ଜରୁରୀ ସେବାକୁ ଆସୁଛି ଫେକ୍‌ କଲ୍‌

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଲୋକଙ୍କୁ ଜରୁରିକାଳୀନ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ୨୪ଘଣ୍ଟିଆ ମାଗଣା ୧୦୮ ଓ ୧୦୪ କଲ୍‌ ସୁବିଧା ରହିଛି। ହେଲେ କେତେଜଣ ଅସାମାଜିକ ବ୍ୟକ୍ତି ସରକାରଙ୍କ ଏହି ମାଗଣା ସେବାର ଫାଇଦା ଉଠାଇ ବିନା କାରଣରେ ୧୦୮ ଓ ୧୦୪କୁ ଫେକ୍‌ କଲ୍‌ କରୁଥିବା ଅଭିଯୋଗ ହୋଇଛି। ଫଳରେ ଏହି ଫେକ୍‌ କଲ୍‌ ପାଇଁ ୧୦୮, ୧୦୪ କଲ୍‌ ସେଣ୍ଟର ପାଇଁ ସମସ୍ୟା ବଢ଼ାଇଛି। କଲ୍‌ ସେଣ୍ଟର କର୍ମଚାରୀଙ୍କୁ ଫେକ୍‌ କଲ୍‌ କରି ଅଯଥା ଗପିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେଇ ସମୟ ନଷ୍ଟ କରୁଛନ୍ତି। ଏଥିଯୋଗୁ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଜରୁରୀ ସେବା ଆଶାରେ କଲ୍‌ କରୁଥିବା ବ୍ୟକ୍ତି ଯୋଗାଯୋଗ କରି ଲାଇନ୍‌ ରହିବାରେ ଜରୁରୀ ସେବା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ଅନେକ ଲୋକ ଜରୁରୀ କଲ୍‌ କ୍ୟୁରେ ରହି ଜରୁରୀ ସେବା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫେକ୍‌ କଲ୍‌ କରି କିଏ ପ୍ରେମ ନିବେଦନ କରୁଛି ତ କିଏ ବିଦେଶ ବୁଲିିବା ପାଇଁ ଟିକେଟର ଦର ପଚାରୁଛି। ଆଉ କିଏ ଫାଙ୍କା ଥିବା ମ୍ୟାଡାମକୁ କଲ ଟ୍ରାନ୍ସଫର କରିବାକୁ କହୁଛି। ଏହାଦ୍ୱାରା ସେଠାରେ କାର୍ଯ୍ୟାରତ ଯୁବତୀଯୁବକ ମାନସିକ ଭାବେ ଭାଙ୍ଗି ପଡ଼ୁଥିବା ବେଳେ ଏଥିପ୍ରତି ପୋଲିସ ଆଖିଦୃଶିଆ ପଦକ୍ଷେପ ନେବାକୁ ସଂସ୍ଥାର ମୁଖ୍ୟଙ୍କ ସମେତ କର୍ମଚାରୀ ଅନୁରୋଧ କରିଛନ୍ତି। ଫେକ୍‌ କଲ୍‌ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଫଳରେ ଅନ୍ୟମାନେ ମଧ୍ୟ ସତର୍କ ଓ ସଚେତନ ହେବେ। ଏ ନେଇ କଲ୍‌ ସଂସ୍ଥାର ମୁଖ୍ୟ କହିଛନ୍ତି, ପ୍ରତିଦିନ ୧୦୮ ନମ୍ବରକୁ ମୋଟ ୧୦ ହଜାରରୁ ଅଧିକ କଲ୍‌ ଆସୁଛି। ସେଥିମଧ୍ୟରୁ କେବଳ ୭ ଶହ ଫେକ୍‌ କଲ୍‌ ଆସୁଛି, ଯାହାକି ଜରୁରୀ ସେବା ଚାହୁଁଥିବା ଲୋକ କଲ କରି ଲାଇନରେ ଅପେକ୍ଷା କରି ରହିବାରୁ ରୋଗୀଙ୍କୁ ଜରୁରୀ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ଛୋଟ ପିଲା ମଧ୍ୟ ଏହି ନମ୍ବରକୁ କଲ କରୁଥିବାରୁ ଅଭିଭାବକମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ଏପରି ବିକୃତ ମାନସିକତାର ଲୋକେ ଏପରି କାର୍ଯ୍ୟାରୁ ନିବୃତ୍ତ ରୁହନ୍ତୁ। ନଚେତ୍‌ ଜରୁରିକାଳୀନ ସେବା ପ୍ରଦାନରେ ଅନାବଶ୍ୟକ ଭାବେ ସମସ୍ୟା ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri