ପୋଲିସ ଜାଲରେ ପଡ଼ିଲେ ମିଛ ଆର୍‌ଟିଓ ଅଧିକାରୀ

ବରଗଡ଼ଅଫିସ,୨୫।୧୦: ଆର୍‌ଟିଓ ଅଧିକାରୀ ସାଜି ଗାଡ଼ିଗୁଡିକରୁ ଟଙ୍କା ଅସୁଲି କରୁଥିଲେ। ସୋମବାର ରାତିରେ ବରଗଡ଼ ସହର ଉପକଣ୍ଠ ଫୋରଲେନ୍‌ ରାସ୍ତାର ଟୋଲ୍‌ପ୍ଲାଜା ନିକଟରୁ ଧରାପଡିଛନ୍ତି ମିଛ ଆରଟିଓ ଅଧିକାରୀ। ସମ୍ପୃକ୍ତ ଯୁବକ ଜଣକ ବରଗଡ଼ ସହରରେ ଏକ ଘରେ ଭଡା ନେଇ ରହୁଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି। ପୋଲିସ ତାଙ୍କ ପାଖରୁ ଏକ ନକଲି ପିସ୍ତଲ, ବାଇକ୍‌ ଜବତ କରିଛି।