୨ ଭଉଣୀଙ୍କୁ ଉଲଗ୍ନ କରି ମାଡ଼: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଯାଜପୁର/ଜେନାପୁର/ଚଢେଇଧରା (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ/ଦିଲୀପ ପରିଡ଼ା),୧୩ା୮ :ଆଧୁନିକ ଜ୍ଞାନକୌଶଳ ବଳରେ ମଣିଷ ଆଗକୁ ଅଗ୍ରସର ହେଉଛି ା ହେଲେ ଆଜି ବି ଗ୍ରାମାଞ୍ଚଳରେ ଗୁଣିଗାରେଡି ଓ ପ୍ରେତାମତ୍ା ପରି ଅନ୍ଧବିଶ୍ୱାସ କେତେଜଣ ଲୋକଙ୍କ ମନରେ ବସାବାନ୍ଧି ରହିଛିା ଏହି ଅନ୍ଧବିଶ୍ୱାସ ଭିତରେ ପେଷି ହୋଇ ବିଗତ ଦିନରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବା ନଜିର ରହିଛି ା ଏହି ରୁଗ୍‌ଣ ମାନସିକତା ଓ ଅନ୍ଧବିଶ୍ୱାସ ଯୋଗୁ ଗୁଣିଗାରେଡ଼ିରେ ଲିପ୍ତ ଲୋକମାନେ ଆକ୍ରୋଶର ଶିକାର ହେଉଛନ୍ତି ା ଏଭଳି ଏକ ଘଟଣା ଯାଜପୁର ଜିଲା ଜେନାପୁର ଥାନା ପନ୍ତୁରି ଗ୍ରାମରେ ଦେଖିବାକୁ ମିଳିଛି।
ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରି ଗ୍ରାମରେ ମଙ୍ଗଳବାର ସକାଳେ ଠାକୁରାଣୀ ଲାଗିବା ନାଁରେ ଦୁଇ ଭଉଣୀଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗକୁ ଆଧାର କରି ଜେନାପୁର ଥାନା ପୋଲିସ ୨ ମହିଳା କାଳିଶିଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏନେଇ ଜେନାପୁର ଥାନାରେ ଏକ ମାମଲା(ନଂ.୨୮୫/୨୦୨୫)ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ପନ୍ତୁରି ଗ୍ରାମର ପ୍ରଶାନ୍ତ ଲେଙ୍କାଙ୍କ ବଡ଼ ଝିଅ ଜ୍ୟୋତି (୨୧) ଓ ତାଙ୍କ ନାବାଳିକା ଭଉଣୀ(୧୬) ଅସୁସ୍ଥ ଥିବାରୁ ସେମାନଙ୍କୁ କଟକ ମେଡିକାଲ ନିଆଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ଉଭୟେ ଘରକୁ ଫେରିଥିଲେ। ସୋମବାର ରାତିରେ ଜ୍ୟୋତି କୌଣସି କାରଣରୁ ଚିତ୍କାର କରିଥିଲେ। ଏହାପରେ ପରିବାର ଲୋକେ ୨ ଝିଅଙ୍କୁ ସେହି ଗ୍ରାମର କାଳିଶି ଗେଡି ଦେହୁରୀ(୪୫) ଏବଂ ତୁଳସୀ ମହାକୁଡ଼(୨୬)ଙ୍କ ପାଖକୁ ନେଇଯାଇଥିଲେ। ସେଠାରେ ଉଭୟ ଭଉଣୀଙ୍କୁ ବସାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ୨ ଜଣ କାଳିଶି ଜ୍ୟୋତି ଓ ତାଙ୍କ ସାନ ଭଉଣୀଙ୍କୁ ଉଲଗ୍ନ କରିଥିଲେ । ଜ୍ୟୋତିଙ୍କ ପାଟିରେ ବେତ ପୂରାଇ ଗାଁ ରାସ୍ତାରେ ବୁଲାଇ ପିଟିଥିଲେ। ଏହା ପରେ ନାବାଳିକା ଭଉଣୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଜ୍ୟୋତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଭଉଣୀଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଜେନାପୁର ପୋଲିସ ପହଞ୍ଚି କାଳିଶି ଗେଡି ଓ ତାଙ୍କ ସ୍ବାମୀ ସୁବାସ ଦେହୁରୀ, ପୂଜକ ବ୍ରହ୍ମବରଦା ଅଞ୍ଚଳର ଅଭିମନ୍ୟୁ ଓଝା ଓ ତୁଳସୀଙ୍କୁ ଥାନାରେ ଅଟକ ରଖାଯାଇଛି। ଏନେଇ ଥାନାଧିକାରିଣୀ ନିରୁପମା ଜେନା କହିଛନ୍ତି, ଏହି ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଛି। ଆବଶ୍ୟକ ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri