ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜ୍ୟ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ତଦନୁଯାୟୀ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ପହଞ୍ଚତ୍ଛି। ୫ ଜଣିଆ ଟିମ୍‌ ପ୍ରଥମେ ବଲାଙ୍ଗୀର ଏସ୍‌ପି ଅଫିସକୁ ଆସି ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟିଛନ୍ତି। ସବୁଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ମଧ୍ୟ ଖୋଳତାଡ଼ କରାଯିବ। ଏ ସଂକ୍ରାନ୍ତରେ ଅଧିକ କିଛି କହିପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଚକ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
କିଛିଦିନ ତଳେ ବଲାଙ୍ଗୀର ଡାକମଣ୍ଡଳର ୮୩ଟି ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ୍‌ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିଥିବା କେତେଜଣ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ ବେଳେ ବଲାଙ୍ଗୀର ଡାକମଣ୍ଡଳ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ସନ୍ଦେହ ହୋଇଥିଲା। ସାର୍ଟିଫିକେଟରେ ଉଲ୍ଲେଖ ଥିବା ମାର୍କ ଏବଂ ପ୍ରାର୍ଥୀଙ୍କ ଆଚରଣ ଦେଖି ପଟ୍ଟନାୟକ ଅବାକ ହୋଇଥିଲେ। କାରଣ ମାର୍କଶିଟ୍‌ରେ ଇଂଲିଶରେ ୯୯ ମାର୍କ ରଖିଥିବା ଜଣେ ପ୍ରାର୍ଥିନୀଙ୍କୁ ପଚାରିବାରୁ ସେ ଇଂଲିଶରେ ଲେଖିବା ତ ଦୂରେ ଥାଉ କିଛି କହି ବି ପାରି ନ ଥିଲେ। ଏହାପରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଭିତରୁ ୩୭ ଜଣଙ୍କର ଜାଲ୍‌ ସାର୍ଟିଫିକେଟ ରହିଥିବା ସନ୍ଦେହ କରି ପଟ୍ଟନାୟକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଖୋଳତାଡ଼ କରି ବଲାଙ୍ଗୀର ସହର ମିଶନ ପଡ଼ିଆ ସମ୍ମୁଖରେ ଥିବା ରିଲାଏନ୍ସ ଏଜୁକେଶନ୍‌ କମ୍ପ୍ଳେକ୍ସ ଉପରେ ଚଢ଼ାଉ କରିଥିଲା। ସେଠାରୁ ଦେଶର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ନଁାରେ ଛପାଯାଇଥିବା ୫ ହଜାରରୁ ଊର୍ଦ୍ଧ୍ୱ ନକଲି ସାର୍ଟିଫିକେଟ, ୨୭ଟି ଶିକ୍ଷାନୁଷ୍ଠାନ ଅଧିକାରୀଙ୍କ ଜାଲ୍‌ ସିଲ୍‌ ଓ ଷ୍ଟାମ୍ପ, ୩ ଲକ୍ଷ ୬୭ ହଜାର ୬ ଶହ ଟଙ୍କା, ୪ଟି କମ୍ପ୍ୟୁଟର ସିଷ୍ଟମ୍‌, ୨ଟି ଲାପ୍‌ଟପ୍‌, ୩ଟି ପ୍ରିଣ୍ଟର, ସ୍କାନର, ଜେରକ୍ସ ମେଶିନ୍‌, ଏସ୍‌ଏସ୍‌ଡି ହାର୍ଡଡିକ୍ସ, ମୋବାଇଲ ଫୋନ୍‌, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଲେଖାଯାଇଥିବା ଚିଠି, ଜାଲ୍‌ ସାର୍ଟିଫିକେଟ କାରବାରର ଏକାଧିକ ଡାଏରି ଜବତ କରାଯାଇଥିଲା। ଏହି ମାମଲାରେ ରିଲାଏନ୍ସ ଏଜୁକେଶନ୍‌ କମ୍ପ୍ଳେକ୍ସ ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ପାର୍ଟନର ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏସ୍‌ପି କୁଶଲକର ୪ଟି ସ୍ବତନ୍ତ୍ର ଟିମ୍‌ କରି ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ଉପରେ ତଦନ୍ତ ଆରମ୍ଭ କରିଥିଲେ। ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ୍‌ର ଚେର କେଉଁଠାରୁ କେଉଁ ଆଡ଼କୁ ଲମ୍ବିଛି, ଏହା କେତେବର୍ଷ ହେଲା ଚାଲିଥିଲା ଏବଂ ଏହି ର଼୍ୟାକେଟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେଦିଗ ଉପରେ ତଦନ୍ତ ଫୋକସ୍‌ କରିବ ବୋଲି ଜଣାପଡ଼ିଛି।
ଜାଲ୍‌ ସାର୍ଟିଫିକେଟ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଗିରଫ ହେବା ପରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଭାଜପା ଓ କଂଗ୍ରେସ ବିଧାନସଭା ଅଧିବେଶନରେ ଅଭିଯୋଗ ଆଣିଥିଲେ। ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହ ମନୋଜ ମିଶ୍ରଙ୍କ ଫଟୋ ଦେଖାଇ ଏହା ପଛରେ ବିଜେଡିର ସମ୍ପୃକ୍ତି ଥିବା ଭାଜପା କହିଛି। କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। ତେବେ ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ପଛରେ ବିଜେଡିର ହାତ ଥିବା ଅଭିଯୋଗକୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସବୁ ପ୍ରସଙ୍ଗରେ ବିଜେଡି ନେତାଙ୍କ ନାଁ ନେବା ବିରୋଧୀଙ୍କ ଅଭ୍ୟାସ। ବିଜେଡି ନେତାଙ୍କର ଏଥିରେ ସମ୍ପୃକ୍ତି ନାହିଁ। ତଦନ୍ତ ପରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri