ଜିରା ନଦୀପଠାରେ ହେବ ମେଳା

ବରଗଡ଼ ଅଫିସ୍‌,୧୭।୧୨: ମହାମାରୀ କରୋନା ଯୋଗୁ ୨ବର୍ଷ ଧରି ବରଗଡ଼ ଧନୁଯାତ୍ରା ମହୋତ୍ସବ ବନ୍ଦ ରହିଥିଲା। କରୋନା କଟକଣା ହଟିବା ପରେ ଏଥର ଧନୁଯାତ୍ରା ପାଇଁ ବରଗଡ଼ରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ମହୋତ୍ସବ ୭୫ବର୍ଷରେ ପଦାର୍ପଣ କରୁଥିବାବେଳେ ଅନ୍ୟବର୍ଷ ତୁଳନାରେ ଅଧିକ ଦର୍ଶକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ଫଳରେ ଧନୁଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ ଯେଭଳି କିଛି ଅସୁବିଧା ହେବନାହିଁ, ମହୋତ୍ସବକୁ ସମସ୍ତେ ଭଲ ଭାବେ ଉପଭୋଗ କରିବେ ଏବଂ ସମ୍ଭାବ୍ୟ ଭିଡ଼କୁ ନିୟନ୍ତ୍ରଣ କରାଯିବ, ସେଥିପ୍ରତି ଧନୁଯାତ୍ରା ମହୋତ୍ସବ ସମିତି ଓ ଜିଲା ପ୍ରଶାସନ ଏବେଠାରୁ ଲାଗି ପଡ଼ିଛି। ଏହି କ୍ରମରେ ଶୁକ୍ରବାର ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଧନୁଯାତ୍ରାବେଳେ ଯମୁନା ପାଲୁଟିଥିବା ଜିରା ନଦୀପଠା ପରିଦର୍ଶନ କରିଥିଲେ। ଏଥର ନଦୀପଠାରେ ପଲ୍ଲିଶ୍ରୀ ମେଳା ଭଳି ବିଭିନ୍ନ ଷ୍ଟଲ ଖୋଲାଯିବାର ପରିକଳ୍ପନା ରହିଛି। ସମ୍ଭାବ୍ୟ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ସେହିପରି ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟିର ଏକ ବୈଠକ ବସିଥିଲା। ଜିଲାପାଳ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ପାଇଁ ଏଥର ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଜିଲାପାଳ ବାନାର୍ଜୀ ସୂଚନା ଦେଇଥିଲେ। ଏଥର ଧନୁଯାତ୍ରା ପାଇଁ ବ୍ୟୟ ଅଟକଳ ପ୍ରାୟ ୧କୋଟି ୭୦ଲକ୍ଷ ରହିଥିବା ସୂଚନା ଦିଆଯାଇଥିବା ବେଳେ ସେଥିରେ ସ୍ବଚ୍ଛତା ଆଣିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ କହିଥିଲେ। ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ଉପସଭାପତି ତଥା ଏସ୍‌ପି ସ୍ମିତ୍‌ ପି. ପରମାର୍‌, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri