ହାତଗଣତି ମାତ୍ର। ଶାସ୍ତ୍ର କୁହେ ମହାଜନ ଯେନ ଗତଃ ସ ପନ୍ଥା। ଅର୍ଥାତ୍‌ ମହାନ ବ୍ୟକ୍ତିମାନେ ଯେଉଁ ସୁନ୍ଦର ରାସ୍ତାରେ ଯାଇଛନ୍ତି ତାହା ହିଁ ପରବର୍ତ୍ତୀ ପିଢିର ମାର୍ଗ ହେଉ। କିନ୍ତୁ ଆଜିର ସମାଜରେ ମହାଜନଙ୍କୁ ଚିହ୍ନିବା କଷ୍ଟକର। ତେଣୁ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ସମାଜ ସଂସ୍କାରର ଶିକ୍ଷା ଗ୍ରହଣ କରିବା ସଫଳ ହେଉନାହିଁ।
ସମାଜ ସଂସ୍କାରର ତୃତୀୟ ମାର୍ଗ ହେଉଛି ନୈତିକ ଜ୍ଞାନ ଆଧାରିତ ପୁସ୍ତକ। ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକରେ ଯଦି ନୈତିକ ଆଧାରିତ ଶିକ୍ଷା ଦିଆଯାଏ ତେବେ ତାହା ସେମାନଙ୍କ ଜୀବନକୁ ଶୃଙ୍ଖଳିତ କରେ। ତେଣୁ ପୂର୍ବରୁ ପଞ୍ଚତନ୍ତ୍ର ଏବଂ ହିତୋପଦେଶ ପ୍ରଭୃତି କଥା ମାଧ୍ୟମରେ କୋମଳମତି ଛାତ୍ରୀଛାତ୍ରଙ୍କୁ ନୈତିକ ଶିକ୍ଷା ଦିଆଯାଉଥିଲା। ବଣଜଙ୍ଗଲର କଥା ପାଠ୍ୟପୁସ୍ତକରେ ରହିବା ଦ୍ୱାରା ପିଲାମାନେ ଅରଣ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ସଚେତନ ହେଉଥିଲେ। ବିଭିନ୍ନ ବିଶ୍ୱମଙ୍ଗଳ ପ୍ରାର୍ଥନା ଦ୍ୱାରା ପିଲାମାନେ ବିଶ୍ୱକୁ ସମାନ ଦୃଷ୍ଟିରେ ଦେଖୁଥିଲେ। ବେଦରେ ବର୍ଣ୍ଣିତ ଅଗ୍ନି, ବାୟୁ, ଜଳ, ପର୍ବତ, ବୃକ୍ଷଲତା ପ୍ରଭୃତି ପ୍ରାକୃତିକ ସମ୍ପଦର ସମ୍ମାନ ମନ୍ତ୍ର ମାଧ୍ୟମରେ ଶିକ୍ଷା ଦିଆଯାଉଥିଲା, ଯଦ୍ଦ୍ବାରା ମାନବ ପ୍ରକୃତିକୁ ନଷ୍ଟ କରିବନାହିଁ। ରାମାୟଣର ସମାଜ ସଂସ୍କାର, ମହାଭାରତର ଶାନ୍ତି ପ୍ରତିଷ୍ଠା, ଉପନିଷଦର ଯମ ନଚିକେତା ସଂବାଦ ପ୍ରଭୃତି ମାନବକୁ ସତ୍‌ ମାର୍ଗ ପ୍ରଦର୍ଶିତ କରୁଥିଲା। ଆଜି କିନ୍ତୁ ଏ ସବୁକୁ ଧର୍ମ ଗ୍ରନ୍ଥର ରୂପ ଦେଇ ପାଠ୍ୟକ୍ରମରୁ ଦୂରେଇ ରଖାଗଲା। ଭାରତ ଏକ ସର୍ବଧର୍ମ ସମନ୍ବୟର ରାଷ୍ଟ୍ର ହେଲା। ଏଠି ସମାଜ ସଂସ୍କାର ଦିଆଯାଉଥିବା ଗ୍ରନ୍ଥଗୁଡ଼ିକ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମରେ ବାରଣ କରାଗଲା। ଆଜିର ପିଲା କେବଳ ପାଠ ବ୍ୟତୀତ କୌଣସି ସଂସ୍କାରମୂଳକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଲା ନାହିଁ। ତେଣୁ ତୃତୀୟ ମାର୍ଗଟି ବନ୍ଦ ହୋଇଗଲା।
ବର୍ତ୍ତମାନ ବିଚାର କରିବା ଏ ତିନୋଟି ଯାକ ରାସ୍ତା ବନ୍ଦ ହୋଇଯିବାର ଫଳାଫଳ। ବର୍ତ୍ତମାନ ଭାରତରେ କ୍ୱଚିତ୍‌ ପରିବାରରେ ସଂସ୍କାର ନାମକ ଶବ୍ଦ ସାକାର ରୂପ ନେଉଛି। ପ୍ରତି ପରିବାର ଆଜି ନିଜ ପିଲାମାନଙ୍କର ଭବିଷ୍ୟତକୁ ନେଇ ଅନ୍ଧକାର ଭିତରେ ରହିଛି। ପରିବାରରେ ନୂତନ ପ୍ରଥା ସ୍ଥାନ ପାଇଛି, ପିଲାମାନେ ଦଶ ବାରବର୍ଷର ହୋଇଗଲେ ବାପା ମା’ଙ୍କ ମୁହଁରେ ଜବାବ ଦେଉଛନ୍ତି। ସେମାନେ ନିଜକୁ ସ୍ବତନ୍ତ୍ର ମନେକରୁଛନ୍ତି। ମୋବାଇଲରୁ ଭଲ ତଥ୍ୟ ବଦଳରେ ଖରାପ ତଥ୍ୟ ଶୁଣିବା ଏବଂ ଦେଖିବା ପାଇଁ ବାପା ମା’ଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ପ୍ରତିଯୋଗିତା। ଯୋଗ, ଧ୍ୟାନ, ସକାଳସଂଧ୍ୟାରେ ଠାକୁର ପୂଜା, ଗୁରୁଜନଙ୍କୁ ମୁଣ୍ଡିଆ ମାରିବା ଇତ୍ୟାଦି ସଂସ୍କାର ସମ୍ପୂର୍ଣ୍ଣ ବିଲୀନ। ଘରୋଇ ଖାଦ୍ୟ ପ୍ରତିବଦଳରେ ନାନା ପ୍ରକାର ହାନିକାରକ ଖାଦ୍ୟ। ବସ୍ତ୍ର ପରିଧାନରେ ମାନବର ବିକୃତ ମାନସିକତା। ଏଭଳି ଅନେକ ସାମାଜିକ ବିଶୃଙ୍ଖଳା ପ୍ରତି ଘରେ ରୂପନେଇଛି। ଏ ସବୁ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ରହିଛି। ପ୍ରତି ପରିବାରରୁ ପିଲାମାନଙ୍କୁ ସଂସ୍କାର ଦିଆ ନ ଗଲେ କେହି ମଧ୍ୟ ଶାନ୍ତିରେ ରହିପାରିବେ ନାହିଁ। ଏଥିପାଇଁ ନିଜେ ସତର୍କ ରହିବା ସହିତ ସନ୍ତାନସନ୍ତତିଙ୍କୁ ନୈତିକ ଜ୍ଞାନ ଦେବା ଅନିବାର୍ଯ୍ୟ। ଧର୍ମଗ୍ରନ୍ଥଗୁଡ଼ିକର ଶିକ୍ଷଣୀୟ ତତ୍ତ୍ୱ ପିଲାଙ୍କୁ ବାଲ୍ୟକାଳରୁ ଜଣେଇବା ଜ୍ୟେଷ୍ଠଙ୍କ କର୍ତ୍ତବ୍ୟ ହେଉ। ପ୍ରତି ଶିକ୍ଷାନୁଷ୍ଠାନ ସଜାଗ ହେବାର, ପ୍ରତିଷ୍ଠିତ ବ୍ୟକ୍ତିଙ୍କର ସମାଜ ପ୍ରତି କର୍ତ୍ତବ୍ୟବୋଧ ଜାଗ୍ରତ ହେବାର ସମୟ ଆସିଛି। ଏବେ ବି ଯଦି ସମାଜକୁ ସଂସ୍କାରଠାରୁ ଦୂରେଇ ରଖିବା ତେବେ ସେ ସମୟ ବେଶି ଦିନ ନାହିଁ ଯେତେବେଳେ କାଳ ସମସ୍ତଙ୍କୁ ଗ୍ରାସ କରିଦେବ।
ଉପ ନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ମୋ: ୮୮୯୭୪୨୬୨୪୩

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri