ବିଫଳ କରୋନା ମୁକାବିଲା

ବିଚିତ୍ର ବିଶ୍ୱାଳ

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ତାଣ୍ଡବ ରଚୁଛି। ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ମୃତ୍ୟୁସଂଖ୍ୟା ଅଧିକ ବଢ଼ୁଛି। ଅନେକ ଶିଶୁ ଅନାଥ ହୋଇଯାଉଛନ୍ତି। ନଦୀରେ ଶହ ଶହ ମୃତଦେହ ଭାସୁଛି। ମୃତଦେହ ସଂସ୍କାର ପାଇଁ ଶ୍ମଶାନରେ ଲମ୍ବା ଧାଡ଼ି ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ତ ମୃତଦେହ ପୋଡ଼ିବା ଲାଗି ଶ୍ମଶାନରେ ସ୍ଥାନାଭାବ ଦେଖାଦେଲାଣି। ଏହାଠାରୁ ବଳି ଭୟଙ୍କର ପରିସ୍ଥିତି ଆଉ କ’ଣ ଥାଇପାରେ! ପ୍ରଥମ ଲହର ସମୟରେ ଗତବର୍ଷ କରୋନା କେବଳ ଗୋଟେ କୋକୁଆ ଭୟ ପରି ଥିଲା, କିନ୍ତୁ ଦ୍ୱିତୀୟ ଲହର ସମୟରେ କରୋନା ସାରା ଦେଶବାସୀଙ୍କ ପାଇଁ କାଳ ହୋଇଯାଇଛି।
ଗତବର୍ଷ କେବଳ ଆମ ଦେଶ ନୁହେଁ, ବିଶ୍ୱର ଶହେରୁ ଅଧିକ ଦେଶରେ କରୋନା ତା’ର ତାଣ୍ଡବ ରଚିଥିଲା। କିନ୍ତୁ ଏବେ ଯେତେବେଳେ ଆମ ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ସର୍ବାଗ୍ରେ ଅଛି, ସେତେବେଳେ ବିଶ୍ୱରେ କରୋନାର ଭୟ କମୁଥିବାର ଦେଖାଯାଉଛି। ବିଶ୍ୱର ଅନେକ ଦେଶରେ ସମ୍ପ୍ରତି ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଉଠୁଥିବା ବେଳେ ଆମ ଦେଶର ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଜାରି ରହିଛି। ଅଧିକାଂଶ ଦେଶ ଆମ ଦେଶକୁ ଉଡ଼ାଜାହାଜ ଚଳାଚଳ ବନ୍ଦ କରିଛନ୍ତି। ଗୋଟିଏ ଧାଡ଼ିରେ କହିଲେ, ବିଶ୍ୱର ଅଧିକାଂଶ ଦେଶ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ବେଳେ ଭାରତ ଭୟଙ୍କର ଭାବେ ପଛରେ ପଡ଼ିଯାଇଛି। ଏହାର ସମଗ୍ର ଶ୍ରେୟ କେନ୍ଦ୍ର ସରକାରଙ୍କୁ ହଁି ଯିବ। ଯଦିଓ ସତ୍ୟକୁ ଅସ୍ବୀକାର କରି ମୁହଁଫୁଟାଣି ମାରିବାରେ କେନ୍ଦ୍ର ସରକାର ଧୁରନ୍ଧର, କିନ୍ତୁ ସାରା ଦେଶବାସୀ ଏହା ହୃଦୟଙ୍ଗମ କରୁଛନ୍ତି ଯେ, ସରକାରଙ୍କ ଅଦୂରଦର୍ଶିତାର ପରିଣାମ କୋଟି କୋଟି ଲୋକ ଭୋଗ କରୁଛନ୍ତି।
ବିଶ୍ୱର ପରିସ୍ଥିତିକୁ ଦେଖିଲେ ବୁଝାପଡ଼ୁଛି ଯେ, ଅନେକ ଦେଶ ବ୍ୟାପକ ଟିକାକରଣ କରେଇ ତାଙ୍କ ଲୋକମାନଙ୍କୁ କରୋନା ସଂକ୍ରମଣରୁ ମୁକ୍ତ ରଖିବାରେ ସଫଳ ହୋଇପାରିଛନ୍ତି। କିନ୍ତୁ ଆମ ସରକାର ଦେଶବାସୀଙ୍କ ପାଇଁ ଟିକା ପ୍ରସ୍ତୁତ କରିବା ଅପେକ୍ଷା ଭିନ୍ନ ଭିନ୍ନ ରାଜ୍ୟରେ ନିଜ ଦଳକୁ କ୍ଷମତାକୁ ଆଣିବା କାମରେ ବ୍ୟସ୍ତ ରହି ଲୋକମାନଙ୍କୁ କରୋନାର ଦ୍ୱିତୀୟ ଲହରର ଶିକାର ହେବାକୁ ଛାଡ଼ିଦେଲେ। ସାରା ବିଶ୍ୱ ଟିକାର ଉପତ୍ାଦନ ଓ ବିତରଣ ପାଇଁ ଯୋଜନା କରୁଥିବା ବେଳେ ଆମ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ଗୋଆରେ କ୍ଷମତା ଦଖଲ କରିବା ଯୋଜନା କରୁଥିଲେ। ଏମାନଙ୍କର କ୍ଷମତା ଲୋଭ ଏତେ ତୀବ୍ର ଥିଲା ଯେ, ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରି କରୋନା କାଳରେ ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟରେ ମତଦାନ କରାଇଲେ। ଏପରିକି କରୋନା ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ନିର୍ବାଚନୀ ସଭା କରୁଥିଲେ। ଏଥିରୁ ଗୋଟିଏ କଥାର ପ୍ରମାଣ ମିଳୁଛି ଯେ, କ୍ଷମତା ପାଗଳ ତଥା ଆତ୍ମସର୍ବସ୍ବ ହେଲେ କେତେ ଭୟଙ୍କର ପରିଣାମ ଭୋଗିବାକୁ ହୁଏ। ଯେଉଁ ସମୟରେ ସରକାର ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେବା କଥା, ସାମାଜିକ ଦୂରତା ବଜାୟ ରଖିବାର ବାର୍ତ୍ତା ଦେବା କଥା, ସେହି ସମୟରେ ଖୋଦ୍‌ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଲୋକମାନଙ୍କୁ ସଭାକୁ ଡାକି ଜିନ୍ଦାବାଦ୍‌ ପକେଇବାକୁ କହୁଥିଲେ। ଏତଦ୍‌ବ୍ୟତୀତ ଅତ୍ୟନ୍ତ ଅଦୂରଦର୍ଶିତାର ପରିଚୟ ଦେଇ ସରକାର କୁମ୍ଭମେଳା ପରି ବିରାଟ ଧାର୍ମିକ ସମାଗମକୁ ଅନୁମତି ପ୍ରଦାନ କରି ସଂକ୍ରମଣକୁ ସାର୍ବଜନୀନ କରିବାରେ ସାହାଯ୍ୟ କଲେ।
ଭାରତ ଭଳି ବିଶାଳ ଜନବିଶିଷ୍ଟ ଦେଶରେ ବ୍ୟାପକ ଟିକା ପ୍ରସ୍ତୁତି ଓ ଟିକା ବିତରଣର ସଠିକ ଯୋଜନା ହେବାର ଆବଶ୍ୟକତା ଥିଲା। କିନ୍ତୁ ସରକାର ଏସବୁ କିଛି ବି କରିନାହାନ୍ତି ବୋଲି ଏବେ ବୁଝାପଡ଼ୁଛି। କେବଳ ତୁଚ୍ଛା ପ୍ରଚାର ପାଇବା ପାଇଁ ବିନା ଯୋଜନାରେ କେନ୍ଦ୍ର ସରକାର ପ୍ରଥମେ ଟିକାକୁ ବିଦେଶକୁ ରପ୍ତାନି କରିଦେଲେ ଓ ଏବେ ପୁଣି ବିଦେଶରୁ ଟିକା କିଣିବାକୁ ପଡ଼ୁଛି। ରାଜ୍ୟଗୁଡ଼ିକୁ ଟିକା ନ ଯୋଗେଇ ଟିକା ଉତ୍ସବ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଦେଲେ। ଲୋକମାନଙ୍କୁ ଟିକା ପାଇଁ ପଞ୍ଜୀକରଣ କରିବାକୁ କୁହାଗଲା। କିନ୍ତୁ ଏବେ ଦେଖାଯାଉଛି ଯେ, ଟିକା ଅଭାବ ଯୋଗୁ ପ୍ରତ୍ୟେକ ଦିନ ଲୋକମାନେ ଟିକାକରଣ କେନ୍ଦ୍ରରୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଟିକାର ଭୟଙ୍କର ଅଭାବ ଦେଖାଦେଇଛି ସାରା ଦେଶରେ। ପରିସ୍ଥିତି ଏପରି ହେଲାଣି ଯେ, ଆମ ରାଜ୍ୟ ଓଡ଼ିଶା ସମେତ ଆହୁରି କେତେକ ରାଜ୍ୟ ସିଧା ସିଧା ବିଦେଶରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କଲେଣି।
ସମ୍ପ୍ରତି କରୋନାର ହାହାକାର ସମୟରେ ବି କେନ୍ଦ୍ର ସରକାର କରୋନା ମୃତ୍ୟକୁ ଅସ୍ବୀକାର କରିବା, ବିରୋଧୀ ଦଳଙ୍କ ଉପଯୋଗୀ ପ୍ରସ୍ତାବକୁ ଗ୍ରହଣ ନ କରି ଓଲଟି ତାଙ୍କ ଉପରକୁ ଦୋଷ ଠେଲିବା ପରି ଗାଲୁଆମି କରିବାରେ ପଛରେ ନାହାନ୍ତି। ଏ ସରକାର ଯେ, କେବଳ କଥାରେ ମାହିର୍‌ ଓ କାମରେ ଶୂନ; ଏହା ପୁଣିଥରେ ପ୍ରମାଣିତ ହୋଇଛି। କିନ୍ତୁ ସରକାରଙ୍କର ଏହି ଅଦୂରଦର୍ଶିତାର ପରିଣାମ ସାଧାରଣ ଲୋକମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି। ଏତେ ହାହାକାର ପରିସ୍ଥିତିରେ ଓ ଟିକା ଅଭାବ ସମୟରେ ଯେତିକି ବି ଟିକାକରଣ ହେଉଛି, ତାହାର ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛପେଇବାକୁ ସରକାର ଭୁଲିନାହାନ୍ତି। ଏହାଠାରୁ ନିଜ କାମ ଆଉ କ’ଣ ଥାଇପାରେ!
ଲୋକମାନଙ୍କ ପାଖରେ ସ୍ବାସ୍ଥ୍ୟସେବା ନାହଁି। ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ରୋଗୀ ପ୍ରାଣ ହରାଉଛନ୍ତି। କିନ୍ତୁ କେନ୍ଦ୍ର ସରକାର ନିଦାବିଷ୍ଣୁ ସାଜିଛନ୍ତି। ପରିସ୍ଥିତି ଏପରି ହେଲା ଯେ, ଏକାଧିକ ରାଜ୍ୟର ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କୋଭିଡ୍‌ ପରିଚାଳନା ଜନିତ ତ୍ରୁଟି ଯୋଗୁ ଭର୍ତ୍ସନ କରିବାକୁ ପଛେଇଲେ ନାହଁି। ସରକାରୀ ଦଳର ମୁଖପାତ୍ରମାନେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଲୋକମାନଙ୍କର ସଚେତନତାର ଅଭାବ ଓ ମନମୋଟୁଆ ଗୁଣକୁ ଦାୟୀ କରୁଛନ୍ତି।
ଆମେ ଶୁଣିଥିଲୁ ମୃତଦେହ ଉପରେ ରାଜନୀତି ହୁଏ। କିନ୍ତୁ ଆଜି ଦେଖିଲୁ ରାଜନୀତି ପାଇଁ ଲୋକମାନଙ୍କୁ ମୃତଦେହ କରିଦିଆଯାଉଛି। ଆଜିର ଏହି କରୋନା ବିପର୍ଯ୍ୟୟକୁ ନିଶ୍ଚିତ ଭାବେ ଟାଳି ହୋଇଥାନ୍ତା। କିନ୍ତୁ ସେଥିପାଇଁ ସରକାରଙ୍କ ତରଫରୁ ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ଥିଲା, ଯାହା ସରକାର କଲେ ନାହଁି। ଦୁର୍ଭାଗ୍ୟର ବିଷୟ, ଆମ ପାଖରେ ଥିବା ବର୍ତ୍ତମାନର ସରକାର କାମ ଅପେକ୍ଷା କଥାରେ ଅଧିକ ବିଶ୍ୱାସ କରନ୍ତି। କିନ୍ତୁ କଥାରେ ହୁଏତ ଲୋକମାନଙ୍କୁ ଭୁଆଁ ବୁଲେଇ ଭକ୍ତ ବନେଇ ରଖାଯାଇପାରେ ବା ଭୋଟ୍‌ ହାସଲ କରାଯାଇପାରେ, କିନ୍ତୁ କରୋନା ନିୟନ୍ତ୍ରଣ ସମ୍ଭବ ନୁହେଁ।
– ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri