ନକଲି ସାମଗ୍ରୀ ହବ୍‌ ଅନୁଗୋଳ

ଅନୁଗୋଳ ଅଫିସ, ୭।୨: ଯେତେ ଖୋଜିଲେ ସେତେ ବାହାରୁଛି। କମ୍ପାନୀ ଖୋଲି ଖାଦ୍ୟ ନାମରେ ଚାଲିଛି ବିଷ ବେପାର। ଭେଜାଲ ସାମଗ୍ରୀର ହବ୍‌ ପାଲଟିଛି ଶିଳ୍ପ ଜିଲା ଅନୁଗୋଳ। ନକଲି ତେଲ, ଅଟା, ହଳଦୀଗୁଣ୍ଡ ପରେ ସହର ଉପକଣ୍ଠ କୁମଣ୍ଡ-ଭଣ୍ଡୁବର ଅଞ୍ଚଳରୁ ଶନିବାର ସ୍ପେଶାଲ ସ୍କ୍ବାଡ୍‌ ଠାବ କରିଛି ଭେଜାଲ ଚିପ୍ସ କାରଖାନା। ପିଲାଙ୍କୁ ପ୍ରଲୋଭିତ କରିବା ଭଳି ଲୋଭନୀୟ ପ୍ୟାକେଟରେ ମିକ୍ସଚର, ଚଟପଟି ଖାଦ୍ୟ ବିକ୍ରି ହେଉଥିଲା। ଦୀର୍ଘ ୫ବର୍ଷ ଧରି ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ଆଖିରେ ଧୂଳି ଦେଇ ଏଭଳି ବେଆଇନ କାରବାର ଚାଲିଥିବା ଜଣାପଡ଼ିଛି। କମ୍ପାନୀ ମାଲିକ ସନ୍ଦୀପ ଗୋଏଲଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।


କୁମଣ୍ଡ-ଭଣ୍ଡୁବର ଅଞ୍ଚଳରେ ନକଲି ଚିପ୍ସ କାରଖାନା ଚାଲିଥିବା ସୂଚନା ପାଇ ସ୍ପେଶାଲ ସ୍କ୍ବାଡ୍‌ ଇନ୍‌ଚାର୍ଜ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଶନିବାର ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଚିପ୍ସ ବିକ୍ରିରେ ବ୍ୟବହୃତ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ୍‌, କଞ୍ଚାମାଲ, ମସଲାଗୁଣ୍ଡ, ୨୦୧୬ରେ ପ୍ରସ୍ତୁତ ହୋଇଥିବା ଚକୋଲେଟ୍‌, ମଶା ଧୂପକାଠି ସମେତ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି। ଚିପ୍ସରେ ବ୍ୟବହୃତ ତଥା ସ୍ବାଦ ବଢ଼ାଉଥିବା ମସଲା ମଧ୍ୟ ମିଳିଛି। ଉକ୍ତ ସାମଗ୍ରୀ ଏଠାରୁ ପ୍ରସ୍ତୁତ କରି ଜିଲାର ବିଭିନ୍ନ ସ୍ଥାନକୁ ଯୋଗାଣ ହେଉଥିଲା। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଉକ୍ତ କମ୍ପାନୀ ଚାଲିଥିଲା। ପ୍ରାଥମିକ ତଦନ୍ତରୁ କାରଖାନାର କୌଣସି ପଞ୍ଜୀକରଣ ନ ଥିବା ଏବଂ ଖାଦ୍ୟ ପ୍ରସ୍ତୁତ କରିବାକୁ ଅନୁମତି ମିଳି ନ ଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଖାନତଲାସି ଜାରି ରହିଥିଲା। ଚଢ଼ାଉରେ ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ, ଅନୁଗୋଳ ଏସ୍‌ଡିପିଓ ଅଶ୍ବନୀ କୁମାର ସାହୁ, ସଦର ଥାନାଧିକାରୀ ପ୍ରଭାତ ତ୍ରିପାଠୀ, ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି ସଦଳବଳ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଅନୁଗୋଳ ଥାନା ସରଦାପୁର ଗ୍ରାମରେ ନକଲି ପାମୋଲିନ୍‌ ତେଲ କାରଖାନା ଜବତ ହୋଇଥିଲା। ଏହି ଘଟଣାରେ ମାଷ୍ଟରମାଇଣ୍ଡ ଦାଦା-ପୁତୁରାଙ୍କ ସମେତ ୫ ଜଣ କୋର୍ଟ ଚାଲାଣ ହୋଇଥିଲେ। ସେହିପରି ଗତ ୩୧ ତାରିଖରେ ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳଠାରେ ବିପୁଳ ପରିମାଣର ଅପମିଶ୍ରିତ ଅଟା, ହଳଦୀଗୁଣ୍ଡ ପ୍ରସ୍ତୁତ କରାଯାଉଥିବା କାରଖାନା ଧରାପଡ଼ିଥିଲା। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଏଭଳି ନକଲି ସାମଗ୍ରୀ କାରବାର ପଦାକୁ ଆସୁଛି। ପୋଲିସ, ସ୍ପେଶାଲ ସ୍କ୍ବାଡ୍‌, ଗୋଇନ୍ଦା ବିଭାଗ ଖାନତଲାସି କଲେ ଆହୁରି ଏଭଳି ଅନେକ କମ୍ପାନୀର ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri