ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ ଶେଷରେ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ବାଲେଶ୍ୱର ଜିଲା ଖଇରା ଥାନା ଓସ୍ତପାଳ ଗ୍ରାମର ବାପି ସିଂ ପୁଅ ବବୁଲ (୨୦) ଅଟନ୍ତି। ଯୁବକଙ୍କ ମା’ ଶାନ୍ତି ସିଂ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ନଂ ୯/୨୦୨୬ ପଞ୍ଜୀକରଣ କରି ମୃତଦେହ ଜବତ କରିଛି। ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ଏବଂ ସୋସୋ ଥାନାଧିକାରିଣୀ କାନନ ସାହୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏସ୍ଡିପିଓ ପଣ୍ଡା କହିଛନ୍ତି ଯେ, ଯୁବକ ଜଣକର ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ପୂର୍ବେ ଉଭୟ ଘର ଛାଡି ଫେରାର ହୋଇ ଯାଇଥିଲେ। ମହିଳାଙ୍କ ସ୍ବାମୀ ନିଜ ସ୍ତ୍ରୀକୁ ଯୁବକଙ୍କ କବଳରୁ ଉଦ୍ଧାର କରିଥିଲେ। ଫଳରେ ଯୁବକ ଜଣକ ମାନସିକ ଚାପରେ ରହି ଏକ ଗଛରେ ଓଢ଼ଣୀ ଦ୍ୱାରା ଆତ୍ମହତ୍ୟା କରିଛନ୍ତି।