ନକଲି ଔଷଧ, ଚିନ୍ତାରେ ସରକାର: ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ପ୍ରକାର ବିଷାକ୍ତ ଔଷଧ

ଭୁବନେଶ୍ୱର,୩ା୧୨(ରବିନାରାୟଣ ଜେନା):ରାଜ୍ୟବାସୀ ହାତ ପାଆନ୍ତାରେ ଯେଭଳି ସ୍ବାସ୍ଥ୍ୟସେବା ପାଇବେ ତାକୁ ନେଇ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବହୁବିଧ ସ୍ବାସ୍ଥ୍ୟଭିତ୍ତିକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରି କି ଯୋଜନାକୁ ଅତି ସରଳ କରିବାପାଇଁ କେତେକ ଯୋଜନା ପରିବର୍ତ୍ତନ ମଧ୍ୟ କରାଯାଉଛି। ହେଲେ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ଏହାର ଫାଇଦା ନେଇ ଗୁଣବତ୍ତା ମାପଦଣ୍ଡ ନ ଥିବା ଔଷଧ(ଏନ୍‌ଏସ୍‌କ୍ୟୁ) ଲୋକଙ୍କୁ ଦେଇ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି। ଏଭଳି ସାଂଘାତିକ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାଯାଇଛି। ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଗତ ୪ବର୍ଷରେ ରାଜ୍ୟରେ ୩୮୮ ପ୍ରକାର ନିମ୍ନମାନର ଔଷଧ ତଥା ଏନ୍‌ଏସ୍‌କ୍ୟୁ ଔଷଧ ବଜାରରେ ଚିହ୍ନଟ ହେବା ସହିତ କୋଟି କୋଟି ଟଙ୍କାର ଔଷଧ ଜବତ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳବାର ଗୃହକୁ ଜଣାଇଛନ୍ତି, ଗତ ୪ବର୍ଷରେ ୧୬୮ ପ୍ରକାର ସ୍ପୁରିୟସ ଡ୍ରଗ୍ସ(ବିଷାକ୍ତ ଔଷଧ) ଚିହ୍ନଟ ହେବା ସହିତ ଏହାକୁ ଜବତ କରାଯାଇଛି। ସେହିପରି ଏହି ଅବଧି ମଧ୍ୟରେ ସମୁଦାୟ ୩୮୮ଟି ନିମ୍ନ ମାନର ମେଡିସିନ ଚିହ୍ନଟ ହୋଇଛି। ଏ ବାବଦକୁ ରାଜ୍ୟ ସରକାର ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି।
ସ୍ବାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ୨୦୨୧ରେ ୭୯ଟି ସ୍ପୁରିୟସ ଡ୍ରଗ୍ସ ଚିହ୍ନଟ ହୋଇଥିବାବେଳେ ୨୦୨୨ରେ ୬୪, ୨୦୨୩ରେ ୧୪ ଏବଂ ୨୦୨୪ ରେ ୧୧ଟି ଚିହ୍ନଟ ହୋଇଛି। ସେହିପରି ଚିହ୍ନଟ ହୋଇଥିବା ୩୮୮ ନିମ୍ନ ମାନର ମେଡିସିନ ମଧ୍ୟରୁ ୨୦୨୧-୨୨ରେ ୮୩ ପ୍ରକାର, ୨୦୨୨-୨୩ରେ ୧୫୬, ୨୦୨୩-୨୪ରେ ୬୯ ଏବଂ ୨୦୨୪-୨୫ରେ ୮୩ଟି ଆବଶ୍ୟକୀୟ ଗୁଣବତ୍ତା ମାନଦଣ୍ଡ ପୂରଣ କରୁ ନ ଥିବା ଔଷଧ ଜବତ ହୋଇଛି।
ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଗୃହ ବାହାରେ କହିଛନ୍ତି, ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯିବା ଦ୍ୱାରା ଏଭଳି ସ୍ପୁରିୟସ ମେଡିସିନ ଜବତ ହୋଇପାରିଛି। ଆଗାମୀ ଦିନରେ ଏହି ଚଢ଼ାଉ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସ୍ପୁରିୟସ ମେଡିସିନ ବଜାରକୁ ଛାଡ଼ିବା ଏକ ପ୍ରକାର ଷଡ଼ଯନ୍ତ୍ର। ଔଷଧ କମ୍ପାନୀ ନିର୍ମାତାମାନେ ଏହା ଉଦ୍ଦେଶ୍ୟମୂଳକ ଭାବେ କରିଥାନ୍ତି। ଏନେଇ ସରକାର ସଜାଗ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ, ଡ୍ରଗ୍ସ ନିୟନ୍ତ୍ରକ ଏବଂ ପୋଲିସ ସମନ୍ବୟରେ ଚଢ଼ାଉ କରାଯାଉଛି। ଆଗାମୀ ଦିନରେ ତୃଣମୂଳସ୍ତରରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯିବ। ତେବେ ଚିହ୍ନଟ ହୋଇଥିବା ସ୍ପୁରିୟସ ମେଡିସିନ ମଧ୍ୟରେ ଆମୋକ୍ସିଲିନ୍‌, ରାବିଜେମ୍‌-ଡିଏସ୍‌ଆର ଟାବ୍‌ଲେଟ, ସେଫାଡ୍ରକ୍ସିଲ ଟାବ୍ସ ଆଇପି-୫୦୦ଏମ୍‌ଜି, ଆମ୍ଲୋ କାଇଣ୍ଡ-୫ ଟାବ୍‌, ଲେଭ୍‌ସେଟ୍‌-ଏମ୍‌-ସିରପ୍‌, ପାରାସିଟାମଲ ଟାବ୍‌ଲେଟ ଆଇପି ୫୦୦ଏମ୍‌ଜି ପ୍ରଭୃତି ରହିଛି।
ଏନେଇ ଏସ୍‌ସିବି ମେଡିକାଲ କଲେଜ ମେଡିସିନ ବିଭାଗ ଏଚ୍‌ଓଡି ତଥା ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ ସଭାପତି ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି, ନକଲି ଔଷଧ ବ୍ୟବସାୟ କିଛି ନୁଆ କଥା ନୁହେଁ। ତେବେ ଏହା ନିହାତି ପକ୍ଷେ ଅମାନୁଷିକ କାର୍ଯ୍ୟ। ନକଲି ଔଷଧ ଦ୍ୱାରା ରୋଗୀର ସମସ୍ୟା ଦୁଇଗୁଣ ବଢ଼ିଯାଥାଏ। ତେଣୁ ଏହାକୁ ଡବଲ୍‌ ଟ୍ରବ୍‌ଲ ବୋଲି କୁହାଯାଏ। ନକଲି ଔଷଧରେ ଔଷଧର ଗୁଣ କିଛି ନ ଥିବାରୁ ରୋଗୀଟିଏ ଯେଉଁ ରୋଗ ପାଇଁ ଔଷଧ ଖାଏ ସେଥିରେ କିଛି ଲାଭ ମିଳେନାହିଁ। ସେହିପରି ଏହାକୁ ଖାଇବା ଦ୍ୱାରା ସେଥିରେ ଥିବା ଖରାପ ଉପାଦାନ ବା କେମିକାଲ ରୋଗୀ ଶରୀରକୁ ଯାଇ ଲିଭର, କିଡ୍‌ନୀ, ବ୍ରେନ୍‌, ହାର୍ଟ୍‌କୁ ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି। ତେବେ ଅନ୍‌ଲାଇନ୍‌ରେ ମିଳୁଥିବା ଔଷଧ ଠିକ୍‌ କି ନକଲି ତାହା ଜାଣିବାର କୌଣସି ଉପାୟ ନାହିଁ। ତେଣୁ ସରକାରୀ ଅନୁମୋଦିତ କେନ୍ଦ୍ର ଜନଔଷଧୀ କେନ୍ଦ୍ର, ନିରାମୟ କିମ୍ବା ଦୀର୍ଘବର୍ଷ ଧରି ରହିଥିବା ଔଷଧ ଦୋକାନୀଙ୍କଠାରୁ ଔଷଧ କିଣିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଜଣେ ସାଧାରଣ ରୋଗୀ ନକଲି ଔଷଧକୁ ଚିହ୍ନଟ କରିପାରିବ ନାହିଁ। ଏହା କେବଳ ଡ୍ରଗ୍‌ ଇନ୍ସପେକ୍ଟର ଓ ଡ୍ରଗ୍‌ କଣ୍ଟ୍ରୋଲଲ ଜାଣି ପାରିବେ। ତେଣୁ ରାଜ୍ୟରେ ନକଲି ଔଷଧ ଚିହ୍ନଟ କରିବା ନେଇ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବା ସହିତ ଦଣ୍ଡବିଧାନକୁ କଡାକଡି କରିବା ଆବଶ୍ୟକ ବୋଲି ପ୍ରଫେସର ପଟ୍ଟନାୟକ ମତ ରଖିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri