ନକଲି ସାର କାରଖାନା ଠାବ, ୯ ଗିରଫ

ବରଗଡ଼ ଅଫିସ୍‌,୧।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧୀନ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲି ସାର କାରଖାନା ଠାବ କରିଛି ।
ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଓଡ଼ି୨୧ଏଚ୍‌/୫୯୫୪), ୨୫ କି.ଗ୍ରା ବିଶିଷ୍ଟ ୬୦ ପ୍ୟାକେଟ୍‌ ଲୁଣ, ୩୪ ପ୍ୟାକେଟ୍‌ ନକଲି ପଟାସ୍‌ (ଏମ୍‌ଓପି) ସାର, ଏମ୍‌ଓପି ଲେଖାଥିବା ୩୬ ପ୍ଲାଷ୍ଟିକ ବସ୍ତା, ଗୋଟିଏ କଲର ପ୍ୟାକେଟ୍‌, ୨ ଖାଲି କଲର ପ୍ୟାକେଟ୍‌, ୬୦ ଖାଲି ଲୁଣବସ୍ତା, ପ୍ୟାକେଟ୍‌ ସିଲ୍‌ କରିବା ମେଶିନ, ଓଜନ ମାପକ ଯନ୍ତ୍ର ଏବଂ ୭ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗାଇସିଲେଟ ଥାନା ଜାମମାଲ ଗ୍ରାମର ହୃଷୀକେଶ ସାହୁ(୩୦), ବଡ଼ସାହାଜବାହାଲ ଗ୍ରାମର ଆକାଶ ସାହୁ(୨୭), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଡୁମେରପାଲି ଗ୍ରାମର ବିଶ୍ୱାମିତ୍ର ସାହୁ(୨୪), ବାବୁଲୁ ତରିଆ(୨୪), ଡୁଙ୍ଗୁରିପାଲି ଥାନା କର୍ଲାଜୁରି ଗ୍ରାମର ଭରତ ସାହୁ(୨୪), କାର୍ତ୍ତିକ ସାହୁ(୩୭), ସୁନିଲ ସାହୁ(୨୬), ବଲାଙ୍ଗୀର ଜିଲା ଆଗଲପୁର ଥାନା ମହୁଲପାଲି ଗ୍ରାମର ସତ୍ୟବାଦୀ ସାହୁ(୨୪) ଏବଂ ଲୋଇସିଂହା ଥାନା ଗଣ୍ଡପାଲି ଗ୍ରାମର ଗୌରାଙ୍ଗ ସାହୁ(୩୦)। ସେମାନଙ୍କ ବିରୋଧରେ ଗାଇସିଲେଟ ଥାନାରେ ଏକ ମାମଲା (ନଂ.୫୩।୨୩) ରୁଜୁ ହୋଇଛି ।
ଶୁକ୍ରବାର ଏ ନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସ୍‌ଡ଼ିପିଓ ବିଭୂତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ଜାମମାଲ ଗ୍ରାମରେ ନକଲି ପଟାସ ସାର ପ୍ରସ୍ତୁତ କରି ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଫଳରେ ଏସ୍‌ପି ପି.ଏସ୍‌. ମିନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସେଠାରେ ଚଢ଼ାଉ କରି ନକଲି ସାର ସହିତ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ହୃଷୀକେଶ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ତତ୍ତ୍ବାବଧାନରେ ନକଲି ସାର ପ୍ରସ୍ତୁତ କରି ପ୍ୟାକେଟ୍‌ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା। କେବଳ ଚାଷୀମାନେ ସେଠାରୁ ସାର କିଣୁଥିଲେ ତାହା ନୁହେଁ, ଏହି ନକଲି ସାର କାରଖାନାରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ମଧ୍ୟ ତାହା ଯୋଗାଇ ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ଡ଼ିପିଓ ଭୋଇ କହିଛନ୍ତି। ଏହି କ୍ରମରେ ଘେଁସ ସ୍ଥିତ ଶଙ୍କର ଟ୍ରେଡର୍ସ ସାର ଦୋକାନକୁ ୧୪୦ ପ୍ୟାକେଟ୍‌ ନକଲି ସାର ଯାଇଥିବା ତଦନ୍ତରୁ ଜଣାପଡିବା ପରେ ସେହି ଦୋକାନକୁ ସିଲ୍‌ ସହ ଲାଇସେନ୍ସ ରବ୍ଦ ପ୍ରକିୟା ଚାଲିଛି ବୋଲି ଏସ୍‌ଡ଼ିପିଓ ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri