ବଜାରରେ ବୁଲୁଛି ନକଲି ୨୦୦ ଟଙ୍କିଆ ନୋଟ୍‌: ହୋଇଯାନ୍ତୁ ସାବଧାନ

ମହାକାଳପଡ଼ା,୧୩ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ କିଛିବର୍ଷ ପୂର୍ବେ ନକଲି ଟଙ୍କା ଛପା ଯାଇଥିବା ନଜରକୁ ଆସିଥିଲା। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଛପା ଯାଉଥିବା ମେଶିନ ଜବତ କରିବା ସହ ଛପାଉ ଥିବା ପରିବାରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ସେ ସମୟରେ ଜିଊାରେ ଏହାର ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ସାରେ ଜଣେ ଗ୍ରାହକ ରାମନଗର ଦୈନିକ ବଜାରରେ ଥିବା ବ୍ୟବସାୟୀ ଅଶୋକ କୁମାର ଜତିଙ୍କ ଗ୍ରୋସରି ଦୋକାନରୁ ସଉଦା କରିବାକୁ ଆସିଥିଲେ। ପଇସା ଅସୁଲ ପାଇଁ ଗ୍ରାହକ ଏକ ୨ ଶହ ଟଙ୍କା ନୋଟ ବଢ଼ାଇ ଦେଇଥିଲେ। ପରେ ବ୍ୟବସାୟୀ ଜତି ଟଙ୍କାକୁ ପରଖିଲା ପରେ ଏହା ଏକ ନକଲି ଟଙ୍କା କହି ଗ୍ରାହକକୁ ଫେରାଇ ଦେଇଥିଲେ। ଏ ସଂକ୍ରାନ୍ତରେ ଗ୍ରାହକଙ୍କୁ ଏହି ଟଙ୍କା କେଉଁଠୁ ଆଣିଲ ବୋଲି ପଚାରିବାରୁ ସେ କହିଥିଲେ ନିକଟରେ ଥିବା ପ୍ରମୁଖ ଜାତୀୟ କରଣ ବ୍ୟାଙ୍କ ଅଧିକୃତ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଉଠାଇ ଥିଲି। ମଙ୍ଗଳବାର ଦୋକାନରୁ ସଉଦା କିଣିବାରୁ ଏହା ନକଲି ଟଙ୍କା ଜାଣିବାକୁ ପାଇଲେ। ତୁରନ୍ତ ୩୦ ହଜାର ଟଙ୍କାରେ କେତେ ଖଣ୍ଡ ଜାଲ ନୋଟ ରହିଛି ତାହା ଦେଖିବା ପରେ ଜଣାପଡ଼ିବ ବୋଲି ଗ୍ରାହକ କହିଛନ୍ତି।
ଏ ସଂକ୍ରାନ୍ତରେ ରାମନଗର ଅଞ୍ଚଳର ବ୍ୟବସାୟୀ ଜତିଙ୍କୁ ପଚାରିବାରେ ଅନେକ ସମୟରେ ବିଶେଷ କରି ୨ ଶହ ଟଙ୍କିଆ ନକଲି ନୋଟ୍‌ ଆମ ନଜରକୁ ଆସୁଥିବା କହିଛନ୍ତି। ଅବିକଳ ନକଲି ଟଙ୍କା ଯୋଗୁ ଅନେକ ସମୟରେ ବିଭିନ୍ନ ବ୍ୟବସାୟୀ ଓ ସାଧାରଣ ଗ୍ରାହକ ବହୁ ସମସ୍ୟାରେ ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି। ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ ଓ ଲକ୍ଷ୍ମୀଧର ସ୍ବାଇଁ କହିବା କଥା ଏହି ଅଞ୍ଚଳରେ କିଛିବର୍ଷ ପୂର୍ବେ ପିତାପାଟ ଅଞ୍ଚଳରେ ଏକ ପରିବାର ଖଟ ତଳେ ନକଲି ଶହେ ଟଙ୍କିଆ ନୋଟ୍‌ ଛପା ଯାଉଥିଲା। ଖବର ପାଇ ପୋଲିସ ନକଲ ଟଙ୍କା ଓ ଛପା ମେଶିନ୍‌ ଜବତ କରିଥିଲା। ତୁରନ୍ତ ପ୍ରଶାସନ ଏହି ଅଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri