ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ

କଳିଙ୍ଗନଗର,୨୫ା୬(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାରେ ପୋଲିସ ଚଢ଼ାଉ କରିଛି। ଅପରପକ୍ଷରେ ଘଟଣାସ୍ଥଳରୁ ଟ୍ରକରେ ଲୋଡ଼ିଂ ହେଉଥିବା ସମୟରେ ପାଖାପାଖି ୨ ଶହ ବସ୍ତାରୁ ଊର୍ଦ୍ଧ୍ୱ ଅଲ୍‌ଟ୍ରାଟେକ୍‌ ନକଲି ସିମେଣ୍ଟ ଭର୍ତ୍ତି ବସ୍ତାକୁ ମଧ୍ୟ ଜବତ କରିଛି। ଏହି ଘାଟଣାରେ କଳିଙ୍ଗନଗର ପୋଲିସ ୭ ଜଣ ( ସିନେଣ୍ଟ କାରଖାନାର ସୁପରଭାଇଜର, ମାଲିକ, ଟ୍ରକ୍‌ ଡ୍ରାଇଭର,ଟ୍ରକ୍‌ ମାଲିକ)ଙ୍କୁ ମିଶାଇ ମୋଟ୍‌ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ଚନ୍ଦ୍ର ବେହେରା, ଆର୍ତ୍ତବନ୍ଧୁ ପଟୁଆ, ଭଜମନ ନାଏକ, ସୁଶାନ୍ତ କୁମାର ସାହୁ, ମନୋଜ କୁମାର ଶତପଥୀ, ଅମରେଶ ପଣ୍ଡା, ଉଦୟନାଥ ସାହୁ। ଏହି ନକଲି କାରଖାନାର ମାଲିକ ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି।

ଉଲ୍ଲେଖଯୋଗ୍ୟ, ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ନକଲି ସିମେଣ୍ଟ କାରଖାନା ଗୋଲଗାଁ ନିକଟରେ ଚାଲିଥିଲା। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।