ଷ୍ଟିଲ ସିଟିରେ ନକଲି ସସ୍‌ ଫ୍ୟାକ୍‌ଟ୍ରି ଠାବ

ରାଉରକେଲା ଅଫିସ,୧୮ା୧୧:ଷ୍ଟିଲସିଟି ରାଉରକେଲାରେ ବହୁ ଦିନ ଧରି ନକଲି ସସ୍‌ କାରବାର କରୁଥିବା କେତେଜଣ ବ୍ୟବସାୟୀଙ୍କ ଉପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଏହି ଚଢାଉ ସମୟରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ମଧୁସୂଦନପାଲ୍ଲୀ ଅଞ୍ଚଳରେ ନକଲି ସସ୍‌ ଫ୍ୟାକ୍‌ଟ୍ରିକୁ ସ୍ବାସ୍ଥ୍ୟ ବିଭାଗ ଠାବ କରିଛି। ଏହି ନକଲି ସସ୍‌ ଫ୍ୟାକ୍‌ଟ୍ରି ବିନା ଲାଇସେନ୍ସରେ ଚାଲିଥିଲା। ଏଠାରେ ତିଆରି ହେଉଥିବା ସମସ୍ତ ପ୍ରକାର ସସ୍‌ ଅତି ନିମ୍ନମାନର। ଫଳରେ ବିଭାଗୀୟ ଅଧିକାରୀ ଉକ୍ତ ସସ୍‌ ଫ୍ୟାକ୍‌ଟ୍ରିକୁ ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍‌ କରିଛନ୍ତି। ସୂଚନାଯୋଗ୍ୟ, ମଧୁସୂଦନପାଲି ଅଞ୍ଚଳରେ ବଣ୍ଟୁ ସାହୁ ସପରିବାର ବାସ କରନ୍ତି। ସେ ଦୁର୍ଗାପୁର ପାହାଡ ତଳେ ଥିବା ଏକ ଅନାବାଦି ଜାଗାରେ ଆଜବେଷ୍ଟସ ପକାଇ ଏକ ସସ୍‌ ଫ୍ୟାକ୍‌ଟ୍ରି କରିଥିଲେ। ଏହି ସସ୍‌ ଫ୍ୟାକ୍‌ଟ୍ରିରେ ବଣ୍ଟୁ ପଚା ଟମାଟୋ, ଲାଉ, କଖାରୁ, ଆଳୁ ଭଳି ବିଭିନ୍ନ ଜିନିଷ ପକାଇ ସେଥିରେ କେମିକାଲ ଓ ରଙ୍ଗ ମିଶାଇ ସସ୍‌ ତିଆରି କରୁଥିଲେ। ଉକ୍ତ ସସ୍‌କୁ ବଣ୍ଟୁ ରାଉରକେଲା ବଜାରରେ ବୋତଲ ପିଛା ୩୦ ରୁ ୪୦ ଟଙ୍କା ଭିତରେ ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର ମାରି ବିକ୍ରି କରୁଥିଲେ। ଏହି ବିଷୟରେ କୌଣସି ବିଶେଷ ସୂତ୍ରରୁ ଆର୍‌ଏମ୍‌ସିର ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏସ୍‌.କେ. ପରିଡା ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଉକ୍ତ ଫ୍ୟାକ୍‌ଟ୍ରିରୁ ନିମ୍ନମାନର ଅଢ଼େଇ କୁଇଣ୍ଟାଲ ସସ୍‌ ସହିତ ବିଭିନ୍ନ କମ୍ପାନୀର ଷ୍ଟିକରକୁ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଜବତ କରିଥିଲେ। ପରେ ରାଉରକେଲା ଅତିରିକ୍ତ ମାଜିଷ୍ଟ୍ରେଟ ବବିତା ମୁର୍ମୁଙ୍କ ଉପସ୍ଥିତିରେ ଲାଇସେନ୍ସ ନ ଥିବା ନକଲି ଫ୍ୟାକ୍‌ଟ୍ରିକୁ ତାଲା ପକାଇ ସିଲ୍‌ କରିଥିଲେ। ଏଥିସହ ବିଭାଗୀୟ ଅଧିକାରୀମାନେ ଉକ୍ତ ଫ୍ୟାକ୍‌ଟ୍ରିରେ ତିଆରି ହୋଇଥିବା ନିମ୍ନମାନର କିଛି ସସ୍‌ର ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲ୍ୟାବକୁ ମଧ୍ୟ ପଠାଇଥିଲେ। ଏହି ଚଢ଼ାଉ ସମୟରେ ଆର୍‌ଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରା, ମୋନାଲିସା ଟପ୍ପୋ, ଦିଶା ଦେଙ୍କ ସହ ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ହକି ବିଶ୍ୱକପ ପୂର୍ବରୁ ଖାଦ୍ୟ ସୁରକ୍ଷା ନିମନ୍ତେ ଏଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧକାରୀ ସ୍ବାଗତିକା ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri