‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୬ : ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି ଜଣାପଡିଛି। ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୟେଡ୍‌ଙ୍କ ପୋଲିସ ଆକ୍ରମଣ ଦ୍ୱାରା ଗତ କିଛିଦିନ ତଳେ ଆମେରିକାରେ ମୃତ୍ୟୁ ଘଟିଛି। ଏହା ପରେ ବର୍ଣ୍ଣବୈଷମ୍ୟବାଦ ବିରୋଧୀ ପ୍ରତିବାଦ ତୀବ୍ର ହୋଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନୂଆ ଯୋଜନା ହାତକୁ ନେବ ବୋଲି କମ୍ପାନୀ ସୂଚନା ଦେଇଛି।
ସୂଚନା ଯୋଗ୍ୟ, ୧୯୭୫ଠାରୁ ଫେୟାର ଆଣ୍ଡ ଲଭ୍‌ଲି ବଜାରକୁ ଆସିଛି। ତ୍ୱଚାକୁ ଉଜ୍ଜ୍ୱଳ କରିବା ଏବଂ କଳାପଣ ହଟାଇବାରେ ଏହି କ୍ରିମ୍‌ ଭଲ କାମ କରିଥାଏ ବୋଲି ପ୍ରଡକ୍ଟ ମାର୍କେଟିଂ କ୍ୟାମ୍ପେନରେ କୁହାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି କ୍ରିମ୍‌ ଫେସ୍‌କ୍ରିମ୍‌ ବର୍ଗରେ ମାର୍କେଟ ଲିଡର ରହି ଆସିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ, ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସାର୍ବଜନୀନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସୁନ୍ଦରତା ଏବଂ ବିଭିନ୍ନତାକୁ ଦର୍ଶାଇବା ସହ ଏହାକୁ ସେଲିବ୍ରେଶନ ଲାଗି ଅଗ୍ରସର। ପ୍ୟାକେଜିଂ ଏବଂ ବ୍ରାଣ୍ଡ କମ୍ୟୁନିକେଶନରେ ବିଭିନ୍ନ ପରିବର୍ତ୍ତନ ଅଣାଯାଇଛି। ସେହିଭଳି ଗତବର୍ଷ କମ୍ପାନୀ ଏହାର ପ୍ୟାକେଜିଂରୁ ଫେୟାର- ଫେୟାରନେସ୍‌, ହ୍ବାଇଟ୍‌-ହ୍ବାଇଟ୍‌ନିଂ,ଲାଇଟ୍‌-ଲାଇଟନିଂ ଭଳି ଶବ୍ଦକୁ ହଟାଇ ଦେଇଥିଲା। ଫେୟାର ଆଣ୍ଡ ଲଭ୍‌ଲିର ନୂଆ ନାମକୁ ନେଇ ନିୟାମକ ମଞ୍ଜୁରୀକୁ ଅପେକ୍ଷା ରହିଛି। ଆଗାମୀ କିଛି ମାସରେ ପରିବର୍ତ୍ତିତ ପ୍ୟାକ୍‌ ଏବଂ ନୂଆ ନାମ ସହ ପ୍ରଡକ୍ଟ ବଜାରରେ ଉପଲବ୍ଧ ହେବ। ଗତ ସପ୍ତାହରେ ଜନସନ ଆଣ୍ଡ ଜନସନ ଏଭଳି ଏକ ପଦକ୍ଷେପ ହାତକୁ ନେଇଛି। ଏହା ବଜାରରେ ଉପଲବ୍ଧ କରାଉଥିବା ନୁଟ୍ରୋଜିନା ଫାଇନ ଆଣ୍ଡ ଫେୟାରନେସ ପ୍ରଡକ୍ଟ ବିକ୍ରି ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। କଳାପଣ ଏବଂ ଦାଗ ହଟାଇବା ଦିଗରେ ଏହି ପ୍ରଡକ୍ଟକୁ କମ୍ପାନୀ ବଜାରକୁ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri