ଟିକାକରଣରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍‌ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍‌ରେ ଛିଡ଼ା ହୋଇଥିବାବେଳେ ଭ୍ୟାକ୍ସିନ୍‌ ସରିଯାଇଥିବା କହି ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଭ୍ୟାକ୍ସିନ ଅଣାଯିବା ପରେ ଟିକାକରଣ ସ୍ବାଭାବିକ ହେବା ସହ ଏବଂ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଅନୁଗୋଳ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଷ୍ଟର ଡୋଜ୍‌ ନେବାକୁ ବ୍ୟବସ୍ଥା କରାଯାଇଥିବାବେଳେ ଲୋକଙ୍କୁ ଠିକ୍‌ ଭାବେ ଟିକା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହେଉଛି। ଲୋକମାନେ ଭ୍ୟାକ୍ସିନ ପାଇଁ ଧାଡ଼ି ବାନ୍ଧି ଦୀର୍ଘ ସମୟ ଅପେକ୍ଷା କରି ରହୁଥିବାବେଳେ ଶେଷରେ ସେମାନଙ୍କୁ ଟିକା ନ ଥିବା କହି ଫେରାଇ ଦିଆଯାଉଛି। ଏପରି କି ଆବଶ୍ୟକସଂଖ୍ୟକ ଲୋକ ନ ହେଲେ ଟିକାପ୍ରଦାନ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟକର୍ମୀ ମନା କରିଦେଉଛନ୍ତି। ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଲାଗି ରହିଥିବାବେଳେ ରବିବାର ତାହା ଉଗ୍ରରୂପ ନେଇଥିଲା। ଦୈନିକ ଏଭଳି ସମସ୍ୟା ହେଉଥିବାରୁ ଜନସାଧାରଣ ହଇରାଣ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।
ଏ ସଂକ୍ରାନ୍ତରେ ଡାକ୍ତର ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, ଟିକାକରଣ କେନ୍ଦ୍ରକୁ ଲୋକମାନେ ଆସୁନାହାନ୍ତି। ପ୍ରଥମରୁ ଗୋଟିଏ ଭାଏଲ ଖୋଲାଯାଇ ଟିକାକରଣ କରାଯାଉଛି। ପରେ ଲୋକମାନେ କମିଯିବାରୁ ଟିକା ନଷ୍ଟ ହେଉଛି। ତେଣୁ ଲୋକ ନ ହେଲେ ଟିକାକରଣ ବନ୍ଦ କରାଯାଉଛି। ନଚେତ୍‌ ରାଜ୍ୟ ସରକାରଙ୍କୁ ଟିକା କାହିଁକି ନଷ୍ଟ କରାଯାଉଛି, ତାହାର ଉତ୍ତର ଦେବାକୁ ପଡୁଛି। ତେଣୁ ଏଭଳି ସମସ୍ୟା ଉପୁଜୁଛି। ଯେଉଁମାନେ ଟିକାଦାନ କେନ୍ଦ୍ରକୁ ଆସୁଛନ୍ତି, ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଉଛି। ଅତିକମ୍‌ରେ ୧୦ ଜଣ ଲୋକ ହେଲେ ଟିକାକରଣ କରାଯିବ ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାରେ ଅଚଳାବସ୍ଥା: ମଣ୍ଡିରେ ପଡ଼ିଛି ଶହଶହ ଧାନବସ୍ତା, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୯ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାରେ ଜାନୁଆରୀରୁ ଧାନମଣ୍ଡି ଆରମ୍ଭ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଧାନକିଣା ସ୍ବାଭାବିକ ହେବା ନାଁ ଧରୁନି। କେତେକ ସମବାୟ ସମିତି ସମ୍ପାଦକ…

ରିଙ୍କୁ ସିଂଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର, ପ୍ରିୟା ସରୋଜଙ୍କ ସହ ଏହି ଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୯।୨: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ପଡ଼ିଆ ବାହାରେ ଏକ ନୂତନ ଯାତ୍ରା ଆରମ୍ଭ କରିବେ। ଉତ୍ତର ପ୍ରଦେଶର ଜୌନପୁରର…

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ମହାଶିବରାତ୍ରି ପାଇଁ ଶୈବ ପୀଠ ଚଳଚଞ୍ଚଳ: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ): ଆସନ୍ତା ୧୫ରେ ମହାଶିବରାତ୍ରି। ଏଥିପାଇଁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି l ବିଭିନ୍ନ ଶୈବ…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri