ନକଲି ସାର କାରଖାନା ଠାବ, ୯ ଗିରଫ

ବରଗଡ଼ ଅଫିସ୍‌,୧।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧୀନ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲି ସାର କାରଖାନା ଠାବ କରିଛି ।
ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଓଡ଼ି୨୧ଏଚ୍‌/୫୯୫୪), ୨୫ କି.ଗ୍ରା ବିଶିଷ୍ଟ ୬୦ ପ୍ୟାକେଟ୍‌ ଲୁଣ, ୩୪ ପ୍ୟାକେଟ୍‌ ନକଲି ପଟାସ୍‌ (ଏମ୍‌ଓପି) ସାର, ଏମ୍‌ଓପି ଲେଖାଥିବା ୩୬ ପ୍ଲାଷ୍ଟିକ ବସ୍ତା, ଗୋଟିଏ କଲର ପ୍ୟାକେଟ୍‌, ୨ ଖାଲି କଲର ପ୍ୟାକେଟ୍‌, ୬୦ ଖାଲି ଲୁଣବସ୍ତା, ପ୍ୟାକେଟ୍‌ ସିଲ୍‌ କରିବା ମେଶିନ, ଓଜନ ମାପକ ଯନ୍ତ୍ର ଏବଂ ୭ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗାଇସିଲେଟ ଥାନା ଜାମମାଲ ଗ୍ରାମର ହୃଷୀକେଶ ସାହୁ(୩୦), ବଡ଼ସାହାଜବାହାଲ ଗ୍ରାମର ଆକାଶ ସାହୁ(୨୭), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଡୁମେରପାଲି ଗ୍ରାମର ବିଶ୍ୱାମିତ୍ର ସାହୁ(୨୪), ବାବୁଲୁ ତରିଆ(୨୪), ଡୁଙ୍ଗୁରିପାଲି ଥାନା କର୍ଲାଜୁରି ଗ୍ରାମର ଭରତ ସାହୁ(୨୪), କାର୍ତ୍ତିକ ସାହୁ(୩୭), ସୁନିଲ ସାହୁ(୨୬), ବଲାଙ୍ଗୀର ଜିଲା ଆଗଲପୁର ଥାନା ମହୁଲପାଲି ଗ୍ରାମର ସତ୍ୟବାଦୀ ସାହୁ(୨୪) ଏବଂ ଲୋଇସିଂହା ଥାନା ଗଣ୍ଡପାଲି ଗ୍ରାମର ଗୌରାଙ୍ଗ ସାହୁ(୩୦)। ସେମାନଙ୍କ ବିରୋଧରେ ଗାଇସିଲେଟ ଥାନାରେ ଏକ ମାମଲା (ନଂ.୫୩।୨୩) ରୁଜୁ ହୋଇଛି ।
ଶୁକ୍ରବାର ଏ ନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସ୍‌ଡ଼ିପିଓ ବିଭୂତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ଜାମମାଲ ଗ୍ରାମରେ ନକଲି ପଟାସ ସାର ପ୍ରସ୍ତୁତ କରି ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଫଳରେ ଏସ୍‌ପି ପି.ଏସ୍‌. ମିନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସେଠାରେ ଚଢ଼ାଉ କରି ନକଲି ସାର ସହିତ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ହୃଷୀକେଶ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ତତ୍ତ୍ବାବଧାନରେ ନକଲି ସାର ପ୍ରସ୍ତୁତ କରି ପ୍ୟାକେଟ୍‌ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା। କେବଳ ଚାଷୀମାନେ ସେଠାରୁ ସାର କିଣୁଥିଲେ ତାହା ନୁହେଁ, ଏହି ନକଲି ସାର କାରଖାନାରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ମଧ୍ୟ ତାହା ଯୋଗାଇ ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ଡ଼ିପିଓ ଭୋଇ କହିଛନ୍ତି। ଏହି କ୍ରମରେ ଘେଁସ ସ୍ଥିତ ଶଙ୍କର ଟ୍ରେଡର୍ସ ସାର ଦୋକାନକୁ ୧୪୦ ପ୍ୟାକେଟ୍‌ ନକଲି ସାର ଯାଇଥିବା ତଦନ୍ତରୁ ଜଣାପଡିବା ପରେ ସେହି ଦୋକାନକୁ ସିଲ୍‌ ସହ ଲାଇସେନ୍ସ ରବ୍ଦ ପ୍ରକିୟା ଚାଲିଛି ବୋଲି ଏସ୍‌ଡ଼ିପିଓ ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri