ଛଳନାତ୍ମକ ସ୍ଵଭାବ

ସବ୍‌କା ସାଥ୍‌ ଏକ ମିଥ୍ୟା ନା ଭ୍ରାନ୍ତି। ସମ୍ଭବତଃ ଏହାକୁ ମିଥ୍ୟା କୁହାଯିବ। କାରଣ ଜାଣିଶୁଣି ବାଦ୍‌ଦେବା ପ୍ରକ୍ରିୟା ଭଳି ଭୁଲ୍‌ କାମ କରାଯାଉଛି ଓ ଏହା ଭାଜପାର ଏକ ନୀତି ହୋଇଯାଇଛି। ଭାଜପାର କୌଣସି ମୁସଲମାନ ସାଂସଦ କିମ୍ବା ବିଧାୟକ ନାହାନ୍ତି, କିନ୍ତୁ କହୁଛି ସବ୍‌କା ସାଥ୍‌। ଯେଉଁମାନେ ଭିଡ଼ହିଂସାରେ ଅପରାଧୀ ସେମାନଙ୍କୁ ଭାଜପାର ମନ୍ତ୍ରୀମାନେ ଫୁଲମାଳ ପିନ୍ଧାଉଥିବାବେଳେ ଏହା କହୁଛି ସବ୍‌କା ସାଥ୍‌। ଏହା କାହାକୁ ବୋକା ବନାଉଛି? ଦେଖିବାକୁ ଗଲେ କାହାକୁ ନୁହେଁ, ବରଂ ସତ୍ୟବାଦୀ ହୋଇ ନ ଥିବାରୁ ସମ୍ଭବତଃ ଏଭଳି ଶବ୍ଦସବୁ କହିବାକୁ ଚାହିଁଛି। ସେ ସମୟରେ ବାସ୍ତବରେ ଦଳର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଦାବି କରିବା ଦଳ ପାଇଁ ଠିକ୍‌ ନ ଥିଲା ବୋଲି ଏଭଳି ଶବ୍ଦଗୁଡ଼ିକ ପ୍ରୟୋଗ କରାଯାଇଥାଇପାରେ। କାରଣ ଯାହା ହୋଇଥାଉ ନା କାହିଁକି, ଏହା ନିଶ୍ଚିତ ଯେ, ଭାଜପାର ସ୍ଲୋଗାନ ମିଥ୍ୟା। କାରଣ ଏହା ଲୋକମାନଙ୍କୁ ଭୁଲ୍‌ ସୂଚନା ଦେବାକୁ ତଥ୍ୟ ବ୍ୟବହାର କରୁଛି। ଯିଏ ଯୋଜନାବଦ୍ଧ ଭାବେ ରାଜନୈତିକ ସ୍ବାର୍ଥ ପାଇଁ ଅପରାଧୀ ବଳାତ୍କାରୀଙ୍କୁ ମୁକ୍ତ କରୁଛି ତାଙ୍କ ମୁଖରେ ‘ବେଟି ବଚାଓ’ କେବେ ବି ବିଶ୍ୱସନୀୟ ନୁହେଁ। ଭାଜପା ସମର୍ଥକ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଜାତୀୟ ତାରକାମାନେ ଧାରଣାରେ ବସି ସେମାନଙ୍କୁ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ବେଟି ବଚାଓ ଏକ ଜୁମ୍‌ଲା ବା ପ୍ରହଳିକା ହୋଇଛି। ନିର୍ଯାତନାକାରୀ ଜଣେ ଭାଜପାର ସାଂସଦ ହୋଇଥିବାରୁ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନିଚ୍ଛୁକ । ବୁଝାପଡ଼ୁଛି , କାର୍ଯ୍ୟାନୁଷ୍ଟାନ ଗ୍ରହଣ କରା ନ ଯିବା ପଛରେ ରାଜନୈତିକ ସ୍ବାର୍ଥ ଅଛି ଓ ଉକ୍ତ ଘଟଣାରୁ ସରକାର ନିଜକୁ ଦୂରେଇ ରଖିବାର ଏହା ହିଁ ଏକମାତ୍ର କାରଣ। ଏହି ଘଟଣାକୁ ଉପେକ୍ଷା କରି ଭାରତୀୟ ଝିଅମାନଙ୍କୁ ନିର୍ଯାତନା ଦେଉଛି। ଅନ୍ୟ ପକ୍ଷରେ ଏହା ବେଟି ବଚାଓକୁ ପ୍ରୋତ୍ସାହିତ କରୁଥିବା କହୁଛି , ହେଲେ ବଳାତ୍କାରୀ ମାନଙ୍କୁ ମୁକ୍ତ କରିବା କାରଣ କୋର୍ଟରେ ପ୍ରକାଶ କରିବାକୁ ଚାହଁୁନାହିଁ। ଏଥିରୁ ଲକ୍ଷ୍ୟ କରନ୍ତୁ ଦଳ ନିଜର ସଚ୍ଚୋଟତା ପ୍ରକାଶ କରିବାକୁ କିଭଳି ଅନିଚ୍ଛୁକ। ଏଠାରେ ରାଜନୈତିକ ସ୍ଲୋଗାନବାଜି ଦେଶର ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଅବଶ୍ୟ ମିଥ୍ୟାଚାର ଓ ମିଥ୍ୟା ସବୁ ରାଜନୈତିକ କାର୍ଯ୍ୟକଳାପଗୁଡ଼ିକର ଏକ ଅଂଶ ହୋଇଗଲାଣି, ଯେଉଁଥିପାଇଁ ଅଧିକ ଲୋକ ଏହା ପ୍ରତି ଆକର୍ଷିତ ହେଉନାହାନ୍ତି। ସମସ୍ତେ ସ୍ପଷ୍ଟତଃ ଏହାକୁ ଧୋକ୍କା ବୋଲି ଅନୁଭବ କରୁଛନ୍ତି। ଏହି ସ୍ତରର ନକଲି ଆଚରଣ ଓ ଛଳନାମତ୍କ ସ୍ବଭାବ ଅଜବ ମନେହେଉଛିି ଏବଂ ସେଥିପାଇଁ ଆମକୁ ଏ ବିଷୟରେ କହିବାକୁ ପଡ଼ୁଛି ।
କ୍ଷମତାର ଅହଂକାର ଏବଂ ଛଳନା କିମ୍ବା ଭ୍ରାନ୍ତି ଏବକାର ବାସ୍ତବତା ହୋଇଛି। ଗୋଟିଏ ପଟେ ଗଣମାଧ୍ୟମ ରହି ଏହାକୁ ଯୁକ୍ତିଯୁକ୍ତ କହୁଛି। ଏହା ସରକାରୀ ପ୍ରଚାର ପ୍ରକ୍ରିୟାର ବାସ୍ତବ ଅଙ୍ଗ ହେବାକୁ ଚାହଁୁନାହିଁ। ଏଣୁ ସେମାନଙ୍କଠାରୁ ଆମେ କୌଣସି ସ୍ବଚ୍ଛ ସର୍ଭେ କିମ୍ବା ଆକଳନ ଆଶା କରିବା ବୃଥା। ଏହାସହ ବିଶ୍ୱର ପ୍ରତିଷ୍ଠିତ ସେଲିବ୍ରିଟି, ଫିଲ୍ମଷ୍ଟାର, ମ୍ୟୁଜିକ୍‌ସିଆନ ଏବଂ କ୍ରିକେଟରଙ୍କ ଭୟାଳୁ ଗୋଷ୍ଠୀ ଅଛନ୍ତ,ଯେଉଁମାନେ ପ୍ରତାରିତ ଓ ଉପତ୍ୀଡିତ ହେଉଥିବାବେଳେ ସ୍ବର ଉଠାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସେମାନେ କହିବାକୁ ଭୟ କରୁଛନ୍ତି ଏବଂ ସ୍ବାର୍ଥପର ହୋଇଯାଉଛନ୍ତି। ଏଣୁ ପ୍ରତାରଣା ଓ ଉପତ୍ୀଡ଼ନକୁ ନିଶ୍ଚିତ କରିବା ପାଇଁ ବାହାରେ ଅଧିକ ବିରୋଧ, ବିଶ୍ୱସନୀୟତା ଓ ଗଣ ସ୍ବର ନ ଥିବା ସ୍ଥିତି ଦେଖାଯାଉଛି। ଆଉଗୋଟେ ପଟେ ବାସ୍ତବତାର ବିପରୀତ କଥା କହୁଥିବା ଲୋକମାନେ ନେତାଙ୍କୁ ସୁରକ୍ଷା ଦେଉଛନ୍ତି। ଏପରି କି ସରକାର ଯାହା କରୁଛନ୍ତି ସେମାନେ ତାହାକୁ ସତ ବୋଲି ବିଶ୍ୱାସ କରୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଲୋକଙ୍କ ସୁରକ୍ଷା ବଳୟରେ ଥିବା ନେତାମାନେ ନିଶ୍ଚିତ ଯେ ସେମାନେ ସବୁବେଳେ ଠିକ୍‌ କରିପାରିବେ। ଯଦି ଜଣେ ନେତା ବିନାଶକାରୀ କୋଭିଡ୍‌ ମହାମାରୀ ସମୟରେ ବିଶାଳ ରାଲି କରନ୍ତି ତେବେ ଏହି ରାଲିଗୁଡ଼ିକ କୋଭିଡ୍‌ ସଂକ୍ରମଣ ବୃଦ୍ଧି କରେ ନାହିଁ ବୋଲି ତାଙ୍କ ସହଯୋଗୀମାନେ ପ୍ରମାଣ କରିବାକୁ ପଛାଇବେ ନାହିଁ । କୋଭିଡ୍‌ ଦ୍ୱିତୀୟ ଲହରର ଠିକ୍‌ ପୂର୍ବରୁ ଭାଜପା ପ୍ରଥମେ ଏକ ପ୍ରସ୍ତାବ ପାସ୍‌ କରିଥିଲା। ପ୍ରଧାନମନ୍ତ୍ରୀ କୋଭିଡ୍‌ ମହାମାରୀକୁ ପରାସ୍ତ କରିଥିବା ଏଥିରେ ଘୋଷଣା କରାଯାଇଥିଲା, କିନ୍ତୁ ପରେ ପ୍ରସ୍ତାବକୁ ଏହାର ଓ୍ବେବ୍‌ସାଇଟରୁ ହଟାଇ ଦିଆଯାଇଥିଲା।
ଧର୍ମୀୟ ପକ୍ଷପାତ ଭାଜପା ରାଜନୀତିର ଏକ ମୌଳିକ ସ୍ତମ୍ଭ ଭାବେ ପ୍ରକାଶ ପାଇଥିବାରୁ ବୈଧାନିକ ଅଧିକାର ବଣ୍ଟନରେ ସଂଖ୍ୟାଲଘୁଙ୍କ ବିରୋଧରେ ଦଳ ବାଛବିଚାର କରୁନାହିଁ ବୋଲି ଜଣାଇବାକୁ ଚାହିଁବା ସ୍ବାଭାବିକ। ବେରୋଜଗାର ଏବଂ କମ୍‌ ମଜୁରି ମିଳୁଥିବା ଅନେକ କୋଟି ଲୋକ ଅନୁଭବ କରୁଛନ୍ତି ଓ ପ୍ରତିଦିନ ଏହ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଉଥିଲେ ବି ତଥ୍ୟରେ ଏମିତି ହଟଚମଟ କରାଯାଉଛି ଯେ ତାହା ପ୍ରକୃତ ଘଟଣା ନୁହେଁ ବୋଲି ଜଣାପଡ଼ିବ ଏବଂ ଭାରତ କେବଳ ଅମୃତକାଳ ଆଡକୁ ଆଗଉଛି ତାହା ନୁହେଁ ବରଂ ଏହା ସେଥିରେ ପହଞ୍ଚିଗଲାଣି ଅନୁଭବ ହେବ। ଦାରିଦ୍ର୍ୟ ବଢ଼ିବା ସହ ଖାଦ୍ୟ ସମେତ ଅନ୍ୟ କ୍ଷେତ୍ରରେ ବ୍ୟୟ ୨୦୧୨ ଓ ୨୦୧୮ ମଧ୍ୟରେ କମିଛି ବୋଲି ସରକାର ତାଙ୍କ ତଥ୍ୟରେ ଦର୍ଶାଇଥିବାବେଳେ ସେଥିରେ ସମସ୍ୟା ଥିବା କହି ଅସ୍ବୀକାର କଲେ। ଏହାର ପ୍ରକୃତ କାରଣ ଉପସ୍ଥାପନ କରାଗଲା ନାହିଁ । ତେବେ ସଂଗୃହୀତ ତଥ୍ୟ ଏତେ ଖରାପ ଯେ ତାହାକୁ ପ୍ରକାଶ କରାଯାଇପାରିଲା ନାହିଁ ବୋଲି ସରକାର ଯାହା କହୁଛନ୍ତି ତାହାକୁ ଆମେ ସ୍ବୀକାର କରିବାକୁ ବାଧ୍ୟ। ମହାମାରୀ ପୂର୍ବରୁ ୨୦୧୯ରେ ବେରୋଜଗାର ରେକର୍ଡ ସ୍ତରରେ ପହଞ୍ଚିଥିଲା ବୋଲି ସରକାର ତାଙ୍କ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ ମଧ୍ୟ ତାହାକୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ବିଶ୍ୱାସକୁ ନେଲେ ନାହିଁ କି ପ୍ରକଟ କଲେନାହିଁ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ତାହାକୁ ବିନା ପରିବର୍ତ୍ତନ ଓ ସମାଲୋଚନାରେ ପ୍ରକାଶ କରାଗଲା। ରାଜା ବା ମୁଖିଆଙ୍କ ଚାରିପାଖରେ ଥିବା ଏବଂ ସବୁ ଠିକ୍‌ ଅଛି ବୋଲି ତାଙ୍କ କାନରେ କହୁଥିବା ଲୋକମାନଙ୍କର ଏହା ହେଉଛି ନୀତି ଏବଂ ନୈତିକତା। କ୍ଷମତାରେ ଥିବା ମହିଳାଙ୍କ ସମେତ ସେହି ସମାନ ଲୋକେ ସେମାନଙ୍କ ଚାରିପାଖରେ ଘଟୁଥିବା ଭୁଲ୍‌ ବା ବେଆଇନ କାମରେ ଜଡ଼ିତ ଅଛନ୍ତି ଏବଂ ଅଖଣ୍ଡତା ଉପରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri