Posted inଫୁରସତ

ଏସ୍‌ବିଆଇରେ ମିଳିଲାନି ଚାକିରି, ଖୋଲିଲେ ନକଲି ବ୍ୟାଙ୍କ ଶାଖା, ଆଉ ତା’ ପରେ…

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏକ ନକଲି ଶାଖାକୁ ପୋଲିସ ସିଲ୍‌ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ପୂର୍ବତନ ଏସ୍‌ବିଆଇର ଜଣେ କର୍ମଚାରୀଙ୍କ ପୁଅ। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
କମଲ ବାବୁ ନାମକ ଜଣେ ୧୯ ବର୍ଷର ଯୁବକ କୁଡାଲୋର ଜିଲାର ପାନ୍‌ରୁତିରେ ଏସ୍‌ବିଆଇର ଏକ ନକଲି ଶାଖା ଖୋଲିଥିବା ଅଭିଯୋଗ ହୋଇଥିଲା। ପୋଲିସ କହିଛି ଯେ, କମଲଙ୍କ ମା’-ବାପା ଏସ୍‌ବିଆଇର କର୍ମଚାରୀ। ୧୦ ବର୍ଷ ପୂର୍ବେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ୨ ବର୍ଷ ତଳୁ ଏସ୍‌ବିଆଇରୁ ଅବସର ନେଇଥିଲେ। କମଲ କୌଣସି କାମ କରୁ ନ ଥିଲେ। ସେ ତାଙ୍କ ବାପାଙ୍କ ସ୍ଥାନରେ ଚାକିରି ପାଇଁ ବ୍ୟାଙ୍କରେ ଏକ ଫର୍ମ ପକାଇଥିଲେ। କିନ୍ତୁ ସେ ଚାକିରି ପାଇଲେ ନାହିଁ। ଏଭଳି ପରିସ୍ଥିତିରେ ସେ ନିଜେ ଏକ ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଲେ। ସେ ପିଲାଦିନରୁ ମା’ ବାପାଙ୍କ ସହିତ ବ୍ୟାଙ୍କକୁ ଯାଉଥିଲେ। ତେଣୁ ବ୍ୟାଙ୍କ ବିଷୟରେ ତାଙ୍କର ଅନେକ ଜ୍ଞାନ ଥିଲା। ଜଣେ ଗ୍ରାହକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବାରୁ ଘଟଣାର ପର୍ଦ୍ଦାଫାସ ହୋଇଥିଲା।
ପୋଲିସ ସୂଚନାନୁସାରେ, କମଲ ୩ମାସ ପୂର୍ବରୁ ପାନରୁତି ବଜାର ନାମରେ ଏସ୍‌ବିଆଇର ଏକ ଶାଖା ଖୋଲିଥିଲେ। ଯେତେବେଳେ ଏସ୍‌ବିଆଇର ଜଣେ ଗ୍ରାହକ ନୂଆ ଶାଖା ଦେଖିଲେ, ସେ ପୁରୁଣା ଶାଖାରେ ଏ ବିଷୟରେ କହିଥିଲେ। ସେହି ବ୍ୟାଙ୍କର ଶାଖା ପରିଚାଳକ ତାଙ୍କ ଜୋନାଲ ହେଡ୍‌ଙ୍କ ସହିତ ଏକ ନୂତନ ଶାଖା ଖୋଲିବା ବିଷୟରେ କଥା ହୋଇଥିଲେ। ଜୋନାଲ ହେଡ୍‌ କହିଛନ୍ତି, ପାନ୍‌ରୁତିରେ ଏସ୍‌ବିଆଇର କ କୌଣସି ନୂତନ ଶାଖା ଖୋଲିନାହିଁ।
ମ୍ୟାନେଜରଙ୍କ ଅଭିଯୋଗ ପରେ ଏସ୍‌ବିଆଇ ଅଧିକାରୀମାନେ ନୂତନ ଶାଖା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଅଫିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେଠାରେ ଥିବା ସମସ୍ତ ଜିନିଷ ମୂଳ ବ୍ୟାଙ୍କ ସହିତ ସମାନ ଥିଲା। ଏସବୁ ଦେଖି ପୋଲିସରେ ଅଭିଯୋଗ ହୋଇଥିଲା।
ପୋଲିସ ଏଥିରେ ସଂପୃକ୍ତ କମଲ ବାବୁ, ତାଙ୍କ ସହଯୋଗୀ ୫୩ ବର୍ଷୀୟ ମଣିକାମ ଏବଂ ୪୨ ବର୍ଷୀୟ କୁମାରଙ୍କୁ ଗିରଫ କରିଥିଲା। ଅନୁସନ୍ଧାନ ବେଳେ କମଲ ଏକ ବ୍ୟାଙ୍କ ଖୋଲିବାକୁ ଯୋଜନା କରିଥିଲେ। ମଣିକାମ ବ୍ୟାଙ୍କ ଷ୍ଟାମ୍ପ୍‌ ଇତ୍ୟାଦି ପ୍ରସ୍ତୁତ କରିଥିବାବେଳେ କୁମାର ବ୍ୟାଙ୍କର ଅନ୍ୟାନ୍ୟ ସାମଗ୍ରୀ, ପାସ୍‌ବୁକ, ଚାଲାଣ ଆଦି ପ୍ରସ୍ତୁତ କରିଥିଲେ। ନକଲି ଶାଖା ପାଇଁ କମଲ କମ୍ପ୍ୟୁଟର, ଲକର ଏବଂ ଅନ୍ୟାନ୍ୟ ସେଟ୍‌ଅପ କିଣିଥିଲେ। ଆହୁରି ମଧ୍ୟ ପାନ୍‌ତୁର ବଜାର ଶାଖା ନାମକ ଏକ ଓ୍ବେବ୍‌ସାଇଟ୍‌ ମଧ୍ୟ ତିଆରି କରାଯାଇଥିଲା ।
ପୋଲିସର ତଦନ୍ତରେ ଏପର୍ଯ୍ୟନ୍ତ ଜଣାପଡ଼ିଛି ଯେ, ଏହି ନକଲି ଶାଖାରୁ ଟଙ୍କା କାରବାର ହୋଇନାହିଁ। ଏହି ପରିସ୍ଥିତିରେ କେହି ଟଙ୍କା ହରାଇ ନାହାନ୍ତି। ପଚରାଉଚରା ବେଳେ କମଲ ପୋଲିସକୁ କହିଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ ଲୋକଙ୍କୁ ଠକିବା ନୁହେଁ। ସେ ନିଜର ବ୍ୟାଙ୍କ ଖୋଲିବାକୁ ଚାହୁଁଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri