ବରିଷ୍ଠଙ୍କ ଦାୟିତ୍ୱ ନେବ ‘ବିଶ୍ୱାସ’

ଭୁବନେଶ୍ୱର,୭।୮(ବ୍ୟୁରୋ): ସହରର ବରିଷ୍ଠ ନାଗରିକ ହେଉଛନ୍ତି ଆମର ଗର୍ବ ଓ ଗାଇଡ୍‌। ସେମାନେ ସବୁବେଳେ ମାର୍ଗଦର୍ଶକ ଏବଂ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ବରିଷ୍ଠଙ୍କ ସୁରକ୍ଷା ଓ ନିରାପତ୍ତା ଆମର ପ୍ରମୁଖ ଦାୟିତ୍ୱ। ସେଥିପାଇଁ ‘ବିଶ୍ୱାସ’ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଶନିବାର ସ୍ଥାନୀୟ ପୋଲିସ ଭବନଠାରେ ‘ବିଶ୍ୱାସ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କମିଶନର ପ୍ରିୟଦର୍ଶୀ କହିଲେ, ବରିଷ୍ଠ ନାଗରିକମାନେ ପ୍ରାୟତଃ ନିଜକୁ ଅବହେଳିତ ଅନୁଭବ କରନ୍ତି। ସେମାନେ ବିଶେଷ ଯତ୍ନ ଓ ସାହାଯ୍ୟ ଆବଶ୍ୟକ କରନ୍ତି। ସେମାନଙ୍କ ମାନସିକ ଏବଂ ଶାରୀରିକ ସୁସ୍ଥତାର ଯତ୍ନ ନେବାକୁ କମିଶନରେଟ ପୋଲିସ୍‌ କ୍ରମାଗତ ଭାବରେ ଉଦ୍ୟମ ଜାରି ରଖିଛି। ଆମେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ। ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶ ଲକ୍‌ଡାଉନ୍‌ ଦେଇ ଗତି କରୁଥିଲା ଓ ପ୍ରତିବନ୍ଧକ ରହିଥିଲା, ସେତେବେଳେ ପୋଲିସ ବରିଷ୍ଠ ନାଗରିକମାନଙ୍କୁ ଜରୁରୀ ସେବା ଯୋଗାଇଥିଲା। ଔଷଧ, ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି କୋଡିଡ୍‌ ଚିକିତସା ଓ କୋଭିଡ୍‌ ଟିକାକରଣ ଆଦି ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିଲା। ନୋଡାଲ୍‌ ଅଧିକାରୀମାନେ ନିୟମିତ ଭାବରେ ବରିଷ୍ଠ ନାଗରିକଙ୍କ ଘରକୁ ପରିଦର୍ଶନ କରିବା ସହ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ‘ବିଶ୍ୱାସ’ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଉଛି। ଯାଞ୍ଚ ବୃଦ୍ଧି, ସ୍ବାସ୍ଥ୍ୟ ଶିବିର, ଯୋଗ ଅଧିବେଶନ, ଡାଏଟ୍‌ କାଉନ୍‌ସେଲିଂ ଅଧିବେଶନ, ବରିଷ୍ଠ ନାଗରିକଙ୍କ ସହ ଜଡିତ ବିଭିନ୍ନ ବିଷୟ ଉପରେ ସଚେତନତା, ସାଇବର ସଚେତନତା ଏବଂ ବୟସ୍କଙ୍କ ଆବଶ୍ୟକତା ଉପରେ ମନିଟରିଂ ରଖିବା ପାଇଁ ଟେକ୍ନାଲାଜି ଭିତ୍ତିକ ହସ୍ତକ୍ଷେପ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri