ବିଧାୟକଙ୍କ ବିରୋଧରେ ମିଥ୍ୟା ଆରୋପ

ପଟ୍ଟାମୁଣ୍ଡାଇ,୨ା୧୦ (କଳ୍ପତରୁ ନାୟକ):ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ରାଜନଗରରେ ସେପ୍ଟେମ୍ବର ୨୯ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିଲା। ରବିବାର ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ କ୍ଷୀରୋଦ ପ୍ରଧାନ ଏକ ପ୍ରେସ୍‌ ବିବୃତିରେ ଏହାର ଜବାବ ରଖିଛନ୍ତି। ସେ ରାଜନଗର କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସଙ୍ଗେ କଂଗ୍ରେସର ବିଧାୟକ ସାହୁଙ୍କ ବିରୋଧରେ ଏକ କପୋଳ କଳ୍ପିତ ଓ ମନଗଢା କାହାଣୀ ରଚିଛି ବୋଲି କହିଛନ୍ତି। କଂଗ୍ରେସର ଅଭିଯୋଗରେ ସତ୍ୟତା ନାହିଁ ଏବଂ ଜଣେ ଜନପ୍ରିୟ ବିଧାୟକଙ୍କୁ ଜନତାଙ୍କ ସମ୍ମୁଖରେ ମିଥ୍ୟା ଆରୋପ କରି ତାଙ୍କ ଜନ ସମର୍ଥନକୁ ପ୍ରତିରୋଧ କରିବା ଏକ ଷଡଯନ୍ତ୍ର ଥିଲା। ବିଧାୟକଙ୍କ ନାମରେ ନେଇଥିବା ଯେଉଁ ଜମି ଉପରେ କଂଗ୍ରେସ ଅଭିଯୋଗ ଉଠାଇଛି ସେ ଅଞ୍ଚଳରେ ବିଧାୟକ ଧ୍ରୁବ ସାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ନାମରେ ଜମି ନାହିଁ ବୋଲି ସେ ଦୃଢତାର ସହିତ କହିଛନ୍ତି। ଯଦି କଂଗ୍ରେସ ପାଖରେ ଏହାର ପ୍ରମାଣ ଅଛି ତାହା ହେଲେ ତାହାକୁ ସାର୍ବଜନିନ କରାଯାଉ ବୋଲି ସେ ଆହ୍ବାନ ଦେଇଛନ୍ତି। ବିଧାୟକ କୌଣସି ସ୍ଥାନରେ ଜଙ୍ଗଲ ଜମି ହେଉ କି ସରକାରୀ ଜମି ଦଖଲ କରିନାହାନ୍ତି ବୋଲି ସେ ଏହି ପ୍ରେସ ବିବୃତିରେ ସ୍ପଷ୍ଟ କରାଇଛନ୍ତି। କଂଗ୍ରେସ ଯେଉଁ ଅଞ୍ଚଳରେ ହୋଟେଲ କଥା କହୁଛି ସେହି ମୌଜା ବାଙ୍କୁଆଳରେ। ଜମି ଦଖଲରେ ଥିବା ବ୍ୟକ୍ତି ହେଲେ କମଳିନୀ କୁଅଁର, ଖଗେଶ୍ୱର କୁଅଁର, ଦୀନବନ୍ଧୁ କୁଅଁର, ନିରାକାର କୁଅଁର, ପ୍ରମିଳା କୁଅଁର, ସୁକାନ୍ତ କୁଅଁର, ଅଭୟ ଦଳାଇ, ଉର୍ମିଳା ଦଳାଇ, ଚିନା ଦଳାଇ, ନିର୍ମଳ ଦଳାଇ, ମୀନକେତନ ପାଢ଼ୀ, କେଶବାନନ୍ଦ ବେହେରା, ବାବାଜୀ ବେହେରା, ଭାଗୀରଥି ବେହେରା, ମଦନ ବେହେରା, ସୁଜାତା ରାଉତ, ସୂର୍ଯ୍ୟ ନାରାୟଣ ଲେଙ୍କା, ଦୁର୍ଯ୍ୟୋଧନ ସ୍ବାଇଁ, ବୃନ୍ଦାବନ ସ୍ବାଇଁ। ଏଠାରେ ପ୍ରଶ୍ନ ଉଠୁଛି ବିଧାୟକଙ୍କ ସମ୍ପୃକ୍ତି କେଉଁଠି ରହିଲା। ଯଦି କଂଗ୍ରେସ ଏହାର ସତ୍ୟତା ପ୍ରମାଣ ନ କରେ କାହିଁକି ତାଙ୍କ ବିରୋଧରେ ବିଧାୟକଙ୍କ ସମ୍ମାନହାନୀ ମକଦ୍ଦମା କରା ନ ଯିବ ତାହାର ଜବାବ ପଟ୍ଟାମୁଣ୍ଡାଇ-ରାଜନଗର କଂଗ୍ରେସ ଦେଉ ବୋଲି ସେ କହିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନୟନଜୋରି ଓ ସରକାରୀ ଜମି କଂଗ୍ରେସର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ରହିଛି। ଏହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। କଂଗ୍ରେସ ପ୍ରଥମେ ଆଇନକୁ ସମ୍ମାନ ଦେଇ ଜବରଦଖଲରେ ଥିବା ନଦୀ ଜମିକୁ ଜବରଦଖଲ ମୁକ୍ତ କରୁ ବୋଲି ବିଜେଡି ନଗର ସଭାପତି ଖଗେଶ୍ୱର ଲେଙ୍କା, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଯୁବବାହିନୀ ସମ୍ପାଦକ ଦିଲୀପ ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ବାପି ସାମଲ, ପିଣ୍ଟୁ ସେଠୀ ଓ ପୂର୍ବତନ କାଉନସିଲର ମଳୟ ମଲିକ ପ୍ରମୁଖ କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସ ଏଥିପାଇଁ କ୍ଷମା ପ୍ରାର୍ଥନା କରୁ, ନ ହେଲେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri