Posted inଜାତୀୟ

Ghibliରୁ ତିଆରି ହେଉଛି ନକଲି ଆଧାର-ପାନ୍‌ କାର୍ଡ, AIର ନୂଆ କାରନାମା

ଓପନଏଆଇର ଲୋକପ୍ରିୟ ଏଆଇ ଟୁଲ ଚାଟଜିପିଟି ଏବେ ନକଲି ଆଧାର କାର୍ଡ ଓ ପାନ କାର୍ଡ ତିଆରି କରିପାରୁଛି। ସୋସିଆଲ ମିଡିଆରେ ଏହି ନକଲି ପାନ କାର୍ଡ ଓ ଆଧାର କାର୍ଡର ଫଟୋ ଭାଇରାଲ ହେଉଛି। ଏହା ଏକ ଗମ୍ଭୀର ସୁରକ୍ଷା ବିପଦ ସୃଷ୍ଟି କରିଛି, ଯାହା ପାଇଁ ଏଆଇକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଦେଖାଦେଇଛି।

ଚାଟଜିପିଟିର ନୂଆ ଜିପିଟି-୪ଓ ମଡେଲରେ ଉନ୍ନତ ଇମେଜ ଜେନେରେସନ କ୍ଷମତା ରହିଛି। ଏହା ଗତ ସପ୍ତାହରେ ଲଞ୍ଚ ହୋଇଥିଲା ଓ ଏହା ଦ୍ୱାରା ୭୦ କୋଟିରୁ ଅଧିକ ଇମେଜ ତିଆରି ହୋଇସାରିଛି। ପୂର୍ବରୁ ଏହା ଘିବିଲି ଷ୍ଟାଇଲରେ ଫଟୋ ତିଆରି କରି ଲୋକଙ୍କ ମନୋରଞ୍ଜନ କରିଥିଲା, କିନ୍ତୁ ଏବେ ଏହା ନକଲି ଆଧାର ଓ ପାନ କାର୍ଡ ତିଆରି କରି ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ସୋସିଆଲ ମିଡିଆରେ କେତେକ ଲୋକ ଓପନଏଆଇର ସିଇଓ ସାମ ଆଲ୍ଟମ୍ୟାନ ଓ ଟେସଲାର ସିଇଓ ଏଲନ ମସ୍କଙ୍କ ନାଁରେ ନକଲି ଆଧାର କାର୍ଡ ତିଆରି କରି ଶେୟାର କରିଛନ୍ତି। ଏହି କାର୍ଡ ଦେଖିବାକୁ ଏତେ ସଠିକ ଲାଗୁଛି ଯେ ଏହା ନକଲି ନା ଅସଲି ଦେଖଇଲେ ତାଜୁବ ଲାଗୁଛି। ଏହା ପଛରେ ଚାଟଜିପିଟିର ନୂଆ ଇମେଜ ଜେନେରେସନ ଟୁଲ କାମ କରୁଛି, ଯାହା ସଠିକ ଓ ବିସ୍ତୃତ ଫଟୋ ତିଆରି କରିପାରୁଛି। ଏହି ଘଟଣା ପରେ ଏକ ପ୍ରଶ୍ନ ଉଠିଛି ଯେ ଚାଟଜିପିଟି ଏହି ଆଧାର କାର୍ଡ ତିଆରି ପାଇଁ ଡାଟା କେଉଁଠାରୁ ପାଇଲା? କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଓ ଏଆଇର ନିୟନ୍ତ୍ରଣ ପାଇଁ ଦାବି କରିଛନ୍ତି। ଏହା ସତ୍ତ୍ୱେ ଓପନଏଆଇ ଏ ବିଷୟରେ କୌଣସି ସ୍ପଷ୍ଟ ମନ୍ତବ୍ୟ ଦେଇନାହିଁ।
ଆଧାର କାର୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଓ ଏହାର ନକଲି ତିଆରି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଏହି ପରିପ୍ରେକ୍ଷୀରେ ଏଆଇ ଟୁଲଗୁଡିକ ସୁରକ୍ଷିତ ବ୍ୟବହାର ଓ ନିୟନ୍ତ୍ରଣ ଉପରେ ଆଲୋଚନା ଜୋର ଧରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri