ବଜାରରେ ବୁଲୁଛି ନକଲି ୨୦୦ ଟଙ୍କିଆ ନୋଟ୍‌: ହୋଇଯାନ୍ତୁ ସାବଧାନ

ମହାକାଳପଡ଼ା,୧୩ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ କିଛିବର୍ଷ ପୂର୍ବେ ନକଲି ଟଙ୍କା ଛପା ଯାଇଥିବା ନଜରକୁ ଆସିଥିଲା। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଛପା ଯାଉଥିବା ମେଶିନ ଜବତ କରିବା ସହ ଛପାଉ ଥିବା ପରିବାରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ସେ ସମୟରେ ଜିଊାରେ ଏହାର ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ସାରେ ଜଣେ ଗ୍ରାହକ ରାମନଗର ଦୈନିକ ବଜାରରେ ଥିବା ବ୍ୟବସାୟୀ ଅଶୋକ କୁମାର ଜତିଙ୍କ ଗ୍ରୋସରି ଦୋକାନରୁ ସଉଦା କରିବାକୁ ଆସିଥିଲେ। ପଇସା ଅସୁଲ ପାଇଁ ଗ୍ରାହକ ଏକ ୨ ଶହ ଟଙ୍କା ନୋଟ ବଢ଼ାଇ ଦେଇଥିଲେ। ପରେ ବ୍ୟବସାୟୀ ଜତି ଟଙ୍କାକୁ ପରଖିଲା ପରେ ଏହା ଏକ ନକଲି ଟଙ୍କା କହି ଗ୍ରାହକକୁ ଫେରାଇ ଦେଇଥିଲେ। ଏ ସଂକ୍ରାନ୍ତରେ ଗ୍ରାହକଙ୍କୁ ଏହି ଟଙ୍କା କେଉଁଠୁ ଆଣିଲ ବୋଲି ପଚାରିବାରୁ ସେ କହିଥିଲେ ନିକଟରେ ଥିବା ପ୍ରମୁଖ ଜାତୀୟ କରଣ ବ୍ୟାଙ୍କ ଅଧିକୃତ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଉଠାଇ ଥିଲି। ମଙ୍ଗଳବାର ଦୋକାନରୁ ସଉଦା କିଣିବାରୁ ଏହା ନକଲି ଟଙ୍କା ଜାଣିବାକୁ ପାଇଲେ। ତୁରନ୍ତ ୩୦ ହଜାର ଟଙ୍କାରେ କେତେ ଖଣ୍ଡ ଜାଲ ନୋଟ ରହିଛି ତାହା ଦେଖିବା ପରେ ଜଣାପଡ଼ିବ ବୋଲି ଗ୍ରାହକ କହିଛନ୍ତି।
ଏ ସଂକ୍ରାନ୍ତରେ ରାମନଗର ଅଞ୍ଚଳର ବ୍ୟବସାୟୀ ଜତିଙ୍କୁ ପଚାରିବାରେ ଅନେକ ସମୟରେ ବିଶେଷ କରି ୨ ଶହ ଟଙ୍କିଆ ନକଲି ନୋଟ୍‌ ଆମ ନଜରକୁ ଆସୁଥିବା କହିଛନ୍ତି। ଅବିକଳ ନକଲି ଟଙ୍କା ଯୋଗୁ ଅନେକ ସମୟରେ ବିଭିନ୍ନ ବ୍ୟବସାୟୀ ଓ ସାଧାରଣ ଗ୍ରାହକ ବହୁ ସମସ୍ୟାରେ ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି। ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ ଓ ଲକ୍ଷ୍ମୀଧର ସ୍ବାଇଁ କହିବା କଥା ଏହି ଅଞ୍ଚଳରେ କିଛିବର୍ଷ ପୂର୍ବେ ପିତାପାଟ ଅଞ୍ଚଳରେ ଏକ ପରିବାର ଖଟ ତଳେ ନକଲି ଶହେ ଟଙ୍କିଆ ନୋଟ୍‌ ଛପା ଯାଉଥିଲା। ଖବର ପାଇ ପୋଲିସ ନକଲ ଟଙ୍କା ଓ ଛପା ମେଶିନ୍‌ ଜବତ କରିଥିଲା। ତୁରନ୍ତ ପ୍ରଶାସନ ଏହି ଅଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?