ନକଲି ଡାକ୍ତର ଗିରଫ

ବ୍ରହ୍ମପୁର,୧୭।୭(ସୁବାସ ଚନ୍ଦ୍ର ପାଢ଼ୀ): ଜାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତକରି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଡେଙ୍ଗାଉସ୍ତା ଛକଠାରେ ଏକ କ୍ଲିନିକ୍‌ରେ ଚିକିତ୍ସା କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ଶୁଭ୍ରଜିତ ପଣ୍ଡା (୨୯)। ତାଙ୍କ ଘର ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ହିନ୍ଦୋଳ ରୋଡ୍‌ରେ। ଜଣେ ମାଇକ୍ରୋବାୟୋଲୋଜି ଛାତ୍ର ଭାବେ ସେ ହାଇଦ୍ରାବାଦରେ ଏମ୍‌ଏସ୍‌ସି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅଧିକ ଟଙ୍କା ରୋଜଗାର ପାଇଁ ଏଭଳି ନକଲି ଡାକ୍ତର ସାଜିଥିବା ଜଣାପଡ଼ିଛି। ଜର୍ମାନୀରୁ (ଅର୍ଥୋପେଡିକ୍‌ ଓ ସ୍ପାଇନାଲ୍‌ ସର୍ଜରି ବିଶେଷଜ୍ଞ ଭାବେ) ଡାକ୍ତରୀ ଯୋଗ୍ୟତା ଅର୍ଜନ କରିଥିବା ନେଇ ପ୍ରେସ୍କ୍ରିପସନ ଏବଂ ନିଜ ଲେଟରପ୍ୟାଡ୍‌ରେ ଉଲ୍ଲେଖ କରୁଥିବା ବେଳେ ଭୁବନେଶ୍ୱର ଏମ୍ସରେ ମଧ୍ୟ ଡାକ୍ତର ଥିବା ନେଇ ବ୍ୟାନର ମାରିଥିଲେ। କିନ୍ତୁ ତା’ ପାଖରେ ଓଡ଼ିଶା ମେଡିକାଲ ରେଜିଷ୍ଟ୍ରେଶନ ଆକ୍ଟ ମୁତାବକ ଜଣେ ଯୋଗ୍ୟତାସମ୍ପନ୍ନ ଡାକ୍ତର ଭାବେ କୌଣସି ପଞ୍ଜୀକୃତ ନମ୍ବର ନ ଥିଲା। ଡେଙ୍ଗାଉସ୍ତା ଛକରେ ଥିବା ବବୁଲ ମେଡିସିନ ଷ୍ଟୋର ଦ୍ୱାରା ପରିଚାଳିତ କ୍ଲିନିକ୍‌ରେ ନିଜର ଜାଲ୍‌ ଡାକ୍ତରୀ ଯୋଗ୍ୟତା ନଥିପତ୍ର ଦେଖାଇ ଚିକିତ୍ସା କରୁଥିଲେ।

ତେବେ ଛଣମେରୀ ଅଞ୍ଚଳର ସୀମାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବଡ଼ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ତାଙ୍କ ପାଖକୁ ଯାଇଥିଲେ। ହେଲେ ଶୁଭ୍ରଜିତ ତାଙ୍କୁ ଯେଉଁ ଔଷଧ ପ୍ରେସ୍‌କ୍ରାଇବ୍‌ କରିଥିଲେ ତାହା ଖାଇବା ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଫଳରେ ସେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଆଣିବା ସହ ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୨୫୭/୨୩) ରୁଜୁକରିବା ସହ ଘଟଣାର ତଦନ୍ତକରି ଶୁଭ୍ରଜିତଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ନିଜକୁ ଡାକ୍ତର ଦର୍ଶାଉଥିବା ଲେଟରପ୍ୟାଡ୍‌, ଭିଜିଟିଂକାର୍ଡ, ଫ୍ଲେକ୍ସ, ବ୍ୟାନର, ଜାଲ୍‌ ଡାକ୍ତରୀ ଯୋଗ୍ୟତା ସମ୍ପର୍କିତ ନଥିପତ୍ର, ଆଧାରକାର୍ଡ, ଗୋଟିଏ କାର୍‌ ( ଓଡି-୦୨ସିଏଫ୍‌ ୮୩୦୮), ଷ୍ଟେଥୋସ୍କୋପ୍‌, ସିରିଞ୍ଜ ଓ ମେଡିସିନ ଜବତ କରାଯାଇଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଗିରଫ ଅଭିଯୁକ୍ତ ଜଣକ କଟକର ନୂଆବଜାରସ୍ଥିତ ଏକ ଭଡ଼ାଘରେ ରହି ରାଣିହାଟସ୍ଥିତ ବେଷ୍ଟ ପଲିକ୍ଲିନିକ୍‌ରେ ମଧ୍ୟ ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ। ଉଭୟ ଭଡ଼ାଘର ଏବଂ ଉକ୍ତ କ୍ଲିନିକ୍‌ରେ ପୋଲିସ ଚଢ଼ାଉକରି ଫ୍ଲେକ୍ସ, ଲେଟରପ୍ୟାଡ୍‌ ଏବଂ ଔଷଧ ଜବତ କରିଥିଲା। ଏଥିସହ ଅଭିଯୁକ୍ତ ଜଣକ ଦିଗପହଣ୍ଡି ଥାନା ଅଧୀନ ବବୁଲ୍‌ କ୍ଲିନିକ୍‌କୁ ମାସକରେ ୨ ଦିନ ଆସୁଥିବା ବେଳେ ସେଠାରୁ ଆସ୍କାରେ ଏକ କ୍ଲିନିକ୍‌କୁ ମଧ୍ୟ ଯାଉଥିଲେ। ଉତ୍ତମ ଚିକିତ୍ସା ଯୋଗାଇ ଦେବା ଆଳରେ ରୋଗୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ।

ଅନ୍ୟପକ୍ଷେ ୨୦୨୦ ଫେବୃୟାରୀରେ ନକଲି ଡାକ୍ତରର ପରିଚୟ ଦେଇ ଚିକିତ୍ସା କରୁଥିବା ନେଇ ଡବ୍ଲ୍ୟୁଏଚ୍‌ଓ ସଦସ୍ୟ ଏବଂ ଗାନ୍ଧୀ ମେଡିକାଲ କଲେଜର ଡାକ୍ତରଙ୍କ ଅଭିଯୋଗକ୍ରମେ ସେଠାକାର ଥାନା ପୋଲିସ ଏକ ମାମଲା ରୁଜୁକରି ଶୁଭ୍ରଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୫ ଦିନ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିବା ପରେ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଏହାପରେ ଦେଢ଼ବର୍ଷ ସେ ନୀରବ ରହିଥିଲେ। ହେଲେ ଓଡ଼ିଶା ଆସି ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ପୁଣି ନିଜକୁ ନକଲି ଡାକ୍ତର ସଜାଇଥିଲେ ବୋଲି ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ୍‌ ଏମ୍‌. ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri