‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୬ : ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି ଜଣାପଡିଛି। ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୟେଡ୍‌ଙ୍କ ପୋଲିସ ଆକ୍ରମଣ ଦ୍ୱାରା ଗତ କିଛିଦିନ ତଳେ ଆମେରିକାରେ ମୃତ୍ୟୁ ଘଟିଛି। ଏହା ପରେ ବର୍ଣ୍ଣବୈଷମ୍ୟବାଦ ବିରୋଧୀ ପ୍ରତିବାଦ ତୀବ୍ର ହୋଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନୂଆ ଯୋଜନା ହାତକୁ ନେବ ବୋଲି କମ୍ପାନୀ ସୂଚନା ଦେଇଛି।
ସୂଚନା ଯୋଗ୍ୟ, ୧୯୭୫ଠାରୁ ଫେୟାର ଆଣ୍ଡ ଲଭ୍‌ଲି ବଜାରକୁ ଆସିଛି। ତ୍ୱଚାକୁ ଉଜ୍ଜ୍ୱଳ କରିବା ଏବଂ କଳାପଣ ହଟାଇବାରେ ଏହି କ୍ରିମ୍‌ ଭଲ କାମ କରିଥାଏ ବୋଲି ପ୍ରଡକ୍ଟ ମାର୍କେଟିଂ କ୍ୟାମ୍ପେନରେ କୁହାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି କ୍ରିମ୍‌ ଫେସ୍‌କ୍ରିମ୍‌ ବର୍ଗରେ ମାର୍କେଟ ଲିଡର ରହି ଆସିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ, ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସାର୍ବଜନୀନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସୁନ୍ଦରତା ଏବଂ ବିଭିନ୍ନତାକୁ ଦର୍ଶାଇବା ସହ ଏହାକୁ ସେଲିବ୍ରେଶନ ଲାଗି ଅଗ୍ରସର। ପ୍ୟାକେଜିଂ ଏବଂ ବ୍ରାଣ୍ଡ କମ୍ୟୁନିକେଶନରେ ବିଭିନ୍ନ ପରିବର୍ତ୍ତନ ଅଣାଯାଇଛି। ସେହିଭଳି ଗତବର୍ଷ କମ୍ପାନୀ ଏହାର ପ୍ୟାକେଜିଂରୁ ଫେୟାର- ଫେୟାରନେସ୍‌, ହ୍ବାଇଟ୍‌-ହ୍ବାଇଟ୍‌ନିଂ,ଲାଇଟ୍‌-ଲାଇଟନିଂ ଭଳି ଶବ୍ଦକୁ ହଟାଇ ଦେଇଥିଲା। ଫେୟାର ଆଣ୍ଡ ଲଭ୍‌ଲିର ନୂଆ ନାମକୁ ନେଇ ନିୟାମକ ମଞ୍ଜୁରୀକୁ ଅପେକ୍ଷା ରହିଛି। ଆଗାମୀ କିଛି ମାସରେ ପରିବର୍ତ୍ତିତ ପ୍ୟାକ୍‌ ଏବଂ ନୂଆ ନାମ ସହ ପ୍ରଡକ୍ଟ ବଜାରରେ ଉପଲବ୍ଧ ହେବ। ଗତ ସପ୍ତାହରେ ଜନସନ ଆଣ୍ଡ ଜନସନ ଏଭଳି ଏକ ପଦକ୍ଷେପ ହାତକୁ ନେଇଛି। ଏହା ବଜାରରେ ଉପଲବ୍ଧ କରାଉଥିବା ନୁଟ୍ରୋଜିନା ଫାଇନ ଆଣ୍ଡ ଫେୟାରନେସ ପ୍ରଡକ୍ଟ ବିକ୍ରି ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। କଳାପଣ ଏବଂ ଦାଗ ହଟାଇବା ଦିଗରେ ଏହି ପ୍ରଡକ୍ଟକୁ କମ୍ପାନୀ ବଜାରକୁ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri