ପ୍ରିନ୍ସ ଫେଷ୍ଟରେ ଝୁମିଲେ ଦର୍ଶକ

ଅନୁଗୋଳ ଅଫିସ, ୫।୮:ଅନୁଗୋଳ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ରବିବାର ସାରେ ‘ପ୍ରିନ୍ସ ଫେଷ୍ଟ୍‌’ ଅନୁଷ୍ଠିତ ହୋଇଯାଇଛି। ହେମସୁରପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସାଂସ୍କୃତିକ ସାରେ ଗୋଟିଏ ପରେ ଗୋଟିଏ ଓଲିଉଡ୍‌ ଓ ବଲିଉଡ୍‌ ସଙ୍ଗୀତର ଧୁନ୍‌ରେ ଶ୍ରୋତା ଝୁମିଥିଲେ। ଗୀତର ତାଳେତାଳେ ଦର୍ଶକଙ୍କ ଠୁମ୍‌କା ମାହୋଲକୁ ଆହୁରି ରୋମାଞ୍ଚତ୍ତ କରିଦେଇଥିଲା। ଓଲିଉଡ୍‌ କଣ୍ଠଶିଳ୍ପୀ ସ୍ବୟମ୍‌ ପାଢୀ, ନାଭ୍ୟା, ଶଶାଙ୍କ ଶେଖରଙ୍କ ହିଟ୍‌ ଗୀତରେ ଦର୍ଶକ ମତୁଆଲା ହୋଇଥିଲେ। ସାଂସ୍କୃତିକ ସା ଆରମ୍ଭରୁ ସ୍ବୟମ୍‌ଙ୍କ ‘ମତେ ତ ତୋ ମନର ଟୋପା ଟୋପା ରଙ୍ଗ…, ତୁ ନୂଆ ସାଏରୀ…, ମୋ ପ୍ରେମ କାହାଣୀର ତୁ ନାୟିକା…ଗୀତ ଦର୍ଶକଙ୍କୁ ବିଭୋର କରିଥିଲା। ନାଭ୍ୟାଙ୍କ କାଟୁ କୈସେ ରାତେଁ…, ଏସୈ ଲେହେରାକେ ତୁ… ଗୀତରେ ଦର୍ଶକ ଝୁମିଥିଲେ। ପରେ ପରେ ଶଶାଙ୍କ ଶେଖରଙ୍କ ତୋ ଆଖି ମୋ ଆଇନା…., ସୁନେଲି ସୁନେଲି ଖରା…, ସୁନାର ଚଢ଼େଇ…. ଗୀତ ସହ ସମ୍ବଲପୁରୀ ନୃତ୍ୟ ଦେଖାଣାହାରୀଙ୍କୁ ଆନମନା କରିଥିଲା।
ଅନୁଗୋଳ ଉପଜିଲାପାଳ ବାଇତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଭାଜପା ରାଜ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଶିଳ୍ପପତି ସତ୍ୟାନନ୍ଦ ଦଳବେହେରା, ବ୍ୟବସାୟୀ ଅନିଲ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରଶ୍ମିରଞ୍ଜନ ସାହୁ, ଦିବ୍ୟଜିତ୍‌ ଦାସ, ସରୋଜ ଦାସ, ନିରୂପମା ସିଂ, ଶୁଭ୍ରାଂଶୁ ଶେଖର ସାହୁ, ସୁନିଲ ଦାସ, ଆଶୁତୋଷ ବାଗଲେ, ସତ୍ୟ ସୁନ୍ଦର, ବଳରାମ ଜେନା, ଶାନ୍ତନୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅବ୍ୟବସ୍ଥା: ମିଳିନି ଡିସେମ୍ବର ଟଙ୍କା

ପରଜଙ୍ଗ, ୩।୧(ଡି.ଏନ.ଏ.) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ ନ ଥମୁଣୁ ପରଜଙ୍ଗ ବ୍ଲକରେ ଏବେ ଭତ୍ତା ବଣ୍ଟନ ବ୍ୟବସ୍ଥାରେ...

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଲମ୍ବା ଧାଡ଼ିରେ ଭକ୍ତ

ଆରଡ଼ି,୧।୩,(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରି ଅବସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ୪ ପଞ୍ଚାୟତର...

ଲୋକଙ୍କ ଦାବି ପୂରଣ ହେଲା, ଆଛୁଲିରେ ଖୋଲିଲା ପୋଷ୍ଟ ଅଫିସ

ପୁରୁଷୋତ୍ତମପୁର,୩୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲିରେ ଏକ ପୋଷ୍ଟ ଅଫିସ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏନେଇ...

ଗଞ୍ଜାମ ଏନ୍‌ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୦, ୧ ମୃତ

ଗଞ୍ଜାମ,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି l ଏହି ଏନ୍‌ଏସିରେ ଗତ ଜୁନ୍‌ ମାସରେ ପ୍ରଥମ କରୋନା...

ଗଡ଼ ବଞ୍ଚାଇବାକୁ କଂଗ୍ରେସର ପ୍ରୟାସ

କୋଣାର୍କ,୧୨ା୨(ଡି.ଏନ୍‌.ଏ.): କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ନିର୍ବାଚନ ମଣ୍ଡଳୀ ଅବଦାନ ପଞ୍ଚାୟତରେ ରାଜନୀତିର ଉଷ୍ମତା ପରିଲକ୍ଷିତ ହେଲାଣି। କଂଗ୍ରେସର ଗଡ଼ କୁହାଯାଉଥିବା ଅବଦାନ ପଞ୍ଚାୟତରେ ରାଜ୍ୟ...

ମେରାମଣ୍ଡଳୀ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ: ଜରୁରୀ ସେବା ବାଧାପ୍ରାପ୍ତ, ତାତିଲେ ଜନତା

ଢେଙ୍କାନାଳ ଅଫିସ, ୩ା୭ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମେରାମଣ୍ଡଳୀ ସବ୍‌ଷ୍ଟେଶନ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସୀମା ଟପିଲାଣି। ବାରମ୍ବାର ବିଦ୍ୟୁତ୍‌ କାଟ୍‌...

ଢେଙ୍କାନାଳରେ ହିମାଚଳ ପ୍ରଦେଶ ଅଧିକାରୀ: ଛତୁ ଫାର୍ମ ବୁଲିଲେ, ଚାଷୀଙ୍କୁ ଉତ୍ସାହିତ କଲେ

ଢେଙ୍କାନାଳ ଅଫିସ, ୬ା୭ – ହିମାଚଳ ପ୍ରଦେଶ ସୋଲାନ ଛତୁ ଗବେଷଣା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବେଦ ପ୍ରକାଶ ଶର୍ମା ଶୁକ୍ରବାର ଢେଙ୍କାନାଳ ଜିଲାରେ ଛତୁ...

ମରଣଯନ୍ତା ପାଲଟିଛି କିଡ୍‌କୋ ରାସ୍ତା

ଝୁମ୍ପୁରା, ୧୨।୯(ଡି.ଏନ.ଏ.)-ପଳାଶପଙ୍ଗାଠାରେ ୨୦ନଂ ଜାତୀୟ ରାଜପଥକୁ ଗୋଟିଏ ପାର୍ଶ୍ୱରେ କିଡ୍‌କୋ ରାସ୍ତା ସଂଯୋଗ କରୁଥିବାବେଳେ ଅନ୍ୟପାର୍ଶ୍ୱରେ ବାମେବାରୀ ରାଜ୍ୟ ରାଜପଥକୁ ସଂଯୋଗ କରୁଛି। ଯୋଡା ଖଣି...

Advertisement
Archives

Model This Week