ନକଲି ମଦ ଫ୍ୟାକ୍ଟ୍ରି ଠାବ: କିଙ୍ଗପିନ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୨୨ା୧୨: ଜିଲା ତଥା ଜିଲା ବାହାର ବିଭିନ୍ନ ଗ୍ରାମାଞ୍ଚଳକୁ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଅବକାରୀ ପୋଲିସକୁ ଖବର ମିଳିଥିଲା। ଏନେଇ ଅବକାରୀ ଷ୍ଟ୍ରାଇକିଂ ଟିମ୍‌ ଗୁରୁବାର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଇନ୍ଦିରା ଆବାସ ଛକରେ ନକଲି ମଦ ଭର୍ତ୍ତି ଏକ ପିକ୍‌ଅପ୍‌(ନଂ ଓଡ଼ି୦୭ୟୁ-୬୪୧୬) ଗାଡ଼ି ଅଟକାଇଥିଲା। ଯାଞ୍ଚ ବେଳେ ଗାଡିରୁ ୧୦୦ବୋତଲ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଗାଡ଼ି ଚାଳକ ଅଡବା ଥାନା ଅଧୀନ ସିଆଳିଲଟି ଗ୍ରାମର ନକୁଳ ଗମଙ୍ଗୋ(୨୮) ଓ ବ୍ୟବସାୟୀ ଅଡ଼ବା ଥାନା ଚୁଡଙ୍ଗପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ(୫୯)ଙ୍କୁ ଗିରଫ କରିଥିଲା। ଅବକାରୀ ଟିମ୍‌ ତାଙ୍କୁ ପଚରାଉଚରା ବେଳେ ଉକ୍ତ ି ମଦ ଫାଷ୍ଟଗେଟ ଅଯୋଧ୍ୟାନଗରରୁ ଆଣିଥିବା କହିଥିଲେ।

ଅନ୍ୟପକ୍ଷେ ପ୍ରଫୁଲ୍ଲ ନକଲି ମଦ ପ୍ରସ୍ତୁତ କରୁଥିବା କିଙ୍ଗପିନ ତାରିଣୀ ଜେନା(୨୫)ଙ୍କୁ ବିକ୍ରି ପାଇଁ ଅଧିକ ମଦ ଆବଶ୍ୟକ ବୋଲି କହିବା ସହ ଫାଷ୍ଟଗେଟ ଛକରେ ସେ ଅପେକ୍ଷା କରିଥିବା କହିଥିଲେ। ଯୋଜନା ମୁତାବକ ପ୍ରଫୁଲ୍ଲଙ୍କୁ ନେଇ ଅବକାରୀ ଟିମ୍‌ ଫାଷ୍ଟଗେଟ ଛକରେ ଅପେକ୍ଷା କରିଥିଲା। ତାରିଣୀ ଏକ ସ୍କୁଟିରେ ୫୪ ବୋତଲ ନକଲି ମଦ ଧରି ସେଠାରେ ପହଞ୍ଚି ଥିଲେ। ପୂର୍ବରୁ ଛକି ରହିଥିବା ଅବକାରୀ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା। ପରେ ତାରିଣୀଙ୍କ ବୟାନକୁ ଆଧାର କରି ଅଯୋଧ୍ୟାନଗରରେ ସେ ଏକ ଘର ଭଡ଼ା ନେଇ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଚଢାଉ କରିଥିଲା। ସେଠାରୁ ଅବକାରୀ ଟିମ୍‌ ୫୪ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ବେଳେ ସେଠାରୁ କଞ୍ଚାମାଲ ଜବତ କରିଥିଲା। ଚଢାଉ ବେଳେ ଉକ୍ତ ଘରୁ ବିଭିନ୍ନ ବ୍ରାଣ୍ଡର ୫୪ ବୋତଲ ନକଲି ବିଦେଶୀ ମଦ, ୨୦୦ ଖାଲି ବୋତଲ, ୨୦୦୦ ଊର୍ଦ୍ଧ୍ୱ ଠିପି, ୩୦୦ ସିଟ ବିଭିନ୍ନ ବ୍ରାଣ୍ଡର ଅବକାରୀ ଲେବଲେ, ୨୦ ଲିଟର (ଅର୍ଗାନିକ ଆଲବମ୍‌) ସ୍ପିରିଟ, ୩ ଲିଟର କଲର(ରଙ୍ଗ), ୬ ଲିଟର ସ୍ପିରିଟ ଜବତ କରାଯାଇଥିଲା।

କଲିକତାରୁ ବୋତଲ, ଠିପି , ରଙ୍ଗ ଓ ସ୍ପିରିଟ ଆଣି ନକଲି ମଦ ପ୍ରସ୍ତୁତ କରିବା ପରେ ତାରିଣୀ ଜେନା ଗଞ୍ଜାମ ଜିଲା ଓ ଗଜପତି ଜିଲାର ଆଖପାଖ ଅଞ୍ଚଳକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ୍‌ ଜାଣିବାକୁ ପାଇଛି। ଜବତ ନକଲି ବିଦେଶୀ ମଦ ଓ କଞ୍ଚାମାଲ ଓ ଗାଡ଼ିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ାଉରେ ଅବକାରୀ ଷ୍ଟ୍ରାଇକିଂ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଇକ, ଇନ୍ସପେକ୍ଟର ଅର୍ଜୁନ ମଲିକ ଓ ତାଙ୍କ ଟିମ୍‌ ସାମିଲ ଥିଲେ। ଜବତ ନକଲି ମଦର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଇନ୍ସପେକ୍ଟର ମଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri