ନକଲି ଔଷଧ, ଚିନ୍ତାରେ ସରକାର: ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ପ୍ରକାର ବିଷାକ୍ତ ଔଷଧ

ଭୁବନେଶ୍ୱର,୩ା୧୨(ରବିନାରାୟଣ ଜେନା):ରାଜ୍ୟବାସୀ ହାତ ପାଆନ୍ତାରେ ଯେଭଳି ସ୍ବାସ୍ଥ୍ୟସେବା ପାଇବେ ତାକୁ ନେଇ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବହୁବିଧ ସ୍ବାସ୍ଥ୍ୟଭିତ୍ତିକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରି କି ଯୋଜନାକୁ ଅତି ସରଳ କରିବାପାଇଁ କେତେକ ଯୋଜନା ପରିବର୍ତ୍ତନ ମଧ୍ୟ କରାଯାଉଛି। ହେଲେ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ଏହାର ଫାଇଦା ନେଇ ଗୁଣବତ୍ତା ମାପଦଣ୍ଡ ନ ଥିବା ଔଷଧ(ଏନ୍‌ଏସ୍‌କ୍ୟୁ) ଲୋକଙ୍କୁ ଦେଇ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି। ଏଭଳି ସାଂଘାତିକ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାଯାଇଛି। ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଗତ ୪ବର୍ଷରେ ରାଜ୍ୟରେ ୩୮୮ ପ୍ରକାର ନିମ୍ନମାନର ଔଷଧ ତଥା ଏନ୍‌ଏସ୍‌କ୍ୟୁ ଔଷଧ ବଜାରରେ ଚିହ୍ନଟ ହେବା ସହିତ କୋଟି କୋଟି ଟଙ୍କାର ଔଷଧ ଜବତ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳବାର ଗୃହକୁ ଜଣାଇଛନ୍ତି, ଗତ ୪ବର୍ଷରେ ୧୬୮ ପ୍ରକାର ସ୍ପୁରିୟସ ଡ୍ରଗ୍ସ(ବିଷାକ୍ତ ଔଷଧ) ଚିହ୍ନଟ ହେବା ସହିତ ଏହାକୁ ଜବତ କରାଯାଇଛି। ସେହିପରି ଏହି ଅବଧି ମଧ୍ୟରେ ସମୁଦାୟ ୩୮୮ଟି ନିମ୍ନ ମାନର ମେଡିସିନ ଚିହ୍ନଟ ହୋଇଛି। ଏ ବାବଦକୁ ରାଜ୍ୟ ସରକାର ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି।
ସ୍ବାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ୨୦୨୧ରେ ୭୯ଟି ସ୍ପୁରିୟସ ଡ୍ରଗ୍ସ ଚିହ୍ନଟ ହୋଇଥିବାବେଳେ ୨୦୨୨ରେ ୬୪, ୨୦୨୩ରେ ୧୪ ଏବଂ ୨୦୨୪ ରେ ୧୧ଟି ଚିହ୍ନଟ ହୋଇଛି। ସେହିପରି ଚିହ୍ନଟ ହୋଇଥିବା ୩୮୮ ନିମ୍ନ ମାନର ମେଡିସିନ ମଧ୍ୟରୁ ୨୦୨୧-୨୨ରେ ୮୩ ପ୍ରକାର, ୨୦୨୨-୨୩ରେ ୧୫୬, ୨୦୨୩-୨୪ରେ ୬୯ ଏବଂ ୨୦୨୪-୨୫ରେ ୮୩ଟି ଆବଶ୍ୟକୀୟ ଗୁଣବତ୍ତା ମାନଦଣ୍ଡ ପୂରଣ କରୁ ନ ଥିବା ଔଷଧ ଜବତ ହୋଇଛି।
ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଗୃହ ବାହାରେ କହିଛନ୍ତି, ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯିବା ଦ୍ୱାରା ଏଭଳି ସ୍ପୁରିୟସ ମେଡିସିନ ଜବତ ହୋଇପାରିଛି। ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ପୁରିୟସ ମେଡିସିନ ବଜାରକୁ ଛାଡ଼ିବା ଏକ ପ୍ରକାର ଷଡ଼ଯନ୍ତ୍ର। ଔଷଧ କମ୍ପାନୀ ନିର୍ମାତାମାନେ ଏହା ଉଦ୍ଦେଶ୍ୟମୂଳକ ଭାବେ କରିଥାନ୍ତି। ଏନେଇ ସରକାର ସଜାଗ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ, ଡ୍ରଗ୍ସ ନିୟନ୍ତ୍ରକ ଏବଂ ପୋଲିସ ସମନ୍ବୟରେ ଚଢ଼ାଉ କରାଯାଉଛି। ଆଗାମୀ ଦିନରେ ତୃଣମୂଳସ୍ତରରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯିବ। ତେବେ ଚିହ୍ନଟ ହୋଇଥିବା ସ୍ପୁରିୟସ ମେଡିସିନ ମଧ୍ୟରେ ଆମୋକ୍ସିଲିନ୍‌, ରାବିଜେମ୍‌-ଡିଏସ୍‌ଆର ଟାବ୍‌ଲେଟ, ସେଫାଡ୍ରକ୍ସିଲ ଟାବ୍ସ ଆଇପି-୫୦୦ଏମ୍‌ଜି, ଆମ୍ଲୋ କାଇଣ୍ଡ-୫ ଟାବ୍‌, ଲେଭ୍‌ସେଟ୍‌-ଏମ୍‌-ସିରପ୍‌, ପାରାସିଟାମଲ ଟାବ୍‌ଲେଟ ଆଇପି ୫୦୦ଏମ୍‌ଜି ପ୍ରଭୃତି ରହିଛି।
ଏନେଇ ଏସ୍‌ସିବି ମେଡିକାଲ କଲେଜ ମେଡିସିନ ବିଭାଗ ଏଚ୍‌ଓଡି ତଥା ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ ସଭାପତି ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି, ନକଲି ଔଷଧ ବ୍ୟବସାୟ କିଛି ନୁଆ କଥା ନୁହେଁ। ତେବେ ଏହା ନିହାତି ପକ୍ଷେ ଅମାନୁଷିକ କାର୍ଯ୍ୟ। ନକଲି ଔଷଧ ଦ୍ୱାରା ରୋଗୀର ସମସ୍ୟା ଦୁଇଗୁଣ ବଢ଼ିଯାଥାଏ। ତେଣୁ ଏହାକୁ ଡବଲ୍‌ ଟ୍ରବ୍‌ଲ ବୋଲି କୁହାଯାଏ। ନକଲି ଔଷଧରେ ଔଷଧର ଗୁଣ କିଛି ନ ଥିବାରୁ ରୋଗୀଟିଏ ଯେଉଁ ରୋଗ ପାଇଁ ଔଷଧ ଖାଏ ସେଥିରେ କିଛି ଲାଭ ମିଳେନାହିଁ। ସେହିପରି ଏହାକୁ ଖାଇବା ଦ୍ୱାରା ସେଥିରେ ଥିବା ଖରାପ ଉପାଦାନ ବା କେମିକାଲ ରୋଗୀ ଶରୀରକୁ ଯାଇ ଲିଭର, କିଡ୍‌ନୀ, ବ୍ରେନ୍‌, ହାର୍ଟ୍‌କୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି। ତେବେ ଅନ୍‌ଲାଇନ୍‌ରେ ମିଳୁଥିବା ଔଷଧ ଠିକ୍‌ କି ନକଲି ତାହା ଜାଣିବାର କୌଣସି ଉପାୟ ନାହିଁ। ତେଣୁ ସରକାରୀ ଅନୁମୋଦିତ କେନ୍ଦ୍ର ଜନଔଷଧୀ କେନ୍ଦ୍ର, ନିରାମୟ କିମ୍ବା ଦୀର୍ଘବର୍ଷ ଧରି ରହିଥିବା ଔଷଧ ଦୋକାନୀଙ୍କଠାରୁ ଔଷଧ କିଣିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଜଣେ ସାଧାରଣ ରୋଗୀ ନକଲି ଔଷଧକୁ ଚିହ୍ନଟ କରିପାରିବ ନାହିଁ। ଏହା କେବଳ ଡ୍ରଗ୍‌ ଇନ୍ସପେକ୍ଟର ଓ ଡ୍ରଗ୍‌ କଣ୍ଟ୍ରୋଲଲ ଜାଣି ପାରିବେ। ତେଣୁ ରାଜ୍ୟରେ ନକଲି ଔଷଧ ଚିହ୍ନଟ କରିବା ନେଇ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବା ସହିତ ଦଣ୍ଡବିଧାନକୁ କଡାକଡି କରିବା ଆବଶ୍ୟକ ବୋଲି ପ୍ରଫେସର ପଟ୍ଟନାୟକ ମତ ରଖିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri