ଟିକାକରଣରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍‌ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍‌ରେ ଛିଡ଼ା ହୋଇଥିବାବେଳେ ଭ୍ୟାକ୍ସିନ୍‌ ସରିଯାଇଥିବା କହି ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଭ୍ୟାକ୍ସିନ ଅଣାଯିବା ପରେ ଟିକାକରଣ ସ୍ବାଭାବିକ ହେବା ସହ ଏବଂ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଅନୁଗୋଳ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଷ୍ଟର ଡୋଜ୍‌ ନେବାକୁ ବ୍ୟବସ୍ଥା କରାଯାଇଥିବାବେଳେ ଲୋକଙ୍କୁ ଠିକ୍‌ ଭାବେ ଟିକା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହେଉଛି। ଲୋକମାନେ ଭ୍ୟାକ୍ସିନ ପାଇଁ ଧାଡ଼ି ବାନ୍ଧି ଦୀର୍ଘ ସମୟ ଅପେକ୍ଷା କରି ରହୁଥିବାବେଳେ ଶେଷରେ ସେମାନଙ୍କୁ ଟିକା ନ ଥିବା କହି ଫେରାଇ ଦିଆଯାଉଛି। ଏପରି କି ଆବଶ୍ୟକସଂଖ୍ୟକ ଲୋକ ନ ହେଲେ ଟିକାପ୍ରଦାନ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟକର୍ମୀ ମନା କରିଦେଉଛନ୍ତି। ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଲାଗି ରହିଥିବାବେଳେ ରବିବାର ତାହା ଉଗ୍ରରୂପ ନେଇଥିଲା। ଦୈନିକ ଏଭଳି ସମସ୍ୟା ହେଉଥିବାରୁ ଜନସାଧାରଣ ହଇରାଣ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।
ଏ ସଂକ୍ରାନ୍ତରେ ଡାକ୍ତର ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, ଟିକାକରଣ କେନ୍ଦ୍ରକୁ ଲୋକମାନେ ଆସୁନାହାନ୍ତି। ପ୍ରଥମରୁ ଗୋଟିଏ ଭାଏଲ ଖୋଲାଯାଇ ଟିକାକରଣ କରାଯାଉଛି। ପରେ ଲୋକମାନେ କମିଯିବାରୁ ଟିକା ନଷ୍ଟ ହେଉଛି। ତେଣୁ ଲୋକ ନ ହେଲେ ଟିକାକରଣ ବନ୍ଦ କରାଯାଉଛି। ନଚେତ୍‌ ରାଜ୍ୟ ସରକାରଙ୍କୁ ଟିକା କାହିଁକି ନଷ୍ଟ କରାଯାଉଛି, ତାହାର ଉତ୍ତର ଦେବାକୁ ପଡୁଛି। ତେଣୁ ଏଭଳି ସମସ୍ୟା ଉପୁଜୁଛି। ଯେଉଁମାନେ ଟିକାଦାନ କେନ୍ଦ୍ରକୁ ଆସୁଛନ୍ତି, ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଉଛି। ଅତିକମ୍‌ରେ ୧୦ ଜଣ ଲୋକ ହେଲେ ଟିକାକରଣ କରାଯିବ ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri