ମିଥ୍ୟା ସାକ୍ଷୀ ମହଙ୍ଗା ପଡ଼ିଲା

ବ୍ରହ୍ମପୁର ଅଫିସ,୧୧ା୩: କୋର୍ଟରେ ମାମଲାର ବିଚାର ବେଳେ ମିଥ୍ୟା ସାକ୍ଷୀ ଦେବା ମହଙ୍ଗା ପଡ଼ିଛି। ଦୁଇ ସରକାରୀ କର୍ମଚାରୀଙ୍କ ସମେତ ୩ ଜଣଙ୍କ ନଁାରେ ମାମଲା ପାଇଁ ଭିଜିଲାନ୍ସ କୋର୍ଟରେ ପିଟିଶନ ରୁଜୁ ହୋଇଛି। ସେମାନେ ହେଲେ କୋଦଳା ଥାନା ମାଲବେଲପଡ଼ା ଗ୍ରାମର ରବୀନ୍ଦ୍ର ରାଉତ ଓ ଛତ୍ରପୁର ଏନ୍‌ଏସିର ତତ୍କାଳୀନ କେୟାରଟେକର୍‌ ପ୍ରଭାକର ବେହେରା। ସେହିପରି ଅନ୍ୟ ଏକ ମାମଲାର ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ଟି.ଚନ୍ଦ୍ରଭୂଷଣ। ଏମାନେ ବିଚାର ବେଳେ କୋର୍ଟରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ଭିଜିଲାନ୍ସ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ଭିଜିଲାନ୍ସ କୋର୍ଟରେ ପୃଥକ୍‌ ଭାବେ ଦୁଇଟି ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ ବିରୋଧରେ ଏମ୍‌ସି ୬/୨୨ ଓ ୫/୨୨ରେ ଦୁଇଟି ମାମଲା ହୋଇଥିବା ପିପି ପଣ୍ଡା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୧୬ରେ ରବୀନ୍ଦ୍ର ବେହେରାଙ୍କ ଏକ ଘର ପଟ୍ଟା ପାଇଁ କୋଦଳା ତହସିଲ ଅଧୀନ ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ (ଆରଆଇ) ଏ.ଶ୍ରୀକାନ୍ତ ଦୋରାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଭିଜିଲାନ୍ସ କେସ୍‌ ନଂ ୩୪/୧୬ରେ ଆରଆଇ ଦୋରାଙ୍କୁ ଗିରଫ କରିଥିଲା। ସେ ସମୟରେ ରବୀନ୍ଦ୍ର ରାଉତ ଓ ପ୍ରଭାକର ବେହେରା ଥାନାରେ ଦେଇଥିବା ବୟାନ ଓ କୋର୍ଟରେ ଦେଇଥିବା ବୟାନ ବିଚାର ବେଳେ ତାକୁ ବଦଳାଇ ଦେଇଥିଲେ। ଫଳରେ ଅଭିଯୁକ୍ତ ଆରଆଇ ୨୦୨୧ ସେପ୍ଟେମ୍ବର ୩୦ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ପଞ୍ଚାୟତ ସୁନାଦେଇ ଗ୍ରାମର ୧୩ ଜଣ ହିତାଧିକାରୀଙ୍କୁ ଇନ୍ଦିରାଆବାସ ଯୋଜନାରେ ସରକାରୀ ଅନୁଦାନ ଦିଆଯାଇଥିଲା। ଏଥିରେ ଇନ୍ଦିରାଆବାସ ନିର୍ମାଣ କାମ କମ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ କନିଷି ସରପଞ୍ଚ ଉଷାରାଣୀ ସେଠୀ ଓ ପଞ୍ଚାୟତ ସମ୍ପାଦକ ଗୁଣମଣି ସାହୁଙ୍କ ନାମରେ ମାମଲା ହୋଇଥିଲା।
ସେହି ସମୟରେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭିଜିଲାନ୍ସ ଡିଏସ୍‌ପି ଟି.ଚନ୍ଦ୍ରଭୂଷଣ ଥିଲେ। ସମ୍ପୃକ୍ତ ସରପଞ୍ଚ ଓ ପଞ୍ଚାୟତ ସମ୍ପାଦକଙ୍କ ନାମରେ ହୋଇଥିବା ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍କାଳୀନ ଗଞ୍ଜାମ ଜିଲାପାଳ ସଞ୍ଜୟ କୁମାର ସିଂଙ୍କଠାରୁ ଯେଉଁ ଅନୁମତି ଆଣି କୋର୍ଟରେ ଦାଖଲ କରିଥିଲେ ସେ ସମ୍ପର୍କରେ ବିଚାର ବେଳେ କିଛି କହି ନ ଥିଲେ। ଡିଏସ୍‌ପି ଚନ୍ଦ୍ରଭୂଷଣ କୋର୍ଟରେ ମିଥ୍ୟା ତଥ୍ୟ ଦେଇଥିଲେ। ଫଳରେ ବିଚାର ବେଳେ ଉପରୋକ୍ତ ଦୁଇ ଅଭିଯୁକ୍ତ ୨୦୨୧ ଅଗଷ୍ଟ ୬ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଭିଜିଲାନ୍ସ ପିପି ସୁରେନ୍ଦ୍ର ପଣ୍ଡା ଭିଜିଲାନ୍ସ କୋର୍ଟରେ ପୃଥକ୍‌ ଭାବେ ଦୁଇଟି ପିଟିଶନ ଦାଖଲ କରିଥିଲେ। ଏହାର ଶୁଣାଣି କରି ଭିଜିଲାନ୍ସ ଜଜ୍‌ ଉପରୋକ୍ତ ଏମ୍‌ସି କେସ୍‌ ରୁଜୁ କରିଛନ୍ତି ବୋଲି ପିପି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri