ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ

ଭଦ୍ରକ ଅଫିସ,୨୬।୫: କେହି ଜଣେ ଦୁର୍ବୃତ୍ତ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ନାଁରେ ସୋସିଆଲ ମିଡିଆରେ ଖୋଲିଛନ୍ତି ଫେକ୍‌ ଆକାଉଣ୍ଟ। ଜିଲାପାଳ ନିଜର ଫେସ୍‌ବୁକ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ଉକ୍ତ ଫେକ୍‌ ଆକାଉଣ୍ଟରୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଲୋକଙ୍କୁ ଟଙ୍କା ମଗାଯାଉଥିବା ସେ କହିଛନ୍ତି। ସେହିପରି ତିହିଡ଼ି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକଙ୍କ ନାଁରେ ମଧ୍ୟ କେହି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।