Posted inଫୁରସତ

ଏସ୍‌ବିଆଇରେ ମିଳିଲାନି ଚାକିରି, ଖୋଲିଲେ ନକଲି ବ୍ୟାଙ୍କ ଶାଖା, ଆଉ ତା’ ପରେ…

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏକ ନକଲି ଶାଖାକୁ ପୋଲିସ ସିଲ୍‌ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ପୂର୍ବତନ ଏସ୍‌ବିଆଇର ଜଣେ କର୍ମଚାରୀଙ୍କ ପୁଅ। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
କମଲ ବାବୁ ନାମକ ଜଣେ ୧୯ ବର୍ଷର ଯୁବକ କୁଡାଲୋର ଜିଲାର ପାନ୍‌ରୁତିରେ ଏସ୍‌ବିଆଇର ଏକ ନକଲି ଶାଖା ଖୋଲିଥିବା ଅଭିଯୋଗ ହୋଇଥିଲା। ପୋଲିସ କହିଛି ଯେ, କମଲଙ୍କ ମା’-ବାପା ଏସ୍‌ବିଆଇର କର୍ମଚାରୀ। ୧୦ ବର୍ଷ ପୂର୍ବେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ୨ ବର୍ଷ ତଳୁ ଏସ୍‌ବିଆଇରୁ ଅବସର ନେଇଥିଲେ। କମଲ କୌଣସି କାମ କରୁ ନ ଥିଲେ। ସେ ତାଙ୍କ ବାପାଙ୍କ ସ୍ଥାନରେ ଚାକିରି ପାଇଁ ବ୍ୟାଙ୍କରେ ଏକ ଫର୍ମ ପକାଇଥିଲେ। କିନ୍ତୁ ସେ ଚାକିରି ପାଇଲେ ନାହିଁ। ଏଭଳି ପରିସ୍ଥିତିରେ ସେ ନିଜେ ଏକ ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଲେ। ସେ ପିଲାଦିନରୁ ମା’ ବାପାଙ୍କ ସହିତ ବ୍ୟାଙ୍କକୁ ଯାଉଥିଲେ। ତେଣୁ ବ୍ୟାଙ୍କ ବିଷୟରେ ତାଙ୍କର ଅନେକ ଜ୍ଞାନ ଥିଲା। ଜଣେ ଗ୍ରାହକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବାରୁ ଘଟଣାର ପର୍ଦ୍ଦାଫାସ ହୋଇଥିଲା।
ପୋଲିସ ସୂଚନାନୁସାରେ, କମଲ ୩ମାସ ପୂର୍ବରୁ ପାନରୁତି ବଜାର ନାମରେ ଏସ୍‌ବିଆଇର ଏକ ଶାଖା ଖୋଲିଥିଲେ। ଯେତେବେଳେ ଏସ୍‌ବିଆଇର ଜଣେ ଗ୍ରାହକ ନୂଆ ଶାଖା ଦେଖିଲେ, ସେ ପୁରୁଣା ଶାଖାରେ ଏ ବିଷୟରେ କହିଥିଲେ। ସେହି ବ୍ୟାଙ୍କର ଶାଖା ପରିଚାଳକ ତାଙ୍କ ଜୋନାଲ ହେଡ୍‌ଙ୍କ ସହିତ ଏକ ନୂତନ ଶାଖା ଖୋଲିବା ବିଷୟରେ କଥା ହୋଇଥିଲେ। ଜୋନାଲ ହେଡ୍‌ କହିଛନ୍ତି, ପାନ୍‌ରୁତିରେ ଏସ୍‌ବିଆଇର କ କୌଣସି ନୂତନ ଶାଖା ଖୋଲିନାହିଁ।
ମ୍ୟାନେଜରଙ୍କ ଅଭିଯୋଗ ପରେ ଏସ୍‌ବିଆଇ ଅଧିକାରୀମାନେ ନୂତନ ଶାଖା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଅଫିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେଠାରେ ଥିବା ସମସ୍ତ ଜିନିଷ ମୂଳ ବ୍ୟାଙ୍କ ସହିତ ସମାନ ଥିଲା। ଏସବୁ ଦେଖି ପୋଲିସରେ ଅଭିଯୋଗ ହୋଇଥିଲା।
ପୋଲିସ ଏଥିରେ ସଂପୃକ୍ତ କମଲ ବାବୁ, ତାଙ୍କ ସହଯୋଗୀ ୫୩ ବର୍ଷୀୟ ମଣିକାମ ଏବଂ ୪୨ ବର୍ଷୀୟ କୁମାରଙ୍କୁ ଗିରଫ କରିଥିଲା। ଅନୁସନ୍ଧାନ ବେଳେ କମଲ ଏକ ବ୍ୟାଙ୍କ ଖୋଲିବାକୁ ଯୋଜନା କରିଥିଲେ। ମଣିକାମ ବ୍ୟାଙ୍କ ଷ୍ଟାମ୍ପ୍‌ ଇତ୍ୟାଦି ପ୍ରସ୍ତୁତ କରିଥିବାବେଳେ କୁମାର ବ୍ୟାଙ୍କର ଅନ୍ୟାନ୍ୟ ସାମଗ୍ରୀ, ପାସ୍‌ବୁକ, ଚାଲାଣ ଆଦି ପ୍ରସ୍ତୁତ କରିଥିଲେ। ନକଲି ଶାଖା ପାଇଁ କମଲ କମ୍ପ୍ୟୁଟର, ଲକର ଏବଂ ଅନ୍ୟାନ୍ୟ ସେଟ୍‌ଅପ କିଣିଥିଲେ। ଆହୁରି ମଧ୍ୟ ପାନ୍‌ତୁର ବଜାର ଶାଖା ନାମକ ଏକ ଓ୍ବେବ୍‌ସାଇଟ୍‌ ମଧ୍ୟ ତିଆରି କରାଯାଇଥିଲା ।
ପୋଲିସର ତଦନ୍ତରେ ଏପର୍ଯ୍ୟନ୍ତ ଜଣାପଡ଼ିଛି ଯେ, ଏହି ନକଲି ଶାଖାରୁ ଟଙ୍କା କାରବାର ହୋଇନାହିଁ। ଏହି ପରିସ୍ଥିତିରେ କେହି ଟଙ୍କା ହରାଇ ନାହାନ୍ତି। ପଚରାଉଚରା ବେଳେ କମଲ ପୋଲିସକୁ କହିଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ ଲୋକଙ୍କୁ ଠକିବା ନୁହେଁ। ସେ ନିଜର ବ୍ୟାଙ୍କ ଖୋଲିବାକୁ ଚାହୁଁଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri