ଆସ୍ଥା ତୁଟାଇଲେଣି

ନିକଟରେ ଶେଷ ହୋଇଥିବା ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳ ୨ ମେ’ରେ ଘୋଷଣା ହୋଇଛି। ଭାରତବର୍ଷର ନଜର ପଶ୍ଚିମବଙ୍ଗ ଉପରେ ଅଧିକ କେନ୍ଦ୍ରିତ ଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ୨୦ ନିର୍ବାଚନ ଶୋଭାଯାତ୍ରା କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ୫୦ ରାଲିରେ ଯୋଗ ଦେଇଥିଲେ। କେବଳ ଏହି ଦୁଇ ସର୍ବୋଚ୍ଚ ନେତା ନୁହନ୍ତି, ସମଗ୍ର ଭାରତବର୍ଷର ସବୁ ନାମୀଦାମୀ ଭାଜପା ନେତାଙ୍କ ସମେତ ଓଡ଼ିଶା ଭଳି ପଡ଼ୋଶୀ ରାଜ୍ୟର ଛୋଟ ନେତା ମଧ୍ୟ ପଶ୍ଚିମବଙ୍ଗକୁ ମାଡ଼ିଯାଇଥିଲେ। ଏହାବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) କାର୍ଯ୍ୟକର୍ତ୍ତାମାନେ ପଶ୍ଚିମବଙ୍ଗର ପ୍ରତ୍ୟେକ ଗାଁରେ ଯାଇ ରହୁଥିଲେ। ନିରପେକ୍ଷ ଭାବେ ଦେଖିଲେ ଭାଜପାର ସମ୍ପୂର୍ଣ୍ଣ ଅସ୍ତ୍ରାଗାର ପଶ୍ଚିମବଙ୍ଗରେ ବ୍ୟବହୃତ ହୋଇଥିଲା। ତଥାପି ଏକ ନମ୍ବର ଜାତୀୟ ଦଳ ଭାବରେ ନିଜକୁ ଉପସ୍ଥାପିତ କରିଆସୁଥିବା ଭାଜପା ମାତ୍ର ୭୪ ଆସନରେ ସୀମିତ ରହିଲା। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୧୫ ଆସନରେ ଜିତି ଗତ ନିର୍ବାଚନଠାରୁ ଅଧିକ ୪ ସିଟ୍‌ ପାଇବାରେ ସକ୍ଷମ ହୋଇଛି। କିନ୍ତୁ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୂର୍ବତନ ସହଯୋଗୀ ତଥା ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଛନ୍ତି। ଏହି ପରାଜୟର ଦୋଷ କେବଳ ମମତାଙ୍କ ମୁଣ୍ଡରେ ଯିବ। କାରଣ ତାଙ୍କ ଦଳର ଏକମାତ୍ର ନେତା ଏବଂ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ସେ ଏଭଳି ଚ୍ୟାଲେଞ୍ଜ ଗ୍ରହଣ କରିବାର କୌଣସି ଆବଶ୍ୟକତା ନ ଥିଲା। ନିଜର ପୂର୍ବ ନିର୍ବାଚନମଣ୍ଡଳୀ ଭବାନୀପୁରରେ ତାଙ୍କରି ଦଳର ଅଚିହ୍ନା ପ୍ରାର୍ଥୀ ସହଜରେ ଜିତିପାରିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ରାଜନୀତିରେ ବିନା କାରଣରେ ଚ୍ୟାଲେଞ୍ଜ ନେବାର ପ୍ରୟୋଜନ ନ ଥାଏ। ବରଂ ଏହା ବଦଳରେ ଶୁଭେନ୍ଦୁଙ୍କ କଥାକୁ ଅଣଦେଖା କରିଥିଲେ ହୁଏତ ସେଠାରୁ ମଧ୍ୟ ତୃଣମୂଳ କଂଗ୍ରେସ ଜିତିପାରିଥାଆନ୍ତା।
ମମତାଙ୍କ ‘ବେଙ୍ଗଲ ଅସ୍ମିତା’ ସ୍ଲୋଗାନ୍‌ ମୋଦି ଓ ଶାହାଙ୍କ ଭଳି ଅନୁପ୍ରବେଶକାରୀଙ୍କୁ ତଡ଼ିଦେବାରେ ସକ୍ଷମ ହୋଇଛି। ଏଥିରୁ ପ୍ରମାଣିତ ହେଉଛି ଯେ, ସମଗ୍ର ଭାରତବର୍ଷରେ ହିନ୍ଦୁମାନେ ବିପଦରେ ଅଛନ୍ତି ବୋଲି ଭାବନ୍ତି ନାହିଁ। ହିନ୍ଦୁଙ୍କର ଆତ୍ମବିଶ୍ୱାସ ଯଥେଷ୍ଟ ରହିଛି ବୋଲି ବଙ୍ଗାଳି ହିନ୍ଦୁ ଭୋଟର ପ୍ରମାଣ କରିଦେଲେ। ମମତାଙ୍କ ଏହି ପ୍ରବଳ ବିଜୟ ସକାଶେ କେବଳ ମୁସଲମାନ ଭୋଟର ଯଥେଷ୍ଟ ହୋଇ ନ ଥାନ୍ତେ। ତୃଣମୂଳର ଏହି ବିଜୟ ଆହୁରି ମଧ୍ୟ ପ୍ରମାଣ କରୁଛି ଯେ, ଆଞ୍ଚଳିକତାବାଦର ମୃତ୍ୟୁ ଘଟି ନାହିଁ। ଭାଜପାର (ଏକ ଦେଶ, ଏକ ଭାଷା, ଏକ ଦଳ, ଏକ ନେତା) ଧ୍ୱନି ହୁଏତ ହିନ୍ଦୀଭାଷୀ ଅଞ୍ଚଳରେ କାମ ଦେଇପାରେ। କିନ୍ତୁ ହିନ୍ଦୁତ୍ୱର ଚିନ୍ତାକୁ ହିନ୍ଦୁ ଧାର୍ମିକଙ୍କ ସହିତ ଗୋଳାମିଶା କରିବା ଅସଫଳ ହେଲା ବୋଲି ପଶ୍ଚିମବଙ୍ଗ ପ୍ରମାଣ କଲା। ହେଲେ ଆସାମରେ ଭାଜପାକୁ କେବଳ କଂଗ୍ରେସ ସମ୍ମୁଖୀନ ହୋଇଥିଲା। ଏହି ରାଜ୍ୟରେ ତରୁଣ ଗୋଗୋଇଙ୍କ କୋଭିଡ୍‌ଜନିତ ମୃତ୍ୟୁ ପରେ ଆସାମ କଂଗ୍ରେସ ନେତୃତ୍ୱବିହୀନ ହୋଇଗଲା। ସେହି ରାଜ୍ୟରେ ଅନ୍ୟ କୌଣସି ଆଞ୍ଚଳିକ ଦଳ ଗଢ଼ିଉଠିପାରି ନାହିଁ। ସେଥିପାଇଁ ଆସାମ ଉଦାହରଣ ପ୍ରମାଣ କରୁଛି ଯେ, ଭାଜପାର ଛୁରି କେବଳ କଂଗ୍ରେସ ବିରୋଧରେ ଦାଢ଼ ପ୍ରମାଣ କରିପାରୁଛି। ଯଦି କଂଗ୍ରେସ ନାହିଁ, ତେବେ ଭାଜପା ମଧ୍ୟ ଦୁର୍ବଳ ହୋଇଯାଉଛି। ଏହାର ଉଦାହରଣ ପଣ୍ଡିଚେରୀରେ ୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଫଳାଫଳରୁ ପ୍ରମାଣିତ ହେଉଛି। ସେଠାରେ ନିକଟରେ କଂଗ୍ରେସର ଭି. ନାରାୟଣସ୍ବାମୀ ସରକାରର ପତନ ଘଟିଥିଲା। କଂଗ୍ରେସ ବିରୋଧରେ ଲଢ଼ିବାକୁ ଯାଇ ଭାଜପା ଏନ୍‌. ଆର୍‌. କଂଗ୍ରେସ ସହ ମେଣ୍ଟ କରିବାକୁ ବାଧ୍ୟ ହୋଇଥିଲା। ଅନ୍ୟପଟେ ତାମିଲନାଡୁ ଓ କେରଳରେ ଭାଜପାର ଚିରଶତ୍ରୁ ଅଭାବ ଥିବା ହେତୁ ଜାତୀୟ ନେତାମାନେ ସେହିସବୁ ରାଜ୍ୟରେ ପ୍ରଚାର କରିବାକୁ ଗୁରୁତ୍ୱ ଦେଇ ନ ଥିଲେ। ତାମିଲନାଡୁରେ ଡିଏମ୍‌କେ ନେତା ଏମ୍‌. କେ. ଷ୍ଟାଲିନ୍‌ ସରକାର ଗଢ଼ିବା ସୁନିଶ୍ଚିତ ହୋଇଛି।
ଏହି ନିର୍ବାଚନ ଫଳାଫଳକୁ ଦେଖିଲେ ଅନ୍ୟ ଏକ ବିଷୟ ବୁଝାପଡ଼ୁଛି। କେବଳ ଏଲ୍‌ଡିଏଫ୍‌ କେରଳରେ ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି। ପୂର୍ବରୁ ୟୁଡିଏଫ୍‌ ଓ ଏଲ୍‌ଡିଏଫ୍‌ ପାଳିକରି ଶାସନ କରି ଆସୁଥିଲେ। ଆଜି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଲା। ଏହାର ମୁଖ୍ୟ କାରଣ ହେଉଛି ପିନାରୟୀ ବିଜୟନଙ୍କ ବାମପନ୍ଥୀ ସରକାର ଦ୍ୱାରା କୋଭିଡ୍‌ ପରିଚାଳନା ଅତି ଦକ୍ଷତାର ସହ କରାଯାଇଥିଲା।
ଏବର ଫଳାଫଳ ପ୍ରମାଣ ଦେଉଛି ଯେ, ଭାରତର ଅଧିକାଂଶ ରାଜ୍ୟରେ ସାଧାରଣ ଭୋଟର ପୁନର୍ବାର ଜାତୀୟ ଦଳଗୁଡ଼ିକ ଉପରୁ ଆସ୍ଥା ତୁଟାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri