ନକଲି ମଦ ଫ୍ୟାକ୍ଟ୍ରି ଠାବ: କିଙ୍ଗପିନ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୨୨ା୧୨: ଜିଲା ତଥା ଜିଲା ବାହାର ବିଭିନ୍ନ ଗ୍ରାମାଞ୍ଚଳକୁ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଅବକାରୀ ପୋଲିସକୁ ଖବର ମିଳିଥିଲା। ଏନେଇ ଅବକାରୀ ଷ୍ଟ୍ରାଇକିଂ ଟିମ୍‌ ଗୁରୁବାର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଇନ୍ଦିରା ଆବାସ ଛକରେ ନକଲି ମଦ ଭର୍ତ୍ତି ଏକ ପିକ୍‌ଅପ୍‌(ନଂ ଓଡ଼ି୦୭ୟୁ-୬୪୧୬) ଗାଡ଼ି ଅଟକାଇଥିଲା। ଯାଞ୍ଚ ବେଳେ ଗାଡିରୁ ୧୦୦ବୋତଲ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଗାଡ଼ି ଚାଳକ ଅଡବା ଥାନା ଅଧୀନ ସିଆଳିଲଟି ଗ୍ରାମର ନକୁଳ ଗମଙ୍ଗୋ(୨୮) ଓ ବ୍ୟବସାୟୀ ଅଡ଼ବା ଥାନା ଚୁଡଙ୍ଗପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ(୫୯)ଙ୍କୁ ଗିରଫ କରିଥିଲା। ଅବକାରୀ ଟିମ୍‌ ତାଙ୍କୁ ପଚରାଉଚରା ବେଳେ ଉକ୍ତ ି ମଦ ଫାଷ୍ଟଗେଟ ଅଯୋଧ୍ୟାନଗରରୁ ଆଣିଥିବା କହିଥିଲେ।

ଅନ୍ୟପକ୍ଷେ ପ୍ରଫୁଲ୍ଲ ନକଲି ମଦ ପ୍ରସ୍ତୁତ କରୁଥିବା କିଙ୍ଗପିନ ତାରିଣୀ ଜେନା(୨୫)ଙ୍କୁ ବିକ୍ରି ପାଇଁ ଅଧିକ ମଦ ଆବଶ୍ୟକ ବୋଲି କହିବା ସହ ଫାଷ୍ଟଗେଟ ଛକରେ ସେ ଅପେକ୍ଷା କରିଥିବା କହିଥିଲେ। ଯୋଜନା ମୁତାବକ ପ୍ରଫୁଲ୍ଲଙ୍କୁ ନେଇ ଅବକାରୀ ଟିମ୍‌ ଫାଷ୍ଟଗେଟ ଛକରେ ଅପେକ୍ଷା କରିଥିଲା। ତାରିଣୀ ଏକ ସ୍କୁଟିରେ ୫୪ ବୋତଲ ନକଲି ମଦ ଧରି ସେଠାରେ ପହଞ୍ଚି ଥିଲେ। ପୂର୍ବରୁ ଛକି ରହିଥିବା ଅବକାରୀ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା। ପରେ ତାରିଣୀଙ୍କ ବୟାନକୁ ଆଧାର କରି ଅଯୋଧ୍ୟାନଗରରେ ସେ ଏକ ଘର ଭଡ଼ା ନେଇ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଚଢାଉ କରିଥିଲା। ସେଠାରୁ ଅବକାରୀ ଟିମ୍‌ ୫୪ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ବେଳେ ସେଠାରୁ କଞ୍ଚାମାଲ ଜବତ କରିଥିଲା। ଚଢାଉ ବେଳେ ଉକ୍ତ ଘରୁ ବିଭିନ୍ନ ବ୍ରାଣ୍ଡର ୫୪ ବୋତଲ ନକଲି ବିଦେଶୀ ମଦ, ୨୦୦ ଖାଲି ବୋତଲ, ୨୦୦୦ ଊର୍ଦ୍ଧ୍ୱ ଠିପି, ୩୦୦ ସିଟ ବିଭିନ୍ନ ବ୍ରାଣ୍ଡର ଅବକାରୀ ଲେବଲେ, ୨୦ ଲିଟର (ଅର୍ଗାନିକ ଆଲବମ୍‌) ସ୍ପିରିଟ, ୩ ଲିଟର କଲର(ରଙ୍ଗ), ୬ ଲିଟର ସ୍ପିରିଟ ଜବତ କରାଯାଇଥିଲା।

କଲିକତାରୁ ବୋତଲ, ଠିପି , ରଙ୍ଗ ଓ ସ୍ପିରିଟ ଆଣି ନକଲି ମଦ ପ୍ରସ୍ତୁତ କରିବା ପରେ ତାରିଣୀ ଜେନା ଗଞ୍ଜାମ ଜିଲା ଓ ଗଜପତି ଜିଲାର ଆଖପାଖ ଅଞ୍ଚଳକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ୍‌ ଜାଣିବାକୁ ପାଇଛି। ଜବତ ନକଲି ବିଦେଶୀ ମଦ ଓ କଞ୍ଚାମାଲ ଓ ଗାଡ଼ିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ାଉରେ ଅବକାରୀ ଷ୍ଟ୍ରାଇକିଂ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଇକ, ଇନ୍ସପେକ୍ଟର ଅର୍ଜୁନ ମଲିକ ଓ ତାଙ୍କ ଟିମ୍‌ ସାମିଲ ଥିଲେ। ଜବତ ନକଲି ମଦର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଇନ୍ସପେକ୍ଟର ମଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?