ଭିମ୍‌ସାରରେ ନକଲି ନିଯୁକ୍ତିପତ୍ର

ସମ୍ବଲପୁର, ୯ା୧୧(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ଭିମ୍‌ସାରରେ ୪ଜଣ ଯୁବତୀଯୁବକଙ୍କୁ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସ୍ବାକ୍ଷର ସହ ଓଡ଼ିିଶା ସରକାରଙ୍କ ଲୋଗୋ ରହିଛି। ନିଯୁକ୍ତି ପାଇଥିବା ଜଣେ ଯୁବକ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ଏହି ପତ୍ର ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଚାକିରି ଦେବାକୁ କହି ଟଙ୍କା ଅସୁଲି କରୁଥିବା ଏକ ଠକ ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥିବା କୁହାଯାଉଛି। ଏହାଦ୍ୱାରା ଭିମ୍‌ସାରର ଛବି ଖରାପ ହେଉଛି। ଅନେକ ବେକାର ଯୁବତୀଯୁବକ ଚାକିରି ପାଇବା ଆଶାରେ ଠକେଇର ଶିକାର ହେଉଛନ୍ତି। ତେଣୁ ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଭାଇରାଲ ହୋଇଥିବା ଚିଠିରେ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର ପକ୍ଷରୁ ଚିଠି କରାଯାଇଛି। ନିଯୁକ୍ତିପତ୍ରରେ ବୀରକିଶୋର ପରିଡା, ବର୍ଷାରାଣୀ ବିଭାର, ସ୍ନେହା ଡାଙ୍ଗୁଆ, ସୁଶୀଲ ଗୌଣ୍ଡଙ୍କ ନାମ ଉଲ୍ଲେଖ ରହିଛି। ଠିକଣା ନ ଥିବାରୁ ଉକ୍ତ ଯୁବତୀଯୁବକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ହେଲେ ବୁର୍ଲାରେ ଏକ ର଼୍ୟାକେଟ କାମ କରୁଛି। ସେମାନେ ସ୍ଥାନୀୟ ତଥା ଜିଲାର ବିଭିନ୍ନ ସ୍ଥାନରୁ ଯୁବତୀଯୁବକଙ୍କୁ ଚାକିରି କରାଇଦେବା ନାମରେ ଟଙ୍କା ଲୁଟୁଛନ୍ତି। ଏହି ଘଟଣାରେ ସେମାନେ ଜଣ ପିଛା ୪୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ବିଶ୍ୱାସ ଜିଣିବା ପାଇଁ ଉକ୍ତ ଚିଠିରେ ଭିମ୍‌ସାର ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକ, ଡିନ୍‌ଙ୍କ ପାଖକୁ ପତ୍ର ଦିଆଯାଇଥିବା ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଭିମ୍‌ସାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାଏକ କହିଛନ୍ତି, କିଛିଦିନ ପୂର୍ବରୁ ମୋ ପାଖକୁ ଏଭଳି ଖବର ଆସିଥିଲା। ହେଲେ କେହି ଅଭିଯୋଗ କରି ନାହାନ୍ତି। ଏବେ କୌଣସି ଚାକିରି ଦିଆଯାଉ ନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମ ପାଖକୁ କୌଣସି ଚିଠି ଆସି ନାହିଁ। ଏହା ଏକ ଠକ ଗ୍ରୁପ୍‌ର କାମ। ଚାକିରି ଦେବା ନାମରେ ଠକେଇ କରୁଛନ୍ତି। ଭିମ୍‌ସାରରେ ଆଉଟସୋର୍ସିଂ ମାଧ୍ୟମରେ କେତେକ ନିଯୁକ୍ତି ଦିଆଯାଇଥିଲା। ତାହା ମଧ୍ୟ ଏବେ ବନ୍ଦ ଅଛି। ନିଯୁକ୍ତି ଦେବା ପାଇଁ ଭିମ୍‌ସାରର ସ୍ବତନ୍ତ୍ର କ୍ଷମତା ରହିଛି। ହେଲେ କୌଣସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ନିଯୁକ୍ତି କେମିତି ହେବ। ତେଣୁ ଯୁବତୀଯୁବକ ଓ ଅଭିଭାବକଙ୍କୁ ଅନୁରୋଧ, ଏଭଳି ପ୍ରଲୋଭନରେ କେହି ପଡନ୍ତୁ ନାହିଁ। ସ୍ବତନ୍ତ୍ର ନୀତିନିୟମ ଓ ପ୍ରକ୍ରିୟାରେ ନିଯୁକ୍ତି ହୋଇଥାଏ। ସରକାର କିମ୍ବା ଭିମ୍‌ସାର ପକ୍ଷରୁ ପ୍ରକାଶ ପାଉଥିବା ବିଜ୍ଞାପନ ଉପରେ କେବଳ ଭରସା କରନ୍ତୁ ବୋଲି ଅଧୀକ୍ଷକ ନାଏକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri