ଲାଓସ୍‌ରେ ଫସିରହିଥିବା ପ୍ରବାସୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ପରିବାର

କେନ୍ଦ୍ରାପଡ଼ା, ୧୮।୧୦ (ଜଗନ୍ନାଥ ଧଳ):  କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳର ୨୫ ଶ୍ରମିକ ମ୍ୟାନ୍‌ମାର ଓ ଚାଇନା ମଧ୍ୟବର୍ତ୍ତୀ ଲାଓସ୍‌ରେ ଫସି ରହିଛନ୍ତି। ସେମାନଙ୍କ ନିର୍ଯାତନା କାହାଣୀ ଜାଣିବା ପରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫେରି ଆସିବେ ବୋଲି ପରିବାର ସଦସ୍ୟ ଆଶା ରଖିଛନ୍ତି। ତେବେ ଏହି ଜିଲାର ପ୍ରବାସୀ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ୨୦୨୨ ମହାକାଳପଡ଼ା ବ୍ଲକ କୁମ୍ଭାରପଡ଼ା ଗାଁର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫) ପରିବାର ପ୍ରତିପୋଷଣ ପାଇଁ ଶ୍ରୀଲଙ୍କା ଯାଇଥିଲେ। କଲମ୍ବୋଠାରେ ଅଶୋକ ଷ୍ଟିଲ୍‌ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ରେ ମାସିକ ୧୬ ହଜାର ଟଙ୍କାରେ କାମ କରୁଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପରିବାର ନିକଟରେ ପହଞ୍ଚତ୍ଥିଲା। ସେହିପରି ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ଅଜୟ ମଲ୍ଲିକ, ମନୋରଞ୍ଜନ ଖୁଣ୍ଟିିଆ, ପ୍ରଫୁଲ୍ଲ ସେଠୀ, ହିମାଂଶୁ ମହାନ୍ତି, ବିକାଶ ବେଉରା, ସତ୍ୟେନ୍ଦ୍ର ଯାଦବ, ପ୍ରକାଶ ନାୟକ, ଦୀପକ ଭୂୟାଁ, ବଳରାମ ମଲ୍ଲିକ, ମନୋଜ ମଲ୍ଲିକ ପ୍ରମୁଖ ୧୨ ଜଣ ଦୁବାଇକୁ କର୍ମ ଅନ୍ବେଷଣରେ ଯାଇଥିଲେ। ଡିପ୍ଲୋମା ଓ ଆଇଟିଆଇ ପାସ୍‌ କରି ଯାଇଥିବା ଏହି ଯୁବକଙ୍କୁ ଠିକାଦାର ନେଇଥିବା ବେଳେ ସେଠାରେ ଏମାନଙ୍କୁ ଛାଡ଼ି କେଉଁଆଡ଼େ ପଳାଇଯାଇଥିଲେ। କୌଣସି ପ୍ରକାର ଅଜୟ ଘରକୁ ଫେରିଥିବା ବେଳେ ୧୧ ଯୁବକ ଏବେ ଦୁବାଇରେ ଫସିଯାଇଥିବା ଖବର ପ୍ରକାଶ ପରେ ପ୍ରଶାସନିକ ଅଧିକାରୀ ଓ ଜିଲାର କେତେଜଣ ରାଜନେତାଙ୍କ ଉଦ୍ୟମ ପରେ ଘରକୁ ଫେରିଥିଲେ। ଏ ନେଇ ଆଳି ଥାନା ଓ ଜିଲା ପ୍ରଶାସନକୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା। ପ୍ରବାସରେ ଥିବା କେନ୍ଦ୍ରାପଡ଼ାର ଏହି ଶ୍ରେଣୀର ଯୁବବର୍ଗ ଏବେ ବି ମୃତ୍ୟୁ ଓ ନିର୍ଯାତନାର ସାମ୍ନା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସମସ୍ୟା ସମାଧାନ ହୋଇପାରୁ ନ ଥିବାରୁ ଏପରି ଘଟଣା ନଜରକୁ ଆସୁଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ, ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ନିର୍ଯାତନା କାହାଣୀ ଏହି ଜିଲାରେ ନୂଆ ନୁହେଁ। ସେହିପରି ନିର୍ଯାତନା କାହାଣୀ ପ୍ରତିମାସରେ ଶୁଣିବାକୁ ମିଳୁଛି। ଗତ କରୋନା ସଂକ୍ରମଣ କାଳରେ ଏହି ଜିଲାକୁ ମୋଟ ୫୮,୭୩୭ ଜଣ ପ୍ରବାସୀ ଆସିଥିବା ଜିଲା ଜରୁରିକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ତେବେ ଜିଲାର ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୪୭ ପ୍ରତିଶତ ଶ୍ରମିକ କର୍ମ ଅନ୍ବେଷଣରେ ବାହାରକୁ ଯାଉଥିବା ଏକ ସାମାଜିକ ସଙ୍ଗଠନର ସର୍ଭେ ରିପୋର୍ଟରୁ ତଥ୍ୟ ମିଳିଛି। ଅଦ୍ୟାବଧି ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ୍‌ ଶିଳ୍ପ ନାହିଁ। ସେହିପରି ରାଜ୍ୟର ନଦୀପଥରେ ଦ୍ୱିତୀୟ ବୃହତମ ହୋଇଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ଜାତୀୟ ଉଦ୍ୟାନ ଓ ରାମସାର ସାଇଟ୍‌ ଭାବେ ଭିତରକନିକା ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଅଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କୁ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ମଧ୍ୟ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରିକି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରି ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଶ୍ରମିକଙ୍କ ପଞ୍ଜୀକରଣ ସମ୍ପର୍କରେ ଡିଭିଜନାଲ ଶ୍ରମ କମିଶନର ପ୍ରଦୀପ୍ତ ମହାନ୍ତିଙ୍କୁ ପଚାରିବାରେ ଶ୍ରମିକ ଚିହ୍ନଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri